ମୋ ଟିଭି ଓଡିଶା / ଦାରିଙ୍ଗବାଡି : ସୁଶାନ୍ତ କୁମାର ସାହୁ
ରାଜ୍ୟ ସରକାର ସ୍ୱାସ୍ଥ୍ୟ ବିକାଶ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ଯେଉଁ ଉଦେଶ୍ୟରେ ନେଇ ଖର୍ଚ୍ଚ କରାଯାଉଅଛି ।ଯେଉଁ ମାଟିର ମଣିଷଙ୍କ ଉଦେଶ୍ୟରେ ଖର୍ଚ୍ଚ କରାଯାଉଛି ।ତାଙ୍କରି ପାଖରେ ସେହି ସେବା ପହଞ୍ଚି ପାରୁନାହିଁ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ବୁଡ଼ାଗୁଡା ପଞ୍ଚାୟତ ରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ । ଏହି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଟି ୧୯୮୮ ମସିହାରେ ନିର୍ମାଣ କରାଯାଇଥିଲା ହେଲେ ଏଠାରେ ଆଜି ପର୍ଯ୍ୟନ୍ତ ଲୋକଙ୍କ ପାଖରେ ପହଞ୍ଚି ପାରୁନି ସ୍ୱାସ୍ଥ୍ୟ ସେବା କାରଣ ଏଠାରେ ରହିଛି ସମସ୍ୟା ଉପରେ ସମସ୍ୟା । ଆଜି ପର୍ଯ୍ୟନ୍ତ ନିର୍ମାଣ ହୋଇପାରିଲାନି ସ୍ୱାସ୍ଥ୍ୟ କେନ୍ଦ୍ରର ଚାରି ପାଖରେ ପାଚେରୀ ନିର୍ମାଣ କାଯ୍ୟ,ଯାହାରି ଫଳରେ ଏହି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଜାଗାରେ ଗାଈ ,ବଳଦ,ଛେଳି,ଘୁଷୁରୀ ଏବଂ ଅସାମିଜିକ ବ୍ୟକ୍ତିଙ୍କ ଝାଡ଼ା ପଦା ହୋଇଥିବା ବେଳେ କିଛି ଲୋକଙ୍କ ଆଡା ସ୍ଥଳୀ ପାଲିଟିଛି । ଯେଉଁ ସବୁ ଗୃହ ଷ୍ଟାପ ରହିବା ପାଇଁ ନିର୍ମାଣ କରାଯାଇଛି ବର୍ଷା ଦିନ ଆରମ୍ଭରୁ ପାଣି ଗଳିବା ଆରମ୍ଭ ହୋଇଯାଉଛି ଯାହାରି ଫଳରେ ଏହି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଷ୍ଟାପ ରହିବା ପାଇଁ ଇଚ୍ଛା ପ୍ରକାଶ କରୁନାହାନ୍ତି । ଯାହାରି ଫଳରେ ଏହି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ପାଞ୍ଚ ଗୋଟି ପଞ୍ଚାୟତର ୪୦ ହଜାର ରୁ ଉର୍ଦ୍ଧ ଜନସାଧାରଣ ନିର୍ଭର କରୁଥିବା ବେଳେ ।
ଏଠାରେ ଦୁଇ ଜଣ ଡାକ୍ତରଙ୍କ ବଦଳରେ ଜଣେ ଡାକ୍ତରଙ୍କୁ ନିଯୁକ୍ତି ହୋଇଛି ସତ ହେଲେ ଛାତରୁ ପାଣିଗଳିବା,ନେଟୱାର୍କ ନରହିବା ,ବିଦ୍ୟୁତ ଚାଲିଗଲେ ଦୁଇ ତିନି ଧରି ଅନ୍ଧାରରେ ରହିବାକୁ ପଡୁ ଥିବାରୁ ଡାକ୍ତର ଦିଲ୍ଲୀପ କୁମାର ନାୟକ ଏଠାରେ ନରହି ବାଲିଗୁଡା ରୁ ଯିବା ଆସିବା କରୁଛନ୍ତି । ସାଧାରଣ ରେ ଅଭିଯୋଗ ହୁଏ ଡାକ୍ତର କେତେବେଳେ ଆଶନ୍ତିତ ଆଉ କେତେବେଳେ ଆସନ୍ତିନି ଏଠାର ଥିବା ଫାର୍ମାସିଷ୍ଟ ପୂର୍ଣ୍ଣଚନ୍ଦ୍ର ନାୟୁଡୁଙ୍କ ବଦଳି ପରେ ଆଜି ପର୍ଯ୍ୟନ୍ତ ସ୍ଥାଇ ନିଯୁକ୍ତି ଭାବରେ ଫାର୍ମାସିଷ୍ଟ ନିଯୁକ୍ତି ହୋଇପାରି ନାହିଁ ଯାହାରି ଫଳରେ ଜଣେ ଠିକା ପୁରୁଷ ସ୍ୱାସ୍ଥ୍ୟ କର୍ମୀ ରଘୁନାଥ ସାହୁଙ୍କୁ ଫାର୍ମାସିଷ୍ଟ ଦାଇତ୍ୱ ଚଳାଇବାକୁ ପଡୁଛି ସେଇଭଳି ଲାବ୍ରେଟରୀ ଟେକ୍ନିସିଆନ ପଦବୀ ଖାଲି ପଡ଼ିଥିବାରୁ ସେଠାରେ କେତେବେଳେ ପିଅନ ତ କେତେବେଳେ ସୀକୃଟିଗାର୍ଡ ରହି କାମ ତୁଲାଉଛି ।ନିରାମୟ ଯୋଜନାରେ ଯେଉଁ ସବୁ ଔଷଧ ମିଳିବା କଥା ତାହା ଏଠାରେ ମିଳୁ ନାହିଁ ।କିଛି ବର୍ଷ ପୂର୍ବେ ଏଠାରେ ଏକ ଆମ୍ବୁଲାନ୍ସ ରହୁଥିବା ବେଳେ ଏବେ ତାହା ବନ୍ଦ କରିଦିଆଯାଇଛି ଯାହାରି ଫଳରେ ଆମ୍ବୁଲାନ୍ସ ସେବାରୁ ବଞ୍ଚିତ ହେଉଛନ୍ତି । ଗର୍ଭବତୀ ମହିଳା , ଦୁର୍ଘଟଣା ଗ୍ରସ୍ଥ ଆରୋହି ,ଭଳି ଜରୁରୀ କାଳୀନ ରୋଗୀ,ତେବେ ନେଟୱାର୍କ ଠିକ ସମୟରେ ରହୁ ନଥିବା କାରଣରୁ ୧୦୮ ଆମ୍ବୁଲାନ୍ସ ସେବା ବି ପାଇଁ ପାରୁନ୍ତି କିଛି ଲୋକ । ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ହୋଇଥିବାରୁ ଏଠାରେ ଅକ୍ସିଜେନ ଭଳି ସେବାରୁ ବଞ୍ଚିତ ହେଉଛନ୍ତି ରୋଗୀ ସାମାନ୍ୟ କିଛି ଗୁରୁତ୍ୱ ହେଲେ ଲୋକଙ୍କୁ ଏଠାରୁ ୩୦ କିଲୋ ମିଟର ଦୁରରେ ଥିବା ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟକୁ ଯିବାକୁ ପଡୁଛି । ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀ ଏବଂ ରୋଗୀଙ୍କ ସମ୍ପର୍କୀୟ ଭଳି ଷ୍ଟାପ ମାନଙ୍କ ପାଇଁ ମଧ୍ୟ ଶୌଚାଳୟର ବ୍ୟବସ୍ଥା ନାହିଁ। ଏହି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ କିଭଳି ସମସ୍ତ ସୁବିଧା ଯୋଗାଇ ଦିଆଯିବ ଏହା ଉପରେ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ସ୍ଥାନୀୟ ଏଭେନସ୍ୱର ନାୟକ,ଅରଣ୍ୟ ପାତ୍ର,ଅଙ୍ଗରା ପାତ୍ର ,ଗୁମିକିଆ ସରପଞ୍ଚ ତ୍ରିନାଥ ପ୍ରଧାନ,ବୁଡ଼ାଗୁଡ଼ା ସରପଞ୍ଚ ତାତୁରା ପ୍ରଧାନ, ତିଲୋରୀ ସରପଞ୍ଚ ସର୍ଦ୍ଧାଞ୍ଜଳି ପ୍ରଧାନ, ଋତୁଙ୍ଗିଆ ସରପଞ୍ଚ ପିଙ୍କି ପ୍ରଧାନ ପ୍ରମୁଖ ଦାବି କରିଛନ୍ତି ।
More Stories
ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ।
ଆମପାଣି ସରକାରୀ ଏସ୍ଏସଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୭୫ ତମ ବାର୍ଷିକ ଉତ୍ସବ ପାଳିତ।
୨୭ ତମ ବାର୍ଷିକ ଉତ୍ସବ ଓ ନବକୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ ଉଦଯାପିତ : ଶତାଧିକ ଗାୟତ୍ରୀ ଭକ୍ତଙ୍କ ସମାଗମ