MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଚାନ୍ଦବାଲି ରାଜନୀତି ।

ମୋଟିଭି ଓଡିଶା : ଚାନ୍ଦବାଲି ବ୍ଲକର ପୂର୍ବତନ ଅଧ୍ୟକ୍ଷା ମାନସୀ ସାହୁଙ୍କ ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଚିକିତ୍ସାଧିନ ଅବସ୍ଥାରେ ଥିବା ମାନସୀ ସାହୁ ଏହି ଭିଡିଓରେ କହୁଛନ୍ତି, ଯଦି ତାଙ୍କର ମୃତ୍ୟୁ ହୋଇଯାଏ, ଏଥିପାଇଁ ଚାନ୍ଦବାଲି ବିଧାୟକ ବାପି ରାୟ ଓରଫ୍ ବ୍ୟୋମକେଶ ରାୟ ଏବଂ ତାଙ୍କ ସ୍ୱାମୀ ରଞ୍ଜନ ସାହୁ ଦାୟୀ ରହିବେ ।

ତେବେ ମାନସୀ କାହିଁକି ଏବଂ କେଉଁ ଉଦ୍ଦେଶ୍ୟରେ ଏଭଳି କହୁଛନ୍ତି, ତାହା ସ୍ପଷ୍ଟ ହୋଇନଥିଲେ ମଧ୍ୟ ଏଥିରେ ରାଜନୈତିକ ସଂପୃକ୍ତି ଥାଇପାରେ ବୋଲି ସନ୍ଦେହ କରାଯାଉଛି । ମାନସୀ ସାହୁଙ୍କ ସ୍ୱାମୀ ରଞ୍ଜନ ସାହୁ ହେଉଛନ୍ତି ଭଦ୍ରକ ଜୋନ୍ -୨ର ଜିଲ୍ଲା ପରିଷଦ ସଦସ୍ୟ । ରଞ୍ଜନ ସାହୁ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେବା ପାଇଁ ପ୍ରସ୍ତୁତ ହେଉଥିଲେ ।  ହେଲେ ଦଳ ଛାଡ଼ିବା ପୂର୍ବରୁ ବିଜେଡିର ବଡ଼ ବଡ଼ ନେତା ରଞ୍ଜନଙ୍କ ମାନଭଂଜନ କରିବା ପାଇଁ ଉଦ୍ୟମ କରିଥିଲେ । ଏମିତି କି ବିଜେଡି ସଂଗଠନ ସଂପାଦକ, ପ୍ରଣବ ପ୍ରକାଶ ଦାସଙ୍କ ସହ ରଞ୍ଜନ ସାହୁ ଥିବା ଏକ ଫଟୋକୁ ଚାନ୍ଦବାଲି ବିଧାୟକ ସୋସିଆଲ ମିଡ଼ିଆରେ ପୋଷ୍ଟ କରିଛନ୍ତି । ତେବେ ମୋବାଇଲରୁ ମୋବାଇଲ ଘୁରି ବୁଲୁଥିବା ଭିଡିଓ ପଛର କାହାଣୀ କ’ଣ ତାହା ସ୍ପଷ୍ଟ ହୋଇପାରିନାହିଁ ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।