February 3, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଚିଲିକା ବିଧାନସଭା ନିର୍ବାଚନ ମଣ୍ଡଳୀରେ ମିଶ୍ରଣପର୍ବ।

ମୋଟିଭି ଓଡିଶା : ଖୋର୍ଦ୍ଧା : ଚ଼ିଲିକା ବିଧାନସଭା କ୍ଷେତ୍ରର ନାଚ଼ୁଣୀ ସ୍ଥିତ ଭାଜପା କାର୍ଯ୍ୟାଳୟ‌ ଠାରେ ଗାଲୁଆ ପଞ୍ଚାୟତର ବିଜେଡ଼ି‌ କର୍ମକର୍ତ୍ତା ମହେଶ୍ବର ସ୍ବାଇଁ, ବାଣପୁର ଏନ୍ଏସିର ଯୁବ ସଂଗଠକ ସୁବ୍ରତ ରାୟ, ଦେଓଗାଁ ପଞ୍ଚାୟତର ଓ୍ବାର୍ଡ଼ମେମ୍ବର ବାଦଲ ଦାସ, ମୋରାମୋରି ପଞ୍ଚାୟତର ଓ୍ବାର୍ଡ଼ମେମ୍ବର ସେକ ଇମତିଆଜ ଅଲ୍ଲୀ, ହାଟବରଡିହ, ମାନସିଂହପୁର, ନୀଳାଦ୍ରିପ୍ରସାଦ, ବଉଳାବନ୍ଧ ପଞ୍ଚାୟତର‌ ୨୦୦ ରୁ ଉର୍ଦ୍ଧ୍ବ କର୍ମୀ ବିଜେପିରେ ଯୋଗଦେଇଛନ୍ତି। ବିଜେପି ର ନୀତି ଆଦର୍ଶ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନକଲ୍ୟାଣକାରୀ ଯୋଜନାରେ ଅନୁପ୍ରାଣିତ ଓ ଚ଼ିଲିକା ବିଧାନସଭା କ୍ଷେତ୍ରର ଭାଜପା ବିଧାୟକ ପ୍ରାର୍ଥୀ ପୃଥ୍ୱୀରାଜ ହରିଚ଼ନ୍ଦନଙ୍କ ନେତୃତ୍ବକୁ ଭରଷା କରି ଭାରତୀୟ ଜନତା ପାର୍ଟିରେ ସେମାନେ ଆନୁଷ୍ଠାନିକ ଭାବେ ସାମିଲ୍ ହୋଇଥିବା କହିଛନ୍ତି।ଦଳରେ ସାମିଲ ହୋଇଥିବା ସମସ୍ତ କର୍ମକର୍ତ୍ତା ମାନେ ଚ଼ିଲିକା ବିଧାନସଭା ଓ ପୁରୀ ଲୋକସଭା କ୍ଷେତ୍ରରେ ପଦ୍ମ ଫୁଟାଇବାକୁ ସଂକଳ୍ପ ନେଇଛନ୍ତି।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।