ଗୋଟିଏ ସୁସ୍ଥ ସମାଜ ଗଠନରେ ମୁଖ୍ୟ ଭୂମିକା ସବୁବେଳେ ଗୋଟିଏ ନାରୀର । କଥାରେ ଅଛି ଗୋଟିଏ ନାରୀ ସ୍ୱାକ୍ଷରିତ ହୋଇ ପାରିଲେ ସେ ସମଗ୍ର ପରିବାରକୁ ଶିକ୍ଷିତ କରିପାରିବ । ଯଦି ନାରୀର ସ୍ଥାନ ଏତେ ଉଚ୍ଚରେ, ତାହା କଣ ବାସ୍ତବତା କି ? ଆଜିର ସଭ୍ୟ ପୁରୁଷ ପ୍ରଧାନ ସମାଜରେ ଆଜି ସେ ଅବହେଳିତ, ଦୁର୍ବଳା ଆଉ ଅଲୋଡା । ଏଠି ପୁଅ ଟିଏ ଜନ୍ମ ହେଲେ ଲୋକମାନଙ୍କ ଖୁସି କହିଲେ ନସରେ , ଆଉ ନବଜାତ ଶିଶୁ କନ୍ୟାଟି ମିଳେ ଦୂର ଅଳିଆ ଗଦାରେ ତ ପୁଣି କେବେ ଅଜଣା ହସ୍ପିଟାଲ ବେଡରେ । ବହୁ ପ୍ରତିବନ୍ଧକ ପାର କରି ସେ ଜନ୍ମ ତ ହୋଇଯାଏ ହେଲେ ତା ସଂଘର୍ଷ ଆରମ୍ଭ ହୁଏ ପୁଣି ଗୋଟିଏ ନୂଆ ରୂପରେ । ଛୋଟ ବେଳେ ଖେଳିବାଠୁ ନେଇ ପାଠ ପଢା ପର୍ଯ୍ୟନ୍ତ ସବୁଥିରେ ତାକୁ ତା ଭାଇ ସହିତ ସମାନ ହୋଇ ନିଜ ଅସ୍ତିତ୍ୱ ସାବ୍ୟସ୍ଥ କରିବାକୁ ପଡେ । ସେମାନଙ୍କ କୁନି କୁନି ହାତରେ ପଢାବହି ପରିବର୍ତ୍ତେ କାହିଁକି ଘର କାମ ଶୋଭା ଦିଏ ? ଖାଲି ସେତିକି ନୁହେଁ, ନର ରାକ୍ଷାସ ମାନଙ୍କ ଡର ମଧ୍ୟ ତାକୁ ବାନ୍ଧି ରଖେ କେଉଁ ଏକ ଅଦୃଶ୍ୟ ଶିକୁଳିରେ । ଅନେକ ସମୟରେ ଘର ବାହାରେ ନୁହେଁ ଘର ଭିତରେ ହିଁ ଶାରୀରିକ ଶୋଷଣର ଶିକାର ହୁଏ ସେଇ ଛୋଟ ଝିଅଟି । ସତରେ କଣ ସେଇ କୁନି ଝିଅଟିର ସେଇ ଛୋଟ ଡ୍ରେସଟି ଜଣକୁ କାମନାର ବଶବର୍ତ୍ତି କରାଇପାରେ? ଅନ୍ୟପଟେ ଆହୁରି ଅନେକ ପ୍ରଶ୍ନ ପ୍ରାୟ ସମସ୍ତଙ୍କ ମନରେ ଆସେ କାହିଁକି ଝିଅ ମାନଙ୍କୁ ଅଧିକ ସମବେଦନା ଦିଆଯାଏ? କାହିଁକି ଝିଅମାନଙ୍କ ଶିକ୍ଷା ପାଇଁ ସରକାର ଏତେ ଯୋଜନା କରୁଛନ୍ତି? ଏବଂ କାହିଁକି କେବଳ ଝିଅ ମାନଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା କରାଯାଇଛି? ମାନସିକତାରେ ପରିବର୍ତ୍ତନ ଓ କନ୍ୟା ରତ୍ନର ମହତ୍ୱ ବୁଝିବା ହିଁ ଭୃଣ ହତ୍ୟା, ଝିଅ ପୁଅ ଭେଦଭାବ, ଶିଶୁ କନ୍ୟା ଶୋଷଣ ଓ ଦୁଷ୍କର୍ମ ଭଳି ଜଟିଳ ସମସ୍ୟାର ସମାଧାନ କରିପାରିବ ।
ସତ୍ୟାନନ୍ଦ ପାଣିଗ୍ରାହୀ
More Stories
‘ଫେଙ୍ଗାଲ’ ତାଣ୍ଡବ: ତାମିଲନାଡୁରେ ୩ ମୃତ, ପୁଡୁଚେରୀରେ ବନ୍ୟା ପରିସ୍ଥିତି
ଓଡ଼ିଶାକୁ ମାଡ଼ି ଆସୁଛି ବିପଦ; ନଭେମ୍ୱରରେ ଆସୁଛି ଆଉ ଏକ ବଡ଼ ବାତ୍ୟା !
“ସତ୍ୟ ନିଷ୍ଠାର ସଂସ୍କୃତିରୁ ରାଷ୍ଟ୍ରର ସମୃଦ୍ଧି”, ଚଳିତ ବର୍ଷର ସତର୍କତା ସଚେତନତା ସପ୍ତାହ ପାଳନର ମୂଳମନ୍ତ୍ର |