ଦଶହରା ଉପଲକ୍ଷେ ଶିବମନ୍ଦିର ପ୍ରାଙ୍ଗଣରେ ବୁଡ଼ାଗୁଡ଼ା ଗ୍ରାମ୍ୟ କମିଟିର ବୈଠକ । ସାମାଜିକ,ପୌରାଣିକ ନାଟକ ହେବ ମଞ୍ଚସ୍ଥ l
ଦାରିଙ୍ଗବାଡି,ମୋ ଟିଭି ଓଡ଼ିଶା:(ସୁଶାନ୍ତ କୁମାର ସାହୁ)
ଦାରିଙ୍ଗବାଡି ବ୍ଲକ ବୁଡ଼ାଗୁଡ଼ା ପଞ୍ଚାୟତ ଗ୍ରାମ୍ୟ କମିଟି ତରଫରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।

ବୈଠକରେ ଗ୍ରାମ୍ୟକମିଟି ସଭାପତି ଧିରଜ କୁମାର ପତି, ସମ୍ପାଦକ ମୁକେଶ ମୁଖୀ, ରାମାୟଣ ନାଟକ ପରିଚାଳକ ସଭାପତି ସୁଦାକର ବିନ୍ଧାଣି, ଦୁର୍ଗାପୂଜା କମିଟି ସଭାପତି ରମେଶ ଚନ୍ଦ୍ର ଦଣ୍ଡସେନା, କମିଟିର ଉପଦେଷ୍ଟା ଶୋଭାଗ୍ୟ କୁମାର ସୁବୁଦ୍ଧି, ପରାମର୍ଶ ଦାତା ବିଜୟ କୁମାର ପତି, ମାଧବ ଗୌଡ଼, ସୁଯ୍ୟନାରାୟଣ ତ୍ରିପାଠୀ, ରାଧାକାନ୍ତ ପାତ୍ର, ସଞ୍ଜୀବ ଗୌଡ଼, ମା ପୂଜାକମିଟି ପୂଜକ ନବକିଶୋର ପାତ୍ର, ସହଯୋଗୀ ରତ୍ନସିଂଙ୍ଗ ପାତ୍ର, ନାରାୟଣ ପାତ୍ର, ଯୁଗେଶ୍ୱର ପାତ୍ର, ଅରଣ୍ୟ କୁମାର ସିଂଦେଓ ପାତ୍ର, ରୂପେଶ ମୁଖୀ, ନେହୁର ପାତ୍ର, ମୃତୁଞ୍ଜୟ ପଣ୍ଡା, ଚନ୍ଦନ ରାଉତ , ଗଣ ମାଧ୍ୟମ ପ୍ରତିନିଧି ସୁଶାନ୍ତ କୁମାର ସାହୁ ଏବଂ ଗ୍ରାମବାସୀ ଉପସ୍ଥିତ ରହି ବୁଡ଼ାଗୁଡା ଠାରେ ଚଳିତ ବର୍ଷ ଆଶ୍ଵିନ ମାସ ୧୩ ତାରିଖ ଦଶହରା ଦିନ ପ୍ରଥମ ରାତ୍ରି, ଦିନ ସାମାଜିକ ନାଟକ ଏବଂ ଦ୍ୱିତୀୟ, ତୃତୀୟ ରାତ୍ରି ରାମାୟଣ ନାଟକ ହେବ ବୋଲି ଗ୍ରାମ୍ୟକମିଟି ସଦଶ୍ୟ ନିଷ୍ପତି ନେଇଛନ୍ତି ।
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।