January 25, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଭରତପୁର ପୋଲିସ ବିରୋଧରେ ମାମଲା ରୁଜୁ,ନିଲମ୍ବିତ ଆଇଆଇସିଙ୍କୁ ଜେରା…..

ମୋ ଟିଭି ଓଡିଶା / ଭୁବନେଶ୍ୱର :

ଭରତପୁର ଥାନାରେ ମେଜର ଗୁରୁବଂଶ ସିଂହ ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ମାମଲାରେ ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ। ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କ ସହ ଅନ୍ୟ ୪ ପୋଲିସ କର୍ମଚାରୀଙ୍କ ନାଁରେ ଅପରାଧିକ ମାମଲା ରୁଜୁ କରିଛି କ୍ରାଇମବ୍ରାଞ୍ଚ।

ଅଭିଯୁକ୍ତ ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କ ସହ ଅନ୍ୟମାନଙ୍କୁ କ୍ରାଇମବ୍ରାଞ୍ଚ ଜେରା କରିଥିବା ସୂଚନା ମିଳିଛି। ଘଟଣା ଦିନ ଭରତପୁର ଥାନାରେ ମେଜର ଓ ବାନ୍ଧବୀଙ୍କ ସହ କଣ ଘଟିଥିଲା,ପୋଲିସର ବ୍ୟବହାର କିଭଳି ରହିଥିଲା ଏସବୁର ଖୋଳତାଡ କରୁଛି କ୍ରାଇମବ୍ରାଞ୍ଚ। ମେଜରଙ୍କ ଏତଲା ପରେ ଅପରାଧିକ ମାମଲା ରୁଜୁ କରି ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ।

ସୂଚନା ଅନୁସାରେ ମେଜରଙ୍କ ଅଭିଯୋଗ ଥିଲା ଯେ ୧୫ ତାରିଖ ପଥରଗାଡିଆ ରାସ୍ତାରେ ତାଙ୍କ ବାନ୍ଧବୀ ଓ ଭରତପୁର ଥାନାରେ ତାଙ୍କ ସହ କଣ ଘଟିଥିଲା। ପଥରଗାଡିଆ ନିକଟରେ ୧୦ରୁ ୧୨ଜଣ ଦୁର୍ବୃତ୍ତ ଆସି ଦୁର୍ବ୍ୟବହାର କରିଥିଲେ। ଗାଡି ଅଟକାଇବା ସହ ହାତାହାତି ହେବା ସହ ଆକ୍ରମଣ କରିଥିଲେ ଏବଂ ଧମକ ଦେଇଥିଲେ।

ଅଭିଯୋଗରେ ଗୋଟିଏ କାରର ରେଜିଷ୍ଟ୍ରେସନ ନମ୍ବର ବି ଉଲ୍ଲେଖ କରିଛନ୍ତି। ଏହାପରେ ଭରତପୁର ଥାନାକୁ ଯାଇ ଅଭିଯୋଗ କରିବାକୁ କହିବା ପରେ ତାଙ୍କ ସହ କଣ ଘଟିଥିଲା ପୁରା ଘଟଣା ବଖାଣିଛନ୍ତି। ଘଟଣା ତଦନ୍ତ କରି ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଲିଖିତ ନିବେଦନ କରିଛନ୍ତି ଗୁରୁବଂଶ। ଅଭିଯୋଗକୁ ଗ୍ରହଣ କରି ମାମଲା ରୁଜୁ କରି କ୍ରାଇମବ୍ରାଞ୍ଚ ତଦନ୍ତ ଜୋରଦାର କରିଛି।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।