MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଖଟିଆରେ ବୁହାହେଲେ ଗର୍ଭବତୀ।


ରିପୋର୍ଟ – ତାଜୁଦ୍ଦିନ, ସୋର
ତା – ୨୬/୦୪/୨୦୨୪ :
ସ୍ୱାଧୀନତାର ସତସ୍ତରୀ ବର୍ଷ ପରେ ମଧ୍ୟ ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ଆନନ୍ତପୁର ପଞ୍ଚାୟତର ଅଇଁରୀ ନାଥସହୀ ଗର୍ଭବତୀ ମହିଳା ହସ୍ପିଟାଲ ଯିବା ପାଇଁ ଆବଶ୍ୟକ ପଡୁଛି ଖଟିଆ | ପ୍ରକାଶ ଥାଉକି ଏହି ଗ୍ରାମରେ ରାସ୍ତା ନଥିବାରୁ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି | ଆଜି ଏହି ଗ୍ରାମର ସୁରଭି ନାଥ ନାମକ ଜଣେ ଗର୍ଭବତୀ ମହିଳା ପ୍ରସବ ଯନ୍ତ୍ରଣାରେ କଷ୍ଟ ପାଉଥିବା ସମୟରେ 102 କୁ ଫୋନ କରିବାରୁ 102 ଆସିଲା ସତ ମାତ୍ର ସେ ଗ୍ରାମକୁ ନା ପଶି ପାରିବାରୁ ପାଖାପାଖି 2 କିଲୋମିଟର ରାସ୍ତା ତାଙ୍କୁ ଗ୍ରାମବାସୀ ମାନେ ଖଟିଆରେ ବହି ନେଇ ଆମ୍ବୁଲାନ୍ସରେ ଛାଡିଲେ |ଏବେ ସେହି ମହିଳାଙ୍କୁ ଆମ୍ବୁଲାନ୍ସ ଯୋଗେ ଆନନ୍ତପୁର ଚିକିତ୍ସାଳୟରେ ଭର୍ତି କରାଯାଇଅଛି|ଗ୍ରାମର ଲୋକେ ଆଜିବି ମୌଳିକ ଅଧିକରରୁ ବଞ୍ଚିତ|ପ୍ରଶାସନ ସବୁଜାଣି ନିରବଦ୍ରଷ୍ଟା ସାଜିଛି
ଏହି ସବୁକୁ ନଜରରେ ରଖି ଗ୍ରାମବାସୀ ମାନେ ଭୋଟ ବର୍ଜନର ଚେତାବନୀ ଦେଇଛନ୍ତି | ଏଥି ସହିତ କହିଛନ୍ତି କି ଆଦର୍ଶ ଆଚାରଣ ବିଧି ଠାରୁ ଲୋକଙ୍କ ଜୀବନ ଅତ୍ୟନ୍ତ ଗୁରୁତ୍ତ୍ୱପୂର୍ଣ୍ଣ ଏଣୁ ପ୍ରଶାସନ ଚାହିଁଲେ ଏଠାରେ ଲୋକଙ୍କ ମୌଳିକ ଅଧିକାର ପାଇପାରିବେ ମାତ୍ର ଏଠାରେ ପ୍ରଶାସନ ରାଜନେତାଙ୍କ ହାତବାରିସୀ ସାଜି ଆଞ୍ଚଳ ପ୍ରତି ବୈମାତୃକ ମନଭାବ ରଖି ଉନ୍ନତି କରାଇ ଦେଉନାହାନ୍ତି | ଏବେ ଅପେକ୍ଷା ରହିଲା କେବେ ହେବ ଅଞ୍ଚଳର ବିକାଶ |

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।