MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ପେଟ୍ରୋଲ ଓ ଡିଜେଲକୁ ଜିଏସଟି ଅନ୍ତର୍ଭୁକ୍ତ କରିବାକୁ କେନ୍ଦ୍ର ରାଜି । ଅପେକ୍ଷା ରାଜ୍ୟ ସରକାରଙ୍କ ନିଷ୍ପତ୍ତି ।

ପେଟ୍ରୋଲ ଓ ଡିଜେଲ ଜିଏସଟି ପରିସରକୁ ଆସିବା ପାଇଁ କେନ୍ଦ୍ର ସରକାର ବ୍ୟବସ୍ଥା କରିଛନ୍ତି । ରାଜ୍ୟ ହାତରେ ପେଟ୍ରୋଲ ଜିଏସଟି । ସମସ୍ତ ରାଜ୍ୟ ଏ ବାବଦରେ ନିଷ୍ପତ୍ତିି ଜଣାଇବା ଦରକାର । କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହା ସ୍ପଷ୍ଟ କରାଯାଇଛି । ଯଦି ପେଟ୍ରୋଲ ଓ ଡିଜେଲ ଜିଏସଟି ପରିସରକୁ ଆସିବ ତାହେଲେ ଲିଟର ପିଛା ଦର ହାରାହାରି ୨୦ ଟଙ୍କା କମିଯିବ । ଅର୍ଥାତ ପେଟ୍ରୋଲ ଓ ଡିଜେଲ ଲିଟର ପିଛା ୭୫ରୁ ୮୦ ଟଙ୍କା ମଧ୍ୟରେ ଉପଲବ୍ଧ ହେବ । ବିଭିନ୍ନ ସମୟରେ ଇନ୍ଧନକୁ ଜିଏସଟି ପରିସରଭୁକ୍ତ କରିବାକୁ ଦାବି ହୋଇଛି । ଏହାରି ଭିତରେ କେନ୍ଦ୍ର ସରକାର ରାଜ୍ୟ ଉପରେ ନିଷ୍ପତ୍ତି ଛାଡିଛନ୍ତି । ୨୦୧୭ରେ ଜିଏସଟି ଲାଗୁ ହୋଇଥିଲା । ଇନ୍ଧନଜାତ ଦ୍ରବ୍ୟ କିନ୍ତୁ ଏହାର ପରିସରଭୁକ୍ତ ହୋଇନାହିଁ । କିନ୍ତୁ ତକ୍ରାଳୀନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଏବାବଦରେ ବ୍ୟବସ୍ଥା କରିଥିଲେ ବୋଲି ଏବେର ଅର୍ଥମନ୍ତ୍ରୀ ନିର୍ମଳା ସୀତରମଣ ସ୍ପଷ୍ପ କରିଛନ୍ତି । ଦୁଇ ଦିନ ତଳେ ଜିଏସଟି ପରିଷଦ ବୈଠକ ଦିଲ୍ଲୀରେ ବସିଥିଲା ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।