MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ରାଜଗାଙ୍ଗପୁର ସିମେଣ୍ଟ ପ୍ଲାଣ୍ଟରେ କୋଇଲା ହପର ଭୁଶୁଡିବା ଘଟଣା ।

ରାଜଗାଙ୍ଗପୁର ସିମେଣ୍ଟ ପ୍ଲାଣ୍ଟରେ କୋଇଲା ହପର ଭୁଶୁଡିବା ଘଟଣା । ୩ ଶ୍ରମିକଙ୍କ ମୃତୁ୍ୟ ହୋଇଥିବା ସୂଚନା । ମୃତକଙ୍କ ପରିବାରକୁ ମିଳିବ ୨୫ ଲକ୍ଷ ଲେଖାଏଁ ସହାୟତା ଘୋଷଣା କରିଛି ଡାଲମିଆ । ଏଥିସହ ପରିବାରର ଜଣଙ୍କୁ ଚାକିରି ସହ ୧୦ ଲକ୍ଷ ଟଙ୍କାର ବୀମା । ରାଜଗାଙ୍ଗପୁରରେ ଗୋଟିଏ ଲେଖାଏଁ ଘର ଦେବ କମ୍ପାନୀ । +୨ ପର୍ଯ୍ୟନ୍ତ ପିଲାଙ୍କ ପାଠପଢା ଖର୍ଚ୍ଚ ବହନ କରିବ କମ୍ପାନୀ । ଏପଟେ ୩୬ ଘଣ୍ଟାର ଉଦ୍ଧାର ଅଭିଯାନ ପରେ କୋଇଲା ଗଦା ତଳୁ ମିଳିଲା ମୃତଦେହ । ରାଜଗାଙ୍ଗପୁର ଡାଲମିଆ ସିମେଣ୍ଟ କାରଖାନା ଦୁର୍ଘଟଣାର ୩୬ ଘଣ୍ଟା ପରେ ୩ ନିଖୋଜ ଶ୍ରମିକଙ୍କ ମଧ୍ୟରୁ ୨ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ଆଉ ଜଣେ ନିଖୋଜ ଶ୍ରମିକଙ୍କ ମୃତଦେହ ମିଳିନଥିବାରୁ ଜାରି ରହିଛି ରେସକ୍ୟୁ ଅପରେସନ । ଅନ୍ୟପଟେ ଉଦ୍ଧାର ୨ ମୃତଦେହକୁ ଚିହ୍ନଟ କରାଯାଇପାରିନାହିଁ। ଗତ ୧୬ ତାରିଖ ଅପରାହ୍ନ ସାଢେ ୫ଟାରେ କାରଖାନାର ୟୁନିଟ-୨ ପାୱାର ପ୍ଲାଣ୍ଟର ୨ଟି କୋଲ୍ ହପର ଭୁଶୁଡ଼ି ପଡ଼ିଥିଲା । କାରଖାନାର ବୈଷୟିକ ଦଳ ସହ ଜିଲ୍ଲାର ୭ଟି ଅଗ୍ନିଶମ ବାହିନୀ, ଓଡ୍ରାଫ ଦଳ ଓ ପୁଲିସ ଉଦ୍ଧାର କାର୍ୟ୍ୟରେ ନିୟୋଜିତ ହୋଇଛନ୍ତି ।

ମୋ ଟିଭି ଓଡିଶା, ରାଜଗାଙ୍ଗପୁର

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।