January 7, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ବଦଳିବ ବ୍ରିଟିଶ ଆଇନ। ଇଣ୍ଡିଆନ୍‌ ପେନାଲ୍‌ କୋଡ୍‌’ ପରିବର୍ତ୍ତେ ଆସିବ ‘ଭାରତୀୟ ନ୍ୟାୟ ସଂହିତା’।

ମୋଟିଭି ଓଡିଶା ବ୍ୟୁରୋ :

ଜୁଲାଇ ପହିଲାରୁ ଲାଗୁ ହେବ ନୂଆ ପୋଲିସ ଆଇନ । ହଟିବ ୧୮୬୦ ମସିହାରୁ ଚାଲିଥିବା ବ୍ରିଟିଶ ଆଇନ । ପୁରୁଣା ବ୍ରିଟିଶ୍ ଢାଞ୍ଚାରେ କାର୍ଯ୍ୟକାରୀ ହେବ ନାହିଁ ଭାରତୀୟ ଦଣ୍ଡ ବିଧାନ ବା ପିଙ୍ଗଳ ଧାରା IPC, CrPC ଓ ଏଭିଡେନ୍ସ ଆକ୍ଟ । ଏନେଇ ସରକାର ବିଜ୍ଞପ୍ତି ପରେ କେନ୍ଦ୍ରୀୟ ଗୃହ ସଚିବଙ୍କ ଅଧ୍ୟକ୍ଷତାରେ ସବୁ ରାଜ୍ୟର ଡିଜି ଓ ମୁଖ୍ୟ ଶାସନ ସଚିବଙ୍କ ସହ ଗୃହ ସଚିବଙ୍କ ବୈଠକ ସରିଛି । ଭିଡିଓ କନଫରେନ୍ସ ଜରିଆରେ ଏହି ନୂଆ ଆଇନ ଲାଗୁ ନେଇ ଆଲୋଚନା କରାଯାଇଛି l

ବଦଳିବ ବ୍ରିଟିଶ ଆଇନ। ଇଣ୍ଡିଆନ୍‌ ପେନାଲ୍‌ କୋଡ୍‌’ ପରିବର୍ତ୍ତେ ଆସିବ ‘ଭାରତୀୟ ନ୍ୟାୟ ସଂହିତା’। ‘କୋଡ୍‌ ଅଫ୍‌ କ୍ରିମିନାଲ୍‌ ପ୍ରୋସିଜିଓର’ ପରିବର୍ତ୍ତେ ଆସିବ ‘ଭାରତୀୟ ନାଗରିକ ସୁରକ୍ଷା ସଂହିତା’ ଏବଂ ‘ଇଣ୍ଡିଆନ୍‌ ଏଭିଡେନ୍ସ ଆକ୍ଟ’ ପରିବର୍ତ୍ତେ ଆସିବ ‘ଭାରତୀୟ ସାକ୍ଷ୍ୟ’। ଜୁଲାଇ ପହିଲାରୁ ସାରା ରାଜ୍ୟରେ ଲାଗୁ ହେବାକୁ ଯାଉଛି ନୂଆ ପୁଲିସ ଆଇନ। ବ୍ରିଟିଶ ଅମଳରୁ ପ୍ରଚଳିତ ଏହି ଆଇନର ପରିବର୍ତ୍ତନ ହେବ। ଏନେଇ ଶୁକ୍ରବାର ସବୁ ରାଜ୍ୟର ପୁଲିସ ଡିଜିଙ୍କ ସହ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଏକ ବୈଠକ ହୋଇଥିଲା। ନୂଆ ଆଇନ କିଭଳି କାର୍ଯ୍ୟକାରୀ କରାଯିବ ସେନେଇ ବୈଠକରେ ଆଲୋଚନା ହୋଇଥିଲା। ବୈଠକ ପରେ ପୁଲିସ ମହାନିର୍ଦେଶକ (ଡିଜିପି) ଅରୁଣ ଷଡ଼ଙ୍ଗୀ କହିଛନ୍ତି ଯେ, ୧୮୬୦ରୁ ଚାଲିଥିବା ବ୍ରିଟିଶ ନିୟମ ଖୁବ୍‌ଶୀଘ୍ର ଉଠିଯିବ। ଏନେଇ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ବୈଠକ ବସିଥିଲା। ସବୁ ରାଜ୍ୟ ଡିଜି ଆଭାସି ଜରିଆରେ ଉପସ୍ଥିତ ଥିଲେ। ପୂର୍ବରୁ ୫୧୧ଟି ସେକ୍ସନ୍‌ ଥିଲା ଏବେ ୩୫୮ଟି ସେକ୍ସନ୍‌ ରହିବ। ୧୭୫ଟି ସେକ୍ସନ୍‌ ସଂଶୋଧନ କରାଯିବ। ପ୍ରାୟ ଦେଢ଼ ଶହ ବର୍ଷ ଧରି ଇଂରେଜ ଅମଳର ପୁଲିସ ଆଇନ କାର୍ଯ୍ୟକାରୀ ହେଉଛି। ଆଇନ ବଦଳିବା ଓ ନୂଆ ଆଇନ କାର୍ଯ୍ୟକାରୀ ନେଇ ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋ ଓ ଷ୍ଟେଟ୍‌ କ୍ରାଇମ୍‌ ରେକର୍ଡ ବ୍ୟୁରୋ ସହ ମିଳିତ ଆଲୋଚନା ଚାଲିଛି। ଅତିରିକ୍ତ ମୁଖ୍ୟ ସଚିବଙ୍କ ନେତୃତ୍ୱରେ ଏକ ଷ୍ଟିଅରିଂ କମିଟି ଗଠନ ହୋଇଛି। କେନ୍ଦ୍ର ଗୃହ ସଚିବ ଏନେଇ ସମସ୍ତ ରାଜ୍ୟର ମୁଖ୍ୟ ଶାସନ ସଚିବ, ଗୃହ ସଚିବ, ଡିଜିପିଙ୍କ ସହିତ ଆଭାସିରେ ଆଲୋଚନା କରିଛନ୍ତି। ନୂଆ ଆଇନ ସଂକ୍ରାନ୍ତରେ ପୁଲିସ ଅଧିକାରୀଙ୍କୁ ତାଲିମ ଦିଆଯାଇଛି।

ଜୁଲାଇ ୧ ମଧ୍ୟରେ ଯେତିକି ମାମଲା ରୁଜୁ ହୋଇଥିବ ତାହା ପୁରୁଣା ସିଆରପିସି ଅଧୀନରେ ବିଚାର କରାଯିବ। ଏହାପରେ ଭାରତୀୟ ନ୍ୟାୟ ସଂହିତା ମୁତାବକ ବିଚାର କରାଯିବ ବୋଲି ଡିଜିପି ଶ୍ରୀ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି। ଗତ ଡିସେମ୍ବରରେ ସଂଶୋଧିତ ନୂଆ ଆଇନ ଭାରତୀୟ ନାଗରିକ ସୁରକ୍ଷା ସଂହିତା, ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ସାକ୍ଷୀ ଅଧିନିୟମ ଲାଗୁ ପାଇଁ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଫଳରେ ୧୫୦ ବର୍ଷର ପୁରୁଣା ବ୍ରିଟିଶ ଆଇନ ପରିବର୍ତ୍ତନ ହୋଇଛି। ଏହା ଏକ ବୈପ୍ଳବିକ ପରିବର୍ତ୍ତନ କହିଲେ ଅତ୍ୟୁକ୍ତି ହେବ ନାହିଁ। ଆଉ ପୁରୁଣା ଆଇପିସି ଓ ସିଆର୍‌ପିସି ଲାଗୁ ହେବ ନାହିଁ ବୋଲି ସ୍ପଷ୍ଟ ହୋଇଛି। ପୁରୁଣା ନିୟମ ଓ‌ ନୂଆ ନିୟମ ମଧ୍ୟରେ ଅନେକ ଫରକ ରହିଛି। ପୁରୁଣା ନିୟମରେ ଅପରାଧକୁ ଗୁରୁତ୍ବ ଦିଆଯାଇଥିଲା ଏବେ ଅପରାଧ ସହ ନ୍ୟାୟକୁ ଅଧିକ ଗୁରୁତ୍ବ ଦିଆଯାଉଛି। ମାନବାଧିକାର, ତଦନ୍ତରେ ବୈଷୟିକ ଜ୍ଞାନକୌଶଳ ବ୍ୟବହାର ସହ ଟ୍ରାଫିକ୍‌ ସମୟରେ କିପରି ସେ ଦିଗରେ ଅଧିକ ଗୁରୁତ୍ବ ଦେଇ ହେବ ସେନେଇ ନୂଆ ଆଇନରେ ପ୍ରାବଧାନ ରହିଛି। ନୂଆ ଆଇନ ସମ୍ପର୍କରେ ଲୋକଙ୍କୁ ଅବଗତ କରାଯିବା ସହ ସରକାରୀସ୍ତରରେ ସୂଚନା ଦିଆଯିବ।

Latest news