MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ବ୍ରହ୍ମପୁର ଠାରୁ ବାଲିଗୁଡା ସରକାରୀ ବସ୍‌ରେ ଅନଲାଇନ ଟିକେଟ୍‌ ବନ୍ଦ: ହଟହଟା ହେଉଛନ୍ତି ଯାତ୍ରୀ


ବାଲିଗୁଡା, (ମୋ ଟିଭି ଓଡିଶା/ସଞ୍ଜୟ କୁମାର ପାଣିଗ୍ରାହୀ):

କନ୍ଧମାଳ ଜିଲା ଦାରିଙ୍ଗବାଡି ଦେଇ ବ୍ରହ୍ମପୁରଠାରୁ ବାଲିଗୁଡା ଯାଉଥିବା ସରକାରୀ ବସ୍‌ରେ ହେଉନାହିଁ ଅନ୍‌ଲାଇନ୍‌ ବୁକିଂ। ଫଳରେ ଯାତ୍ରୀ ନାହିଁ ନ ଥିବା ସମସ୍ୟା ଭୋଗୁଛନ୍ତି। ଉକ୍ତ ବସ୍‌ ଉପରେ ଦାରିଙ୍ଗବାଡି ବ୍ଲକ ଅଞ୍ଚଳର ଦାରିଙ୍ଗବାଡି ସମେତ ସିମନବାଡି, ଶ୍ରାନିକେତା, କିରିକୁଟି ଭଳିଏକାଧିକ ଗ୍ରାମବାସୀ ନିର୍ଭର କରନ୍ତି। ଭୋର ସମୟରୁ ବ୍ରହ୍ମପୁରରୁ ବାହାରି ଦାରିଙ୍ଗବାଡିରେ ସକାଳ ୧୦ଟାରେ ପହଞ୍ଚି ବାଲିଗୁଡା ଯାଉଥିବା ବେଳେ ସାଢେ ୧୨ଟା ମଧ୍ୟରେ ପୁଣି ବ୍ରହ୍ମପୁର ଅଭିମୁଖେ ବସ୍‌ଟି ଫେରୁଛି। ଅନ୍‌ଲାଇନ ଟିକେଟ ହେଉ ନ ଥିବା ବେଳେ ଅଫଲାଇନରେ ମଧ୍ୟ ଦାରିଙ୍ଗବାଡି, ସିମନବାଡି ପାଇଁ ଟିକେଟ ମିଳୁନାହିଁ। ବାଲିଗୁଡା ଯାତ୍ରୀଙ୍କୁ ପ୍ରାଥମିକତା ଦିଆଯାଉଥିବା ବେଳେ ଦାରିଙ୍ଗବାଡି, ସିମନବାଡି ଯାତ୍ରୀମାନେ ଆଗୁଆ ଟିକେଟ ନପାଇ ବହୁତ ହଇରାଣ ହରକତ ହେଉଛନ୍ତି।

ଏ ନେଇ ବସ୍‌ରେ ଯାଉଥିବା କଣ୍ଡକ୍ଟର ଅମୀୟ ମିଶ୍ରଙ୍କୁ ପଚାରିବାରୁ ସେ ସନ୍ତୋଷ ଜନକ ଉତ୍ତର ଦେଇପାର ନ ଥିବା ବେଳେ ପ୍ରଥମେ ବାଲିଗୁଡାରେ ହିଁ ଟିକେଟ କଟାଯିବ। ବଳକା ରହିଲେ ଏପଟେ ଅନ୍ୟକୁ ଟିକେଟ ଦିଆଯିବ ବୋଲି ସେ କହିଛନ୍ତି । ତେବେ ଦାରିଙ୍ଗବାଡି ଅଞ୍ଚଳରେ ଯାତ୍ରୀ ଅସନ୍ତୋଷ ହେବା ସହ ଯାତ୍ରୀଙ୍କ ପାଇଁ ଅନ୍‌ଲାଇନ କାହିଁକି ଖୋଲାଯାଉନାହିଁ ସେ ନେଉ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅନ୍ୟପକ୍ଷେ କନ୍ଧମାଳ ଆଞ୍ଚଳିକ ପରିବହନ ବିଭାଗର ଅଧିକାରୀ ଶିଶିର କୁମାର ସାହୁଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ତାଙ୍କ ହାତରେ ଏହି ସବୁ ସମସ୍ୟାର ସମାଧାନ ନାହିଁ ଏହାକୁ ଜିଲା ପରିବହନ ପାଟିଚାଳକ ତଦାରଖ କରୁଥିବା ସେ କହିଛନ୍ତ। ପ୍ରକାଶ ଯେ ଦାରିଙ୍ଗବାଡରୁ ଜିଲା ବାହାରକୁ ମାତ୍ର ୨ ଟି ବସ୍‌ ଯାତାୟାତ କରୁଛି । ଗୋଟିଏ ଗଞ୍ଜାମ ଜିଲା ଭଞ୍ଜନଗରରୁ ଦାରିଙ୍ଗବାଡି ଓ ଅନ୍ୟଟି ବ୍ରହ୍ମପୁରରୁ ଦାରିଙ୍ଗବାଡି ଦେଇ ବାଲିଗୁଡା ଯାତାୟତ କରୁଛି। ମାତ୍ର ଏଥିପ୍ରତି ଯାତ୍ରୀମାନେ କେତେ ହଇରାଣ ଭୋଗୁଛନ୍ତି ତାର ତଦାରଖ ସଠିକ ଭାବେ ହୋଇପାରୁ ନ ଥିବାରୁ ଆଦିବାସୀ ଅଧ୍ୟୁଷିତ ଏହି ଅଞ୍ଚଳର ଯାତ୍ରୀମାନେ ସରକାରଙ୍କ ଏହି ବସ୍‌ ଗୁଡିକରୁ ସଠିକ ସୁବିଧା ପାଇପାରୁନାହାନ୍ତି ଓ ଘରୋଇ ବସ୍‌ରେ ଭଡା ଅଧିକା ଦେଇ ବାଧ୍ୟ ହୋଇ ଯାତ୍ରା କରୁଛନ୍ତି । ଏଥି ପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେଇ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଞ୍ଚଳବାସୀ ଙ୍କ ପକ୍ଷରୁ ପ୍ରବଳ ଦାବୀ ହେଉଛି l

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।