MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ସ୍ଵଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ।


ସ୍ୱାସ୍ଥକେନ୍ଦ୍ର,ବଜାର ଗୁହ, ମୁଖ୍ୟରାସ୍ତାରେ କୁଢ଼ କୁଢ଼ ଅଳିଆ ଆବର୍ଜନା ସଫା କଲେ ପଞ୍ଚାୟତ ବାସୀ ।


ଦାରିଙ୍ଗବାଡ଼ି,ମୋ ଟିଭି ଓଡ଼ିଶା:(ସୁଶାନ୍ତ କୁମାର ସାହୁ)


ବୁଡ଼ାଗୁଡା ସରପଞ୍ଚ ତାତୁରା ପ୍ରଧାନ ସମେତ ଗ୍ରାମସେବକ ଘନଶ୍ୟାମ ବେହେରା ପ୍ରମୁଖ ସ୍ଵଚ୍ଛତା ପାଇଁ ସ୍ଵଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି l

ଏମାନଙ୍କ ସହ ବନବିଭାଗ କର୍ମଚାରୀ, ବ୍ୟବସାୟୀ ସଂଘ, ଯୁବ ଗୋଷ୍ଟି, ପୂଜା କମିଟିର ନାଟ୍ୟ କଳାକାର ସଂଘ, ଗଣ ମାଧ୍ୟମ ପ୍ରତିନିଧି ସମେତ ସ୍ଥାନୀୟ ଅଞ୍ଚଳର ବହୁ ମାନଗନ୍ୟ ବ୍ୟକ୍ତି ସ୍ଵଚ୍ଛତା ପାଇଁ ସ୍ଵଚ୍ଛତା ହିଁ ସେବା କଯ୍ୟକ୍ରମରେ ସାମିଲ ହୋଇ ଅଳିଆ ଗଦାରେ ବିଭିନ୍ନ ପ୍ରକାର ଖାଦ୍ୟ ପଦାର୍ଥ ପଡି ପଚି ରହି ଦୁର୍ଗନ୍ଧ ହେଉଥୁବା ବେଳେ ପଲିଥୁନ, ଖଲି, ଠୁଙ୍ଗା, ପ୍ଲାଷ୍ଟିକ ଗ୍ଲାସ , କପଡା ଭଳି ଅନେକ ଅଳିଆ ଆବର୍ଜନାକୁ ସଫା କରିଥିଲେ ।

ବହୁ ଦିନ ଏହା ପଡି ରହି ଦୁର୍ଗନ୍ଧ ହେଉଥିଲା । ତାହା ଏବେ ଅନ୍ତ ଘଟିଛି ବ୍ୟବସାୟୀ ମାନଙ୍କୁ ବୁଝାଇବା ସହିତ ଆଗାମୀ ଦିନରେ ଡଷ୍ଟବିନ ଵ୍ୟଵହାର ପାଇଁ ଅନୁରୋଧ କରିଥିଲେ ସରପଞ୍ଚ ତାତୁରା ପ୍ରଧାନ l ଏହି କଯ୍ୟକ୍ରମ ରେ ସାମିଲି ହୋଇଥିଲେ ପିତର ପ୍ରଧାନ, ସୁଦାମ ପ୍ରଧାନ, ରତ୍ନସିଂ ପାତ୍ର, ନଟବର ପ୍ରଧାନ, ପ୍ରଫୁଲ ନାୟକ, ଶକ୍ତି ବିନ୍ଧାଣି, ସାନୁ ବିନ୍ଧାଣି, ରାଜା ନାୟକ, ପରୀକ୍ଷିତ ଦଣ୍ଡସେନା, ବୈକୁଣ୍ଠ ପାତ୍ର, ସଞ୍ଜୀବ ଗୌଡ, ପ୍ରମୁଖ ଅଞ୍ଚଳ ବାସୀ ଉପସ୍ଥିତିରେ ପଞ୍ଚାୟତ ଠାରୁ ଆରମ୍ଭ କରି ସମସ୍ତ ସାହି, ଗଳି ସଫେଇ କରିଥିଲେ ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।