ମୋ ଟିଭି ଓଡିଶା / କଳାହାଣ୍ଡି :୨୯/୦୬
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କାଉଡୋଳା ସରପଞ୍ଚ ଦେବିସିଂ ତାଣ୍ଡି ୩ କନ୍ୟା ସନ୍ତାନର ରହିଥିବା ବେଳେ ସରପଞ୍ଚ ପଦ ହାତେଇବା ପାଇଁ ଗତ ୨୦୨୨ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ରେ ମିଥ୍ୟା ସତ୍ୟପାଠ ଦର୍ଶାଇଥିଲେ। ଯାହାକୁ ସୂଚନାରୁ ଜଣାପଡିଛି ଯେ ଗତ ୨୦୨୨ ପଞ୍ଚାୟତ ନିର୍ବାଚନ ବେଳେ କାଉଡୋଳା ପଞ୍ଚାୟତ ବଡ଼ କେନ୍ଦୁଗୁଡ଼ା ଗାଁର ଦେବିସିଂ ତାଣ୍ଡି ସରପଞ୍ଚ ଭାବେ ନିର୍ବାଚିତ ହୋଇଥିଲେ। ତାଙ୍କର ତିନୋଟି କନ୍ୟା ସନ୍ତାନ ଥିଲେ ହେଁ ମିଥ୍ୟା ସତ୍ୟପାଠ କରି ନିର୍ବାଚନ ଲଢିଥଲେ ଓ ବିଜୟୀ ହୋଇଥିଲେ। ତାଙ୍କ ପ୍ରତିପକ୍ଷ ପ୍ରତିଦ୍ବନ୍ଦୀ ବଂଶୀଧର ବେଶ୍ରା ସରପଞ୍ଚ ଙ୍କ ୩ ସନ୍ତାନ ଥିବାନେଇ ବିଚାର ବିଭାଗୀୟ କୋର୍ଟ ରେ ଅଭିଯୋଗ ଦାଖଲ କରିଥିଲେ।କୋକସରା ପ୍ରଥମ ଶ୍ରେଣୀ ଦେୱାନୀ ବିଚାରପତିଙ୍କ ନିକଟରେ କେସ ନମ୍ବର ସିପି ୦୧/୨୦୨୨ରେ ଏକ ମାମଲା ଦାୟର କରିଥିଲେ। ହେଲେ କୌଣସି କାରଣରୁ ଉକ୍ତ କେସ୍ ଖାରଜ ହୋଇଥିବା ବେଳେ ପରବର୍ତ୍ତି ସମୟରେ ଶ୍ରୀ ବେଶ୍ରା ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଧର୍ମଗଡ ଅଦାଲତର ଦ୍ଵାରସ୍ଥ ହୋଇ କେସ ନମ୍ବର ଏଫ୍ ଏ ଓ ୩/୨୦୨୪ରେ ଏକ ମାମଲା ଦାୟର କରିଥିଲେ । ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ଧର୍ମଗଡ ଅଦାଲତରେ ଅତିରିକ୍ତ ଜିଲା ଦୌରାଜଜ୍ ମାନ୍ୟବର ଶ୍ରୀଯୁକ୍ତ ସୁରେଶ ଚନ୍ଦ୍ର ପ୍ରଧାନ ଜୁନ ୨୫ ତାରିଖ ଦିନ ସମ୍ପୃକ୍ତ ସରପଞ୍ଚଙ୍କୁ ଅଯୋଗ୍ୟ ଘୋଷଣା କରି ଦୁଇ ମାସ ମଧ୍ୟରେ ପୁଣିଥରେ କାଉଡୋଲା ପଞ୍ଚାୟତରେ ସରପଞ୍ଚ ପଦବୀ ପାଇଁ ପୁନର୍ବାର ନିର୍ବାଚନ କରିବା ପାଇଁ କଳାହାଣ୍ଡି ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଜାରି କରିଥିବା ଜଣାପଡ଼ିଛି । ଉକ୍ତ କେସକୁ ବରିଷ୍ଠ ଆଇନଜୀବୀ ବିଶ୍ୱନାଥ ମୁଣ୍ଡ ପରିଚାଳନା କରିଥିଲେ।ଏ ସମ୍ପର୍କରେ ଅଯୋଗ୍ୟ ଘୋଷିତ ହୋଇଥିବା ସରପଞ୍ଚଙ୍କୁ ଯୋଗାଯୋଗ କରିବାରୁ ସେ ଉପରିସ୍ଥ କୋର୍ଟ ର ଦ୍ବାରସ୍ଥ ହେବି ବୋଲି କହିଛନ୍ତି।
More Stories
ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ।
ଆମପାଣି ସରକାରୀ ଏସ୍ଏସଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୭୫ ତମ ବାର୍ଷିକ ଉତ୍ସବ ପାଳିତ।
୨୭ ତମ ବାର୍ଷିକ ଉତ୍ସବ ଓ ନବକୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ ଉଦଯାପିତ : ଶତାଧିକ ଗାୟତ୍ରୀ ଭକ୍ତଙ୍କ ସମାଗମ