February 24, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଆଜି ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରା, ମାଉସୀ ଘର ଅଭିମୁଖେ ଯାତ୍ରା କରିବେ ଚତୁର୍ଦ୍ଧାମୂର୍ତ୍ତି

ମୋ ଟିଭି ଓଡିଶା / ପୁରୀ : ସ୍ବର୍ଗୀୟ ଅନୁଭବ, ଅଦୃଶ୍ୟ ସମ୍ପର୍କର ମିଳନର ଏ ଯାତ୍ରା ହେଉଛି ଘୋଷଯାତ୍ରା । ସ୍ବର୍ଗ, ମର୍ତ୍ତ୍ୟ, ଆକାଶ ପାତାଳର ବାସୀ ଚାହିଁ ରହିଥାନ୍ତି ଏହି ଯାତକୁ । ନୀତିକାନ୍ତି ଅନୁସାରେ ରଥଯାତ୍ରା ଦିନ ଭୋରରୁ ଆଳତୀ ଅବକାଶ ପରେ ତିନିବାଡିଆରେ ଠାକୁରଙ୍କ ଦୈନନ୍ଦିନ ବେଶ ହୁଏ । ସକାଳେ ସୂର୍ଯ୍ୟ ପୂଜା ଓ ଦ୍ବାରପାଳ ପୂଜା ତଥା ଅନ୍ୟାନ୍ୟ ନୀତିକାନ୍ତି ପରେ ପାଳିଆ ଖୁଣ୍ଟିଆ ମଣିମା ଡାକ ଦିଅନ୍ତି । ପଣ୍ଡା, ପରିହାରିଙ୍କ ଗହଣରେ ହଲି-ଝୁଲି ପହଣ୍ଡି କରି ରଥାରୂଢ ହୁଅନ୍ତି ତିନି ଠାକୁର। ରଥରେ ମହାପ୍ରଭୁଙ୍କ ଦର୍ଶନ କଲେ କୋଟି ପାପ-ତାପ କ୍ଷୟ ସହ ମୋକ୍ଷ ପ୍ରାପ୍ତି ହୁଏ ବୋଲି ବର୍ଣ୍ଣନା ରହିଛି । ଆଉ କାଳିଆ ସାଆନ୍ତେଙ୍କୁ ଟିକିଏ ଦେଖିବା ପାଇଁ ବଡ ଦାଣ୍ଡ ପାଲଟିଛି ଜନ ସମୁଦ୍ର । ଠାକୁରଙ୍କୁ ଦେଖି ଭାବବିହ୍ବଳ ଭକ୍ତ । ବିଶ୍ଵ ପ୍ରସିଦ୍ଧ ପବିତ୍ର ରଥଯାତ୍ରାର ବିଶ୍ଵ ବାସୀଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।