MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଲଡୁଗାଁ ସରକାରୀ ଉଚ୍ଚବିଦ୍ୟାଳୟରେ ବନୋମହୋସଵ ପାଳିତ ।


ମୋ ଟିଭି ଓଡିଶା / କଳାହାଣ୍ଡି : ୦୨/୦୭ :


କୋକସରା ବ୍ଲକ ଲଡ଼ୁଗାଁ ସରକାରୀ ଉଚ୍ଚବିଦ୍ୟାଳୟ ରେ ମଙ୍ଗଳବାର ବନ ମହୋସଵ ପାଳିତ ହୋଇ ଯାଇଛି । ବରିଷ୍ଠ ଶିକ୍ଷକ ବୁଦ୍ଧିରାମ ନାଏକ ଙ୍କ ତତ୍ତ୍ଵାବଧାନରେ ବୃକ୍ଷ ରୋପଣ ଓ ପରିବେଶ ଉପରେ ଏକ ସଚେତନ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଥିଲା ଜଳବାୟୁ ପରିବର୍ତ୍ତନ ପରିବେଶ ସୁରକ୍ଷା ଓ ସନ୍ତୁଳନ ପାଇଁ ବୃକ୍ଷ ରୋପଣ ହିଁ ଏକମାତ୍ର ବିକଳ୍ପ ଏଣୁ ଜଙ୍ଗଲ ର ସୁରକ୍ଷା ସହ ବୃକ୍ଷ ରୋପଣ କରି ଜଳବାୟୁ ପରିବର୍ତ୍ତନ ରୋକା ଯାଇ ପାରିବ ବୋଳି ଉପସ୍ଥିତ ଅତିଥି ମାନେ ସଚେତନ କରିଥିଲେ। ପରେ ବିଦ୍ୟାଳୟ ର ସମସ୍ତ ଛାତ୍ର ଛାତ୍ରୀଙ୍କ ସହ ଶିକ୍ଷକ ଶିକ୍ଷୟତ୍ରୀ ଅତିଥି ମିଶି ବିଦ୍ୟାଳୟ ପରିସର ରେ କଦମ୍ବ, ଆମ୍ବ ,ପଣସ, ସଜନା,ପିଜୁଳି, ଅଅଁଳା, ବେଳ,ନିମ୍ବ ଆଦି ଗଛ ରୋପଣ କରିଥିଲେ।

ଶିକ୍ଷକ ବୁଦ୍ଧି ରାମ ନାଏକ,ଆଶିଷ ରଂଜନ ପଟେଲ,ଡମ୍ବରୁ ଧର ନାଏକ, ରେଣୁକା ସାହୁ, ସ୍ମୃତିମୟୀ ଦୁର୍ଗା ,ସୁଭାଷିନୀ ଦାସ, ସୀତା ରାମ ରାଉତ,ନିରଞ୍ଜନ ନିଆଲ, ବାବୃବହାନ ଛତ୍ରିଆ,କରୁଣ କର କଅଁର, ଶିବ ଶବର, ସୁଶୀଲ କୁମାର ସାହୁ,ଜଗଦୀଶ ଠାକୁର, ମାନସ ମେହେର, ନିରୋଜ ବିଶ୍ଵାଳ,ରଞ୍ଜନ କୁମାର ନାଏକ, ସରୋଜ ସାହୁ,ବିରଞ୍ଚି ସାହୁ,ସନ୍ତୋଷ ବେଶ୍ରା ତଥା,ବିଦ୍ୟାଳୟ ପରିଚାଳନା କମିଟି ର ସଭାପତି ବିନୋଦ ବାଗ, ଓ ଅନ୍ୟ ସଭ୍ୟ ସଭ୍ୟା ଉପସ୍ଥିତ ଥିଲେ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।