MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ସାଲିଆସାହିରେ ବୁଲିଲା ବୁଲଡୋଜର

ମୋ ଟିଭି ଓଡିଶା / ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରର ସାଲିଆସାହିରେ ଶନିବାର ବୁଲିଲା ବୁଲଡୋଜର। ସାଲିଆସାହିରେ ୩ଟି ଦେଶୀ ମଦ କାରଖାନା ଠାବ ହେବା ପରେ ବୁଲିଲା ବୁଲଡୋଜର। ବୁଲଡୋଜର ଲଗାଇ ଚୋରା ମଦ ଭାଟି ପୁଲିସ ଭାଙ୍ଗିଛି । ଘଟଣାସ୍ଥଳରେ ଡିସିପି ପ୍ରତୀକ ସିଂହ ଉପସ୍ଥିତ ଥିବା ବେଳେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ।
ସୂଚନା ଯୋଗ୍ୟ, ରାଜଧାନୀ ଭୁବନେଶ୍ଵରରେ ଦେଶୀ ମଦ ତିଆରି ହୋଇ ବିକ୍ରି ହେଉଥିବାବେଳେ ଏହାକୁ ରୋକିବାକୁ ଅଣ୍ଟା ଭିଡିଛି ପୁଲିସ। ଶନିବାର ପୁଲିସ ପକ୍ଷରୁ ସାଲିଆସାହିରେ ଚଢ଼ାଉ କରାଯିବା ବେଳେ ଏକ ଦେଶୀ ମଦ କାରଖାନା ଠାବ ହୋଇ ଥିଲା। ସେଠାରୁ ବିପୁଳ ପରିମାଣରେ ଦେଶୀ ମଦ, ପୋଚ ଏବଂ ମଦ ତିଆରି ପାଇଁ ବ୍ୟବହାର କରାଯାଉଥିବା ସରଞ୍ଜାମଗୁଡ଼ିକୁ ଜବତ କରାଯାଇଥିଲା। ଚଢ଼ାଉ ସମୟରେ ବହୁ ସଂଖ୍ୟକ ଡ୍ରମରେ ଦେଶୀ ମଦ ରଖାଯାଇଥିବା ଦେଖିବାକୁ ମିଳିଥିଲା। ଏଠାରେ ରାଜଧାନୀର ବିଭିନ୍ନ ଅଞ୍ଚଳକୁ ଦେଶୀ ମଦ ଚାଲାଣ କରାଯାଉଥିବା ଏବେ ସାମ୍ନାକୁ ଆସିଛି।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।