MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ବୁଡ଼ାଗୁଡା ମୁଖ୍ୟ ବଜାର ଗୃହ ୧୦୦ ମିଟର ରାସ୍ତା ପାଲଟିଛି ଅଳିଆ ଆବର୍ଜନାର କୁଣ୍ଡ ।


ରାସ୍ତାରେ ଚାଲିଗଲେ ଲାଗୁଛି ଏ ରାସ୍ତା ନୁହେଁ କାଦୁଅ ଵିଲ


ମୋଟିଭି ଓଡ଼ିଶା,ଦାରିଙ୍ଗବାଡି:୨୩/୭(ସୁଶାନ୍ତ କୁମାର ସାହୁ)


କେନ୍ଦ୍ର ସରକାରଙ୍କ ନାରା ପ୍ରତେକ ପଞ୍ଚାୟତକୁ ସୁଶାସନ ପହଁଚିଛି ୨୦୧୪ ମସିହା ଠାରୁ ସଶକ୍ତ କରିବା ପାଇଁ ପଦକ୍ଷପ ମାନ ଗ୍ରହଣ କରାଯାଉଛି । ଯାହାରି ଫଳରେ ଆଜି ଏହାର ପରିନାମ ଦୁଷ୍ଟିଗୋଚର ହେବାରେ ଲାଗିଛି ଆଜି ପ୍ରତେକ ଗ୍ରାମପଞ୍ଚାୟତ ଗୁଡିକ ବିକାଶର ଜୀବନ ରେଖା ଭାବେ ଉଭା ହୋଇଛି । ଯେପରି ସୁବିଧା ସୁଯୋଗ ସ୍ତର ଦୃଷ୍ଟିରୁ ସହର ଓ ଗ୍ରାମାଞ୍ଚଳଏକ ଓ ଅଭିର୍ନ ରହିବ । ହେଲେ ଗରିବ, ଦଳିତ, ଅନଗ୍ରସର, ଆଦିବାସୀ ସାଧାରଣ ଶ୍ରେଣୀ, ମଧ୍ୟବିତ ପ୍ରତେକ ବର୍ଗର ଲୋକଙ୍କ ପାଇଁ ଯେଉଁ ସବୁ ବିକାଶ ହୋଇଛି ତାହା  ବୁଡ଼ାଗୁଡା ମୁଖ୍ୟ ବଜାର ରାସ୍ତକୁ ଦେଖିଲେ ଲାଗୁଛି ଏଠି ଯେମିତି ସବୁଆଲଗା l

ଏ ହଉଛି ପଂଚାୟତ ବଜାର ଗୃହ ରାସ୍ତା

ଏହି ରାସ୍ତା ଦେଇ ପ୍ରତେକ ଦିନ ଶହ ଶହ ଗାଡି ମୋଟର ଯାତାୟତ କରୁଥିବା ବେଳେ ହଜାର ହଜାର ଲୋକେ ଚାଲିକି ଯାତାୟତ କରୁଛନ୍ତି ହେଲେ ଏହା ଉପରେ ଯେମିତି କାହାର ନଜର ପଡୁନି l ସ୍ଥାନୀୟ ବାସିନ୍ଦା ବାରମ୍ବାର ବୁଡ଼ାଗୁଡା ସରପଞ୍ଚ ତାତୁରା ପ୍ରଧାନଙ୍କୁ ଅଭିଯୋଗ କଲାପରେବି ସରପଞ୍ଚ ସବୁ ଜାଣି ଶୁଣି ନିଜେ ଦେଖି କିଛି କରି ପାରୁନାହାନ୍ତି ।

ବଜାରଗୃହ ରାସ୍ତାର ଅବବସ୍ଥା କିଭଳି ଅଛି ଦେଖୁଛନ୍ତି ସରପଞ୍ଚ

ଏଭଳି ପରିସ୍ଥିରେ ଏହି ରାସ୍ତା ଦେଇ କୁନି କୁନି ପିଲା ମାନେ ବିଦ୍ୟାଳୟ କୁ ଯିବାସହ ବହୁ ଦୂର ଦୁରାନ୍ତରୁ ରୋଗୀ ମାନେ ମେଡିକାଲ ଆସୁଛନ୍ତି l ଏହି ବଜାର ଉପରେ ରହିଛି ମେଡ଼ିସିନ ଷ୍ଟୋର, ଜଳଖିଆ ଦୋକାନ, ଏମିତି ଅନେକ ଦୋକାନ ରହିଥିବା ବେଳେ ରାସ୍ତାର ଅବସ୍ଥା ଦେଖି କିଛି ବ୍ୟବସାୟୀ ଅସନ୍ତୋଷ ପ୍ରକାଶ କରୁଛନ୍ତି ।

ଏନେଇ ସ୍ଥାନୀୟ ବାସିନ୍ଦା ଗୁଣାକାର ପାତ୍ର, କଳାମଣି ପାତ୍ର , ରାମଚନ୍ଦ୍ର ଦଣ୍ଡସେନା ଏବଂ ବ୍ୟବସାୟୀ ମାନେ ବହୁବାର ପଞ୍ଚାୟତ ରେ ଦାବି କରୁଥିଲେ ମଧ୍ୟ କିଛି ସୁଫଳ ହେଉ ନଥିବା ଦେଖିବାକୁ ମିଳୁଛି । ତୁରନ୍ତ ଏହି ବଜାର ଗୃହ ମୁଖ୍ୟ ରାସ୍ତା ଭଲ ଭାବରେ ନିର୍ମାଣ କରା ନଗଲେ ସ୍ଥାନୀୟ ବାସିନ୍ଦା ଏକତ୍ରିତ ହୋଇ ନିଆର ପ୍ରତିବାଦ କରିବେ ବୋଲି କହିଛନ୍ତି, ବୁଲୁ ସାହୁ, ନିର ପାତ୍ର, ପିଣ୍ଟୁ ପଣ୍ଡା, ବସନ୍ତ ସେଠୀ ସମେତ ଗ୍ରାମବାସୀ ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।