February 3, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ପାଳଗଦା ପାଉଁଶ ରୁ ପୋଡା ଦେହାଅବଶେଷ ଉଦ୍ଧାର, ଘଟଣାସ୍ଥଳରେ ପୋଲିସ ର ଛାନଭିନ।


ମୋଟିଭି ଓଡିଶା : କଳାହାଣ୍ଡି:୨୫/୦୫ : ଶନିବାର କୋକସରା ଥାନା ଅନ୍ତର୍ଗତ ଟେମରା ବୋବରିଆ ରାସ୍ତା ମଝିରେ ଥିବା ଚାଷଜମିରେ ରହିଥିବା ଖଳାରେ ପାଳ ଗଦା କୁ କେହି ଜଣେ ଦୁର୍ବୁର୍ତ୍ତ ଗତକାଲି ରାତିରେ ନିଆଁ ଲଗେଇ ଦେଇଥିବା ବେଳେ ଆଜି ସକାଳୁ ଟେମରା ଗ୍ରାମର ଜମି ମାଲିକ ଚୁଲୁ ବାଣୁଆ ଏହା ଦେଖିବା ପରେ ଜଳି ଯାଇଥିବା ପାଳର ପାଉଁଶ ଗଦା ରେ କିଛି ହାଡ଼ ଓ ଦେହଅବଶେଷ
ରହିଥିବା ଦେଖି କୌଣସି ଅଘଟଣ ହୋଇଥିବା ସନ୍ଦେହରେ ଏନେଇ କୋକସରା ପୋଲିସକୁ ଲିଖିତ ଅଭିଯୋଗ କରିଥିଲେ। ଏହାସହ କୋକସରା ଅଗ୍ନିଶମ ବିଭାଗକୁ ମଧ୍ୟ ସୂଚନା ଦେବାପରେ ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ପହଞ୍ଚି ପାଳଗଦାରେ ଲାଗିଥିବା ନିଆଁ କୁ ଲିଭାଇବା ସହ ପାଉଁଶ ମଧ୍ୟରେ ଥିବା ଜଳି ଯାଇଥିବା ଦେହଅବଶେଷ ଓ ହାଡ଼ ଦେଖିବାକୁ ମିଳିଥିଲା।

ଖବର ପ୍ରଚାରିତ ହେବାପରେ ଘଟଣାସ୍ଥଳ ରେ ଲୋକଙ୍କ ପ୍ରବଳ ଗହଳି ମଧ୍ୟ ହୋଇଥିଲା। କୌଣସି ମଣିଷ ନା ଜୀବଜନ୍ତୁ ପୋଡି ମରିଥିବା ନେଇ ସନ୍ଦେହ ହୋଇଥିଲା। ପରେ ଘଟଣାସ୍ଥଳରେ କୋକସରା ଆଇଆଇସି ରନିତା ପ୍ରଧାନ, ଏସଆଇ ହେମନ୍ତ ପାତ୍ର ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ତେବେ ପାଳଗଦା ପାଉଁଶ ରୁ ଉଦ୍ଧାର ହୋଇଥିବା ହାଡ଼ ଓ ଦେହବଶେଷକୁ ଦେଖି ଏହା କୌଣସି ଜୀବଜନ୍ତୁ ର ବୋଳି କହିଥିଲେ ଓ ଫେରି ଯାଇଥିଲେ।

ତେବେ କୌଣସି ଜୀବଜନ୍ତୁ କାହିଁକି ପାଳଗଦା ମଧ୍ୟକୁ ଆସିଲା ଓ କେମିତି ନିଆଁ ଲାଗିଲା ତାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ସନ୍ଦେହ ଜାତ ହୋଇଛି। ଅନ୍ୟପକ୍ଷରେ କୌଣସି ଜଙ୍ଗଲ ଜୀବଜନ୍ତୁ କୁ କେହି ଶିକାର କରି କାଳେ ଗ୍ରାମବାସୀ କିମ୍ବା ଜଙ୍ଗଲ ବିଭାଗ ନଜର ରେ ଘଟଣା ଆସିଯିବ ବୋଳି ଭୟ ରେ ଏମିତି କାଣ୍ଡ ଭିଆଇଥିବା ନେଇ ମଧ୍ୟ ଲୋକେ କୁହାକୁହି ହେଉଥିବା ଜଣାପଡିଛି। ତେବେ ପୋଲିସ ଘଟଣା ର ତଦନ୍ତ କଲେ ସତ୍ୟ ଲୋକଲୋଚନକୁ ଆସିବ ବୋଳି ମତ ପ୍ରକାଶ ପାଇଛି।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।