MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

୪ଦିନ ହେଲା ବୋରୱେଲରେ ଫସିରହିଛି ଚେତନା

୪ଦିନ ହେଲା ବୋରୱେଲରେ ଫସିରହିଛି ଚେତନା । ୧୫୦ଫୁଟ ବୋରୱେଲରେ ଫସିରହିଛି ୩ବର୍ଷର ଶିଶୁ କନ୍ୟା । ଜୀବନ ମରଣ ସହ ସଂଘର୍ଷ କରୁଛି ଚେତନା । ରାଜସ୍ଥାନର କୋଟପୁତଳୀ ଅଞ୍ଚଳରେ ଘଟିଛି ଏଭଳି ଘଟଣା । ଖେଳୁଥିବା ବେଳେ ବୋରୱେଲରେ ପଡ଼ିଯାଇଛି କୁନି ଝିଅ । ଉଦ୍ଧାର ପାଇଁ ଉଦ୍ୟମ ଚଳାଇଛି ଏନଡିଆରଏଫ ଓ ଏସଡିଆରଏଫ ।

ସୂଚନା ଅନୁସାରେ, ୨୩ ତାରିଖରେ ରାଜସ୍ଥାନର କୋଟପୁତଳି ନିକଟ ବଡିୟାଲି ଢାଣି ଗାଁର ଏକ ୩ ବର୍ଷର ଶିଶୁ କନ୍ୟା ଚେତନା ଖେଳୁଥିବା ବେଳେ ବୋରୱେଲରେ ଖସି ପଡ଼ିଥିଲା । ପିଲାଟିର ଚିତ୍କାର ଶୁଣି ତା’ ପରିବାର ଲୋକେ ସେଠାରେ ପହଞ୍ଚିଥିଲେ । ତୁରନ୍ତ ଉଦ୍ଧାରକାରୀ ଦଳ ଏବଂ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ତୁରନ୍ତ ପହଞ୍ଚିଥିଲା ଉଦ୍ଧାରକାରୀ ଦଳ । କୁନିଝିଅ ଚେତନାକୁ ଉଦ୍ଧାର ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ରେସକ୍ୟୁ ଅପରେସନ । ଚେତନାର ଗତିବିଧି ନିରିକ୍ଷଣ କରିବାକୁ ବୋରୱେଲ ଭିତରକୁ କ୍ୟାମେରା ପଠାଯିବା ସହ ପ୍ଲାଷ୍ଟିକ୍‌ ପାଇପ୍‌ ଯୋଗେ ଅକ୍ସିଜେନ ଯୋଗାଇ ଦିଆଯାଉଛି। ଏଥିସହ ପିଲାଟି ପାଇଁ ଖାଦ୍ୟ ସାମଗ୍ରୀ ଓ ପାଣି ବି ପଠାଯାଉଛି।

ବ୍ୟୁରୋ ରିପୋର୍ଟ : ମୋ ଟିଭି ଓଡିଶା

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।