February 24, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ରାଜଧାନୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଶାଳ ରୋଡ଼ ସୋ l

ମୋଟିଭି ଓଡିଶା : ଭୁବନେଶ୍ବର : ରାଜଧାନୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଶାଳ ରୋଡ଼ ସୋ lବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ରାଜଧାନୀ ଭୁବନେଶ୍ୱରରେ ପ୍ରାୟ ଅଢ଼େଇ ଘଣ୍ଟା ଧରି ରୋଡ୍ ଶୋ’ କରି ବିଧାନସଭା ଓ ଲୋକସଭା ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିଛନ୍ତି । ସନ୍ଧ୍ୟା ପ୍ରାୟ ୬ଟା ୪୫ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରୋଡ ଶୋ ଗଙ୍ଗନଗର ଛକରୁ ଆରମ୍ଭ ହୋଇଥିଲା । ମୁଖ୍ୟମନ୍ତ୍ରୀ ଲୋକଙ୍କୁ ହାତ ହଲାଇ ତାଙ୍କର ଚିରାଚରିତ ଢଙ୍ଗରେ ପଚାରିଥିଲେ ” ଆପଣମାନେ ଖୁସି ତ ? ” l ଏହା ସହ ମୁଖ୍ୟମନ୍ତ୍ରୀ ଜୁଲାଇରୁ ମାଗଣା ବିଜୁଳି ସହ ସମସ୍ତଙ୍କ ଲାଗି ବିଏସକେୱାଇ ଲାଗୁ ହେବବୋଲି ଘୋଷଣା କରିଥିଲେ l

ନବୀନଙ୍କ ରୋଡ୍ ଶୋ’ ଗଙ୍ଗନଗର ଛକରୁ ଏଲଆଇସି ଅଫିସ ଛକ, ଗୋପବନ୍ଧୁ ଛକ, ୮ ନମ୍ବର ଡିଏଭି ସ୍କୁଲ ଛକ,  ବେହେରା ସାହି ଛକ, କଳିଙ୍ଗ ଷ୍ଟାଡ଼ିୟମ ଛକ, ଜୟଦେବ ଛକ, ଆଚାର୍ଯ୍ୟ ବିହାର ଛକ, ବାଣୀବିହାର ଛକ,  ସତ୍ୟନଗର, ମାଷ୍ଟରକ୍ୟାଣ୍ଟିନ ଓ ରାଜମହଲ ଛକ ଦେଇ ଶିଶୁଭବନ ଛକ ପର୍ଯ୍ୟନ୍ତ ଚାଲିଥିଲା । ବିଭିନ୍ନ ସ୍ଥାନରେ ନବୀନଙ୍କ ରୋଡ୍ ଶୋ’କୁ ଦଳୀୟ କର୍ମୀ ଓ ସମର୍ଥକମାନେ ସ୍ୱାଗତ କରିଥିଲେ ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।