February 23, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଗଞ୍ଜେଇ ସହ କାର୍‌ ଜବତ: ୨ ଗିରଫ


ବାଲିଗୁଡ଼ା, (ମୋ ଟିଭି ଓଡିଶା/ସଞ୍ଜୟ କୁମାର ପାଣିଗ୍ରାହୀ):

କନ୍ଧମାଳ ଜିଲା ବାଲିଗୁଡ଼ା ଅବକାରୀ ବିଭାଗ ଗଞ୍ଜେଇ ଚୋରାଚାଲାଣ ବେଳେ ଚଢାଉ କରି କାର୍‌ ସହ ଦୁଇଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।

ସୂଚନାନୁଯାୟୀ, ଅବକାରୀ ବିଭାଗ ଗଞ୍ଜେଇ ଚାଲାଣ ହେଉଥିବା କୌଣସି ପ୍ରକାରେ ସୂଚନା ପାଇ ସାରଙ୍ଗଡ଼ ଥାନା ଅନ୍ତର୍ଗତ ବନ୍ଧଗୁଡ଼ା ଛକରେ ଜଗିଥିଲେ। ଏହି ସମୟରେ ଗୋଟିଏ ଧଳା ରଙ୍ଗର ଏକ କାର୍‌ ଓଡି ୦୨ ସିଏନ୍‌ ୦୪୩୩ ଆସୁଥିବା ଦେଖି କାର୍‌ ଯାଞ୍ଚ କରିବା ବେଳେ ଏହା ଭିତରୁ ୨୩ କେଜି ଗଞ୍ଜେଇ ବାହାରିଥିଲା l

କାର୍‌ ଓ ଗଞ୍ଜେଇକୁ ଜବତ କରିଥିବା ବେଳେ କାର୍‌ ଭିତରେ ଥିବା ଦୁଇ ଗଞ୍ଜେଇ ଚାଲାଣକାରୀ ଯୁବକ ଫିରିଙ୍ଗିଆ ଅଞ୍ଚଳର ଅଭୟ ପର୍ଶୁରାମ ମହାରଣା(୨୦) ଓ ଶଙ୍କରାଖୋଲ ଅଞ୍ଚଳର ବିକୁ ଦିଗାଳ(୨୦) କୁ ଗିରଫ କରି କେଶ ନଂ. ୭୨/୨୪ ପ୍ରକାରେ ଏକ ମାମଲା ରୁଜୁ କରି କୋର୍ଟଚାଲାଣ କରାଯାଇଥିବା ନେଇ ଇନ୍ସପେକ୍ଟର ପୂର୍ଣ୍ଣଚନ୍ଦ୍ର ବେହେରା ସୂଚନା ଦେଇଛନ୍ତି। ଏହ ଚଢ଼ାଉରେ ଓଆଇସି ସୁମିତ୍ର ଦଳେଇ, ଏସ୍‌ଆଇ ଏନ୍‌.ତିରୁପତି ରାଓ ଓ ଭବାନୀ ଶଙ୍କର ସେଠୀ ସମେତ ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।