ଗଞ୍ଜାମ : ୨୧/୧୦
ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଖାଜିପଲ୍ଲୀଶାସନ ଗ୍ରାମରେ ଘଟିଛି ଅଭାବନୀୟ ଘଟଣା । ଗୋଟିଏ ବନ୍ଦ ଘରୁ ଦମ୍ପତି ଙ୍କ ମୃତଦେହ ଉଧାର ହୋଇଛି l
ମୁତକ ସେହି ଗ୍ରାମର ସନ୍ତୋଷ ସାହୁ ଓ ତାଙ୍କ ପତ୍ନୀ ସସ୍ମିତା ସାହୁ ହୋଇଥିବା ଜଣାପଡିଛି l ତେବେ ମୃତ୍ୟୁ ର କାରଣ ଅସ୍ପଷ୍ଟ ରହିଥିବା ବେଳେ ସନ୍ଧ୍ୟା ସମୟରେ ଉଭୟ ଙ୍କ ପୁଅ ଘର କବାଟ ଖୋଲି ଦେଖିଲା ବେଳକୁ ସନ୍ତୋଷ ଝୁଲନ୍ତା ଅବସ୍ଥାରେ ରହିବା ସହ ସୁସ୍ମିତା ଙ୍କ ମୃତଦେହ ଖଟ ଉପରେ ପଡିରହିଥିବା ଦେଖି ଗ୍ରାମବାସୀ ଙ୍କୁ ଖବର ଦେଇଥିଲେ l

ଗ୍ରାମବାସୀ ପୋଲିସ କୁ ଖବର ଦେବାପରେ ପୁରୁଷୋତ୍ତମପୁର ପୋଲିସ ପହଞ୍ଚି ମୃତଦେହ ଉଧାରକରୀ ତଦନ୍ତ ଚଳାଇଛି l ତେବେ ପାରିବାରିକ କଳାହାକୁ କେନ୍ଦ୍ରକରି ଦମ୍ପତି ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଥିବା ବେଳେ ପୋଲିସ ର ତଦନ୍ତ ପରେ ଘଟଣାର ସ୍ପଷ୍ଟୀକରଣ ଆସିପାରିବ l
ଗଞ୍ଜାମରୁ ଭଗବାନ ପାଢ଼ୀ ଙ୍କ ରିପୋଟ
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।