ମୋଟିଭି ଓଡିଶା : ସୋର (୧୭/୦୫) ପୂର୍ବଶତ୍ରୁତାକୁ କେନ୍ଦ୍ରକରି ପୁତୁରା ମାଡରେ ବଡବାପା ଗୁରୁତର ହୋଇ ବାଲେଶ୍ୱର ଡାକ୍ତରଖାନାକୁ ସ୍ଥାନାନ୍ତରିତ ହୋଇଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁସାରେ ବାଲିପୁର ଗ୍ରାମର କାହ୍ନୁ ମଳିକ ଆଜି ମଧ୍ୟାହ୍ନରେ ଛକ ନିକଟରେ ଥିବା ଏକ ଦୋକାନକୁ ଥଣ୍ଡା ପିଇବାକୁ ଯାଇଥିଲେ। ଏହି ସମୟରେ ତାଙ୍କ ପୁତୁରା ପାଗଳା ମଳିକ ସେଠାରେ ବସିଥିଲେ। ତେବେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ପୁତୁରା ପାଗଳା ତାଙ୍କ ବଡବାପା କାହ୍ନୁଙ୍କୁ ଏକ ଥମସଅଫ କାଚ ବୋତଲରେ ମୁଣ୍ଡକୁ ପିଟିଥିଲେ। କାଚଟି ଭାଙ୍ଗି କାହ୍ନୁଙ୍କୁ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ସୃଷ୍ଟି ହେବା ସହିତ ମୁଣ୍ଡରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ସୋର ଡକ୍ଟରଖାନାକୁ ଆଣିଥିବା ବେଳେ ସେଠାରେ ତାଙ୍କର ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ଖବର ଲେଖାଯିବା ପର୍ଯ୍ୟନ୍ତ ଥନାରେ ଏ ନେଇ କୌଣସି ଅଭିଯୋଗ ହୋଇନାହିଁ।
ପୂର୍ଵ ଶତ୍ରୁତା କୁ କେନ୍ଦ୍ର କରି ପୁତୁରା ଥଣ୍ଡା କାଚ ବୋତଲ ଆକ୍ରମଣ, ବଡ ବାପା ଗୁରୁତର

More Stories
ପୂର୍ବତନ ସେନା କର୍ମଚାରୀଙ୍କ ଜଘନ୍ୟ କାଣ୍ଡ ।
ଛତିଶଗଡ଼ରେ ସୁରକ୍ଷାକର୍ମୀଙ୍କ ବଡ଼ ଅପରେସନ୍ ।
ଶିରୁଳି ମହାବୀର ମନ୍ଦିରରୁ ଚୋରି ।