MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଟ୍ୟୁସନ ରୁ ଫେରିବା ବାଟରେ ବୁଲା କୁକୁର ଆକ୍ରମଣରେ ଶିଶୁ ଗୁରୁତର।

ମୋ ଟିଭି ଓଡିଶା / କଳାହାଣ୍ଡି:୨୮/୦୬(ସନତ ପ୍ରଧାନୀ)


ଦିନ କୁ ଦିନ ବୁଲା କୁକୁରଙ୍କ ଆତଙ୍କ ଗ୍ରାମାଞ୍ଚଳରେ ବୃଦ୍ଧି ପାଇବାରେ ଲାଗିଛି। ଶୁକ୍ରବାର କୋକସରା ବ୍ଲକ ଲଡୁଗାଁ ପଞ୍ଚାୟତ ଆଇଲି ଗ୍ରାମ ର ମାର୍କଣ୍ଡ ବାଣୁଆ ଙ୍କ ୫ ବର୍ଷ ର ଶିଶୁ ପୁତ୍ର ପ୍ରହଲ୍ଲାଦ ବାଣୁଆ ଘର ନିକଟରେ ଟ୍ୟୁସନ ପଢି ଘର କୁ ଫେରିବା ବାଟରେ ବୁଲା କୁକୁର ଆକ୍ରମଣ ର ଶିକାର ହୋଇଥିବା ଜଣାପଡିଛି। ଶିଶୁ ର କାନ୍ଦ ଚିତ୍କାର ଶୁଣି କିଛି ସ୍ଥାନୀୟ ଲୋକମାନେ କୁକୁର ଙ୍କୁ ଠେଙ୍ଗା ବାଡ଼ି ଧରି କୁକୁର କୁ ଘଉଡ଼ାଇ ଶିଶୁ କୁ ଉଦ୍ଧାର କରିଥିଲେ। ତେବେ ବୁଲା କୁକୁର ଝୁଣିବା ଫଳରେ ଶିଶୁ ର ଅବସ୍ଥା ଜଟିଳ ହୋଇଥିବା ବେଳେ ପରିବାର ଲୋକେ ସାଙ୍ଗେ ସାଙ୍ଗେ କୋକସରା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।ପ୍ରାଥମିକ ଚିକିତ୍ସା ପରେ ଶିଶୁ ର ଅବସ୍ଥା ଜଟିଳ ଥିବାରୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନା କୁ ସ୍ଥାନାନ୍ତର କରାଯାଇଛି।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।