ମୋ ଟିଭି ଓଡିଶା / ଖୋର୍ଦ୍ଧା :
ଜଂକିଆ ବାଲିଗାଡିଆ ଗ୍ରାମର ସକୁନ୍ତଳା ପାଟ୍ଟଶାଣୀଙ୍କ ଅଗଣାରେ ଲାଗିଥିବା ବ୍ରହ୍ମକମଳ ଗଛରେ ବ୍ୟାସପୂର୍ଣ୍ଣମୀରେ ଫୁଟିଲା ଦୁଇଟି ବ୍ରହ୍ମକମଳ ଫୁଲ। ଫୁଟିଥିବା ଦୁଇଟି ବ୍ରହ୍ମକମଳ ଫୁଲକୁ ନିରାକାରପୁର ସାଇ ବାବାଙ୍କ ନିକଟରେ ସମର୍ପଣ କରାଗଲା। ବାଲିଗାଡିଆ ଗ୍ରାମର ସକୁନ୍ତଳା ପାଟଶାଣୀ ନିଜ ଘର ଅଗଣାରେ ଏକ ବ୍ରହ୍ମକମଳ ଗଛ ଲଗାଇଥିଲେ।
ଉକ୍ତ ଗଛରେ ଗତକାଲି ବ୍ୟାସପୂର୍ଣ୍ଣମୀ ରାତିରେ ଦୁଇଟି ବ୍ରହ୍ମକମଳ ଫୁଲ ଫୁଟିଥିଲା। ବ୍ରହ୍ମକମଳ ଫୁଲ ଫୁଟିଥିବା ଦେଖି ସକୁନ୍ତଳା ପାଟ୍ଟଶାଣୀଙ୍କ ପରିବାର ଓ ସାହି ପଡିଶା ଲୋକେ ବେଶ ଖୁସିଥିଲେ ଏବଂ ବ୍ରହ୍ମକମଳ ଫୁଲ ଦେଖିବାକୁ ଭିଡ ଜମିଥିଲା। ସକୁନ୍ତଳା ପାଟ୍ଟଶାଣୀ ନିଜେ ଓ ତାଙ୍କ ସ୍ୱାମୀ ଗଛମୂଳେ ପୂଜାର୍ଚ୍ଚନା କରି ଫୁଟିଥିବା ଫୁଲ ଦୁଇଟିକୁ ନିରାକାରପୁର ସାଇମନ୍ଦିରକୁ ନେଇ ସେଠାରେ ପୂଜାର୍ଚ୍ଚନା କରି ସାଇବାବାଙ୍କ ନିକଟରେ ସମର୍ପଣ କରିଥିବା ଜଣାପଡ଼ିଛି।
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।