MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଜନ୍ମ ମାଟିରେ ମୁଖ୍ୟମନ୍ତ୍ରୀ ।

ମୋ ଟିଭି ଓଡିଶା / କେନ୍ଦୁଝର :

ଜନ୍ମ ମାଟିରେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ ଜନ୍ମ ମାଟିରେ ପାଦ ଦେଇ ବିପୁଳ ସମ୍ବର୍ଦ୍ଧନା ଗ୍ରହଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ରବିବାରଠୁ ଦୁଇ ଦିନିଆ କେନ୍ଦୁଝର ଜିଲ୍ଲାଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ଘଟଗାଁ ମା’ ତାରିଣୀଙ୍କୁ ଦର୍ଶନ କରିବା ସହିତ ଅପରାହ୍ନରେ ନିଜ ନିର୍ବାଚନ ମଣ୍ଡଳୀ କେନ୍ଦୁଝରକୁ ଆସି ରାଷ୍ଟ୍ର ଦେବତା ଶ୍ରୀବଳଦେବଜୀଉଙ୍କ ମନ୍ଦିରକୁ ଯାଇ ଦର୍ଶନ କରିଥିଲେ । ଏହା ପରେ କେନ୍ଦୁଝର ସହରରେ ଏକ ରୋଡ଼ ସୋ କରିବା ସହ ଷ୍ଟାଡିୟମଠାରେ ଏକ ସମ୍ବର୍ଦ୍ଧନା ଓ ସାଧାରଣ ସଭାରେ ଯୋଗ ଦେଇଥିଲେ । ଏହି ଅବସରରେ ସେ ଆଦିବାସୀଙ୍କ ସ୍ବାର୍ଥ ସମ୍ପର୍କରେ ଆଲୋଚନା କରିବା ସହ ସେମାନଙ୍କୁ ଉଚିତ ସମ୍ମାନ ପ୍ରଦାନ କରାଯିବ ବୋଲି କହିଥିଲେ ।

ନିଜ ଅଭିଭାଷଣରେ ନୂଆ ଓଡିଶା ଗଠନ ପାଇଁ ଗୁଣ୍ଡିଚି ମୂଷାର ଭୂମିକା ନେବାକୁ ସେ ଆହ୍ୱାନ ଦେଇଥିଲେ । ପୂର୍ବ ସରକାରର ସମସ୍ତ ଦୁର୍ନୀତିର ତଦନ୍ତ ହେବ ବୋଲି ସେ କହିବା ସହିତ ଓଡ଼ିଆ ଅସ୍ମିତାକୁ ପୁନର୍ଜୀବିତ କରିବା ସହିତ ସାଂସ୍କୃତିକ ଅଭ୍ୟୁଥାନ କରିବାକୁ ସେ ନିବେଦନ କରିଥିଲେ । ଧରଣୀଧରଙ୍କ ମାଟିରେ ସ୍ୱାଭିମାନକୁ ନେଇ ଆଗାମୀ ପଦକ୍ଷେପ ନେବାକୁ ସେ ମତ ଦେଇଥିଲେ । କେନ୍ଦୁଝରର ସମସ୍ତ ଭାଇଭଉଣୀଙ୍କୁ ସେ ବିଶେଷ ଭାବେ ଧନ୍ୟବାଦ ଦେବା ସହ କେନ୍ଦୁଝର ଜିଲ୍ଲାର ବିକାଶ ପାଇଁ ଅର୍ଥର ଅଭାବ ନାହିଁ ବୋଲି କହିଥିଲେ । ସେହିପରି ସୁନାର କେନ୍ଦୁଝର ଗଢି ତୋଳିବାକୁ ସେ ସମସ୍ତଙ୍କର ସହଯୋଗ କାମନା କରିଥିଲେ ।

ଭାରତୀୟ ଜନତା ପାର୍ଟି ଲୋକଙ୍କ ସହ ମିଶି ନିର୍ବାଚନ ଇସ୍ତାହାର ଦେଇଥିଲା ସେହି ନିର୍ବାଚନ ଇସ୍ତାହାର ପାଳନ କରାଯିବ ବୋଲି କହିଥିଲେ । ବିଜେଡି ଗଣତନ୍ତ୍ରକୁ ଦଳି ଚକଟି ଲୁଣ୍ଠିତ କରିବା ସହ ମହାପ୍ରଭୁଙ୍କ ମଧ୍ୟ ଅପମାନିତ କରିଥିଲେ । ଏହି ସରକାର ଲୋକଙ୍କ ସରକାର ଓ ୫ ବର୍ଷରେ ୫୦ବର୍ଷର ବିକାଶ ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରକାଶ କରିଥିଲେ । ମହିଳାମାନଙ୍କୁ ୫୦ହଜାର ଟଙ୍କାର ଭାଉଚର, ଚାଷୀଙ୍କୁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନ କରାଯିବା ସହିତ କୃଷକଙ୍କ ଆର୍ଥିକ ମାନଦଣ୍ଡ ବୃଦ୍ଧି କରାଯିବା ସହ ଆଦିବାସୀଙ୍କୁ ମିଳିବ ଉଚିତ୍ ସମ୍ମାନ ବୋଲି କହିଥିଲେ ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।