MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ରେଙ୍ଗାଳପାଲି ୟୁପି ସ୍କୁଲ ରେ ଶିକ୍ଷା ସପ୍ତାହ ପାଳନ


ମୋ ଟିଭି ଓଡିଶା / କଳାହାଣ୍ଡି : ୨୫/୦୭


କେନ୍ଦ୍ରସରକାରଙ୍କ ଜାତୀୟ ଶିକ୍ଷାନୀତି 2020 ର ଚାରିବର୍ଷ ଫୁର୍ତ୍ତି ଅବସରରେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ, ନୂଆଦିଲ୍ଲୀ ଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ ସରକାର ସ୍କୁଲ ଓ ଗଣ ଶିକ୍ଷା ବିଭାଗ ତରଫରୁ ରାଜ୍ୟର ପ୍ରତେକ ବିଦ୍ୟାଳୟରେ ଶିକ୍ଷା ଶପଥ ତା ୨୨.୭.୨୪ ରିଖ ଠାରୁ ତା ୨୮.୭.୨୪ରିଖ ପର୍ଯ୍ୟନ୍ତ ପାଳନ କରାଯାଉଛି।

ଜୟପାଟଣା ବ୍ଲକ୍ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ରେଙ୍ଗାଲପାଲି ଠାରେ ପ୍ରଥମ ଦି ଏଫ୍ ଏଲ୍ ଏନ କାର୍ଯ୍ୟକ୍ରମରେ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତ, ଦୂତୀୟ ଦିନରେ ଏଫ୍ ଏଲ ଏନ୍ ଶିକ୍ଷଣ, ତୃତୀୟ ଦିନରେ ଖେଳକୁଦ କାର୍ଯ୍ୟକ୍ରମ ଆଜି ଚତୁର୍ଥ ଦିବସରେ ସାଂସ୍କୃତିକ ଦିବସ ଜୋର୍ ସୋର୍ ରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ସହ ପାଳନ କରୁଛନ୍ତି। ପ୍ରଧାନ ଶିକ୍ଷକ ଲଳିତ କୁମାର ନାଏକଙ୍କ ପ୍ରତେକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପର୍ଶୁରାମ ବାଣୁଆ, ଶଶିଭୂଷଣ ଦଳପତି, କୋଟେଶ୍ୱର୍ ରାଓ, ଦେବାଶିଷ ମହାପାତ୍ର, ସୁଜିତ୍ ସାହୁ, ଉଦ୍ଧବ ବାଗ, ଧରିତ୍ରୀ ଦାସ, ନିବେଦିତା ବାଣୁଆ, ଦିବ୍ୟାସିନି ଦୂର୍ଗା ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଛନ୍ତି।

କାର୍ଯ୍ୟକ୍ରମରେ ଅଭିଭାବକ, ବିଦ୍ୟାଳୟ ପରିଚାଳନା କମିଟି ଉପସ୍ଥିତ ରହି ସହଯୋଗ କରୁଛନ୍ତି। ଆଗକୁ ପୋଷଣ ଦିବସ, ଇକୋ କ୍ଲବ, ସମୁଦାୟ ସହଯୋଗ ଦିବସ ଅଛି। ସେହି ସବୁ କାର୍ଯ୍ୟକ୍ରମର ଆଗୁଆ ପ୍ରସ୍ତୁତି ସାରିଛି ବୋଲି ପ୍ରଧାନ ଶିକ୍ଷକ ସ୍ପଷ୍ଟ କରିଛନ୍ତି। ସଭାପତି ଉମାଶଙ୍କର ଦୀପ ସକ୍ରିୟ ସହଯୋଗ କରିଛନ୍ତି।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।