January 8, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ନିଖୋଜ ଯୁବକର ମୃତଦେହ ଉଦ୍ଧାର।


ମୋ ଟିଭି ଓଡିଶା / ଖୋର୍ଦ୍ଧା : ୧୨/୦୭

ସାଗଂ ମାନଙ୍କ ସହିତ ବୁଲି ବାକୁ ଆସି ଯୁବକ ପାଣିରେ ବୁଡି ନିଖୋଜ ଘଟଣା। ପାଣିରେ ନିଖୋଜ ହେବାର ୫ଦିନ ପରେ ଯୁବକ ଜଣଙ୍କ ପତ୍ତା ମିଳିଲା। ଆଜି ସକାଳୁ ଅଗ୍ନିଶମ ବାହିନୀ ଓଡ୍ରାଫ ଓ ନୈସେନ ଟିମ, ଏନଡିଆର ଏଫ ଓ ରୋବର୍ଟ ପାଣିରେ ଖୋଜିବା ସମୟରେ ମୃତଦେହ ଭାସୁଥିବା ଦେଖିବାକୁ ମିଳିଥିଲା। ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ବଡ ସାଉଁଳି କଳିଙ୍ଗ ପାହାଡକୁ ସାଗଂ ମାନଙ୍କ ସହିତ ବୁଲିବାକୁ ଆସିଥିବା ବେଳେ ଘଟିଥିଲା ଦୁର୍ଘଟଣା।୩ଜଣ ଯୁବକ ଓ ଜଣେ ଯୁବତୀ ସାଗଂ ହୋଇ ପାହାଡକୁ ବୁଲିବାକୁ ଆସିଥିଲେ। ନିଖୋଜ ହୋଇଥିବା ଯୁବକ ଜଣଙ୍କ ନୟାଗଡ଼ ଜିଲ୍ଲା ରଣପୁର ଗଡବାଣିକିଲୋ ଗ୍ରାମର ଓମପ୍ରକାଶ ରଥ। ପାହାଡ ନିକଟସ୍ଥ ଖଣିରେ ମୋବାଇଲ ରେ ରିଲସ କରୁଥିବା ବେଳେ ଜଣେ ଯୁବକ ଗଭିର ପାଣିକୁ ଖସି ଯାଇ ଥିଲେ ସେଥିମଧ୍ୟରୁ ଅନ୍ୟଜଣେ ଯୁବକ ପାଣିରେ ବୁଡି ଯାଇଥିବା ସାଗଂକୁ ଉଦ୍ଧାର କରିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ ସେ ମଧ୍ୟ ପାଣିରେ ବୁଡିଯାଇଥିଲେ।ପାଣିରେ ବୁଡିଥିବା ଦୁଇ ଯୁବକଙ୍କୁ ଉଦ୍ଧାର କରିବାକୁ ସ୍ଥାନୀୟ ଲୋକେ ଚେଷ୍ଟା କରିଥିଲେ। ଜଣେ ଯୁବକକୁ ଉଦ୍ଧାର କରାଯାଇଥିଲା। ଅନ୍ୟ ଜଣେ ଯୁବକ ପାଣିରେ ବୁଡି ଯାଇଥିଲେ। ୩ଦିନ ହେବ ଅଗ୍ନିଶମ ବାହିନୀ ଓ ଓଡ୍ରାଫ ଟିମ ପହଞ୍ଚି ଖୋଜାଖୋଜି ଆରମ୍ଭ କରି ବିଫଳ ହେବାରୁ ନୈସେନା ଟିମର ସହାୟତା ନିଆ ଯାଇଥିଲା ଖୋଜାଖୋଜି ହେଲେ ସେମାନେ ବିଫଳ ହେବାରୁ ରୋବର୍ଟ ର ସହାୟତା ନିଆ ଯାଇ ଖୋଜାଖୋଜି ଚାଲିଥିଲା। ଆଜି ସକାଳୁ ନିଖୋଜ ଯୁବକର ମୃତଦେହ ଉଦ୍ଧାର ପରେ ପୋଲିସ ଶବ ଜବତ କରି ବ୍ୟବଛେଦ ପାଇଁ ପଠାଇ ତଦନ୍ତ ଜାରି ରଖିଥିବା ଜଣାପଡିଛି।

Latest news
ଆଜିଠାରୁ ତିନି ଦିନିଆ ଜାତୀୟ ପ୍ରବାସୀ ଭାରତୀୟ ଦିବସ । ସମସ୍ତଙ୍କ ସୁରକ୍ଷା ଓ ନିରାପଦକୁ ଦୃଷ୍ଟି ଦିଆଯାଉଛି ବୋଲି କହିଲ... ପ୍ରବାସୀ ଭାରତୀୟ ସମ୍ମେଳନ: ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱର ଯୁବକଙ୍କୁ ବୀଭତ୍ସ ହତ୍ୟା । ଇସ୍ରୋର ନୂଆ ଅଧ୍ୟକ୍ଷ ହେଲେ ଭି.ନାରାୟଣନ । ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଦିଲ୍ଲୀର ରାଷ୍ଟ୍ରୀୟ ସ୍ମୃତି ପରିସରରେ ନିର୍ମାଣ ହେବ ଦିବଙ୍ଗତ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସମାଧି । ଆଜିଠୁ ଆରମ୍ଭ ହେଉଛି ପ୍ରବାସୀ ଭାରତୀୟ ଦିବସ। ଏକକାଳୀନ ୧୪୮ଜଣ ବରିଷ୍ଠ ଓଏଏସ୍ ଅଫିସରଙ୍କୁ ବଦଳି । ପୁଣି ବାଘକୁ ନେଇ ମୁହାଁମୁହିଁ ଓଡ଼ିଶା ପଶ୍ଚିମବଙ୍ଗ। ୪-୫ଦିନ ମଧ୍ୟରେ ଚାଷୀଙ୍କୁ ମିଳିବ କ୍ଷତିପୂରଣ ରାଶି ।