ମୋଟିଭି ଓଡିଶା / ଭୁବନେଶ୍ୱର :
ରାଜ୍ୟର ବିଭିନ୍ନ ଜିଲ୍ଲରେ ସିବିଆଇ ଚଢାଉ ହୋଇଛି। କଳାହାଣ୍ଡି, ନୂଆପଡା, ମୟୂରଭଞ୍ଜ, ବାଲେଶ୍ୱର, ରାୟଗଡା, କନ୍ଧମାଳ, କେନ୍ଦୁଝର, ଭଦ୍ରକ, ନବରଙ୍ଗପୁରର ମୋଟ ୬୭ଟି ସ୍ଥାନରେ ଚଢାଉ ଜାରି ରହିଛି। ଗ୍ରାମୀଣ ଡାକ ସେବକ ପରୀକ୍ଷାରେ ସାର୍ଟିଫିକେଟ ଜାଲ ନେଇ ପୋଷ୍ଟାଲ ସର୍ଭିସ ନିର୍ଦ୍ଦେଶକଙ୍କ ପକ୍ଷରୁ ସିବିଆଇରେ ଅଭିଯୋଗ ହୋଇଥିଲା। ପ୍ରାର୍ଥୀଙ୍କ ଭିତରୁ ୬୩ଜଣ ଜାଲ୍ ସାର୍ଟିଫିକେଟ ଦେଇଥିବା ଅଭିଯୋଗ ଆସିଥିଲା। ଚଢାଉରେ ୧୨୨ଜଣ ସିବିଆଇ ଅଧିକାରୀ ଓ ଅନ୍ୟ ୮୨ ଅଧିକାରୀମାନେ ସାମିଲ ହୋଇଛନ୍ତି। ଆନ୍ତଃରାଜ୍ୟ ଗ୍ୟାଙ୍ଗ ଜାଲ ସାର୍ଟିଫିକେଟ ଯୋଗାଇ ଥିବା ନେଇ ସୂଚନା ମିଳିଛି। ଏହି ଘଟଣାରେ ୨୦୨୩ ମେ ୯ତାରିଖରେ ମାମଲା ଦାୟର କରିଥିଲା ସିବିଆଇ।
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।