ମୋ ଟିଭି ଓଡିଶା / କଳାହାଣ୍ଡି:୦୨/୦୭(ସନତ ପ୍ରଧାନୀ)
ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଓଡିଶା ସରକାରଙ୍କ ପକ୍ଷରୁ ୭୫ ତମ ବନ ମହୋତ୍ସବ ସପ୍ତାହ ୧ ତାରିଖ ରୁ ୭ ତାରିଖ ପର୍ଯ୍ୟନ୍ତ ପାଳନ ଅବସରରେ ବନ ବିଭାଗ ପକ୍ଷରୁ ବନୀକରଣ ସୃଷ୍ଟି ଉଦ୍ଦେଶ୍ୟ ରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ପାଳନ ହେଉଥିବା ବେଳେ ଧର୍ମଗଡ ବନାଞ୍ଚଳ କଳାହାଣ୍ଡି ଅନ୍ତର୍ଗତ କୋକସରା ବ୍ଲକ ଆମପାଣି ଆମପାଣି ବନ ଫରେଷ୍ଟ ସେକ୍ସନ ପକ୍ଷରୁ ମଙ୍ଗଳବାର ବଡ଼ ପୋଡ଼ାଗୁଡା ପଞ୍ଚାୟତ ରଏନଗୁଡା ଉଚ୍ଚ ବିଦ୍ୟାଳୟ ପରିସରରେ ବନ ମହୋତ୍ସବ ଆମପାଣି ଫରେଷ୍ଟର ମନୀଷା ପଟ୍ଟନାୟକ ଙ୍କ ତତ୍ୱାବଧାନ ରେ ପାଳନ କରାଯାଇଛି।

ପରିବେଶ ସୁରକ୍ଷା ଓ ସନ୍ତୁଳନ ପାଇଁ ବୃକ୍ଷ ରୋପଣ ହିଁ ଏକମାତ୍ର ବିକଳ୍ପ ଏଣୁ ଜଙ୍ଗଲ ର ସୁରକ୍ଷା ସହ ବୃକ୍ଷ ରୋପଣ କରି ଜଳବାୟୁ ପରିବର୍ତ୍ତନ ରୋକା ଯାଇ ପାରିବ ବୋଳି ଉପସ୍ଥିତ ଅତିଥିମାନେ ମତ ଦେଇଥିଲେ।

ଏହି ଅବସରରେ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ରବୀନ୍ଦ୍ର ଧଳ ସମେତ ଅନ୍ୟ ଶିକ୍ଷକ,ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଓ ସ୍ଥାନୀୟ ଜନ ପ୍ରତିନିଧି ମାନେ ଉପସ୍ଥିତ ବୃକ୍ଷ ରୋପଣ କରିଥିଲେ। ଆମପାଣି ବନ ବିଭାଗ ର କର୍ମଚାରୀ ମାନେ ସହଯୋଗ କରିଥିଲେ।
More Stories
ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ।
ଆମପାଣି ସରକାରୀ ଏସ୍ଏସଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୭୫ ତମ ବାର୍ଷିକ ଉତ୍ସବ ପାଳିତ।
୨୭ ତମ ବାର୍ଷିକ ଉତ୍ସବ ଓ ନବକୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ ଉଦଯାପିତ : ଶତାଧିକ ଗାୟତ୍ରୀ ଭକ୍ତଙ୍କ ସମାଗମ