କଳାହାଣ୍ଡି:୦୨/୦୫ : (ମୋଟିଭି ଓଡିଶା ) : ଧର୍ମଗଡ ବ୍ଲକ ପର୍ଲା ଠାରେ ଜଣେ ବାଳକ ଙ୍କ ସାପ କାମୁଡ଼ାରେ ମୃତ୍ୟୁ ଘଟିଛି। ମୃତ ବାଳକ ଜଣକ ହେଉଛନ୍ତି ବିଶ୍ୱାଳ ଶବର( ୮)।ସୂଚନା ମତେ ବୁଧବାର ଦିନ ବିଳମ୍ବିତ ରାତି ଶୋଇଥିବା ଅବସ୍ଥାରେ ଏକ ବିଷାକ୍ତ ସାପ କାମୁଡିଥିଲା। ସାପ କାମୁଡି ଥିଲେ ହିଁ ଜଣାପଡି ନଥିଲା।ତେବେ ବିଷାକ୍ତ ସାପ ଟି ମୃତ ପିତା ଙ୍କ ଦେହ ରେ ଘୁରି ବୁଲିବା ଅବସ୍ଥା ରେ ଦେଖିବାକୁ ମିଳିଥିଲା। ସାପକୁ କାବୁ କରି ମାରି ଦିଆଯାଇଥିଲା।ଖବର ପାଇ ପର୍ଲା ସରପଞ୍ଚ ବ୍ରିଜ ଲାଲ ନାଏକ ,ସମାଜ ସେବୀ ନବୀନ ପୁରୋହିତ, ସୁବାସ ବୋଡ଼କିଆ ତୁରନ୍ତ ପର୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରେ ଧର୍ମଗଡ ଉପଖଣ୍ଡ ଡାକ୍ତରଖାନାକୁ ନେଇ ଚିକିତ୍ସା କରାଇ ଥିଲେ ହିଁ ଡାକ୍ତର ସେ ଠାରେ ମୃତ ହୋଇଥିବା ଘୋଷଣା କରିଥିଲେ। ଏନେଇ ଧର୍ମଗଡ ପୋଲିସ ଖବର ପାଇ ଡାକ୍ତରଖାନାକୁ ଆସି ଶବ ଜବତ କରି ବ୍ୟବଚ୍ଛେଦ ପରେ ପରିବାର କୁ ମୃତ ଦେହ ହସ୍ତାନ୍ତର କରିଥିଲା।
ବିଷାକ୍ତ ସାପ କାମୁଡ଼ାରେ ବାଳକର ମୃତ୍ୟୁ।

More Stories
ନଳକୂପ ଅଚଳ : ଚୁଆପାଣି ପିଉଛନ୍ତି ପାଇବରସାହି ଗ୍ରାମବାସୀ
ବଢ଼ିଲା ଆଶିଷଙ୍କ ସମସ୍ୟା, କୁଟ୍ଟେଙ୍କୁ ଆଶ୍ବସ୍ତି…..
ଚିକିତ୍ସା ପାଇଁ ‘ଆଭା ଆଇଡି’ ବାଧ୍ୟତାମୂଳକ