କଟକ ମାତୃ ଭବନ ପାଖରେ ଘଟିଛି ଏଭଳି ଘଟଣା । ନାଳରେ ପାଣିର ସ୍ରୋତ ଯୋଗୁଁ ଭୁଶୁଡ଼ିଲା ନିର୍ମାଣଧୀନ ଡ୍ରେନ । ମିଳିଥିବା ସୂଚନା ଅନୁସାରେ କଟକ ମାତୃଭବନ ନିକଟରେ ଏକ ପୋଲ କାମ ଚାଲିଛି । ଆଜି ସକାଳେ ପୋଲଟି ହଠାତ ଭୁଶୁଡ଼ି ପଡିଥିଲା । ୱାଟକୋ ଡ୍ରେନେଜ ଡିଭିଜନ ଅଧୀନରେ ଏହି ପୋଲ ନିର୍ମାଣ ଚାଲିଥିଲା । ଦୁର୍ଘଟଣାରେ ଦୁଇ ଜଣ କାର୍ୟ୍ୟରତ ଶ୍ରମିକ ସାମାନ୍ୟ ଆହତ ହୋଇଛନ୍ତି ।
ଠିକା ସଂସ୍ଥା ନାଳନ୍ଦା ଅଧୀନରେ କାର୍ୟ୍ୟ କରୁଥିବା ବିଶ୍ୱାନ ଦୟାଲ କମ୍ପାନୀ କର୍ମଚାରୀଙ୍କ କହିବା ମୁତାବକ ପୋଲ ପାଇଁ ଆବଶ୍ୟକ ଲୁହା ସେଣ୍ଟ୍ରିଂ କରାଯାଇ ଆଜି ପୋଲ ଛାତ ପଡିଥିଲା । ଏଥିପାଇଁ ଡ୍ରେନ ପାଣିକୁ ମାଟି ବନ୍ଧ ଦେଇ ବନ୍ଦ କରାଯାଇଥିଲା । ମାଟି ବନ୍ଧ ଲିକ ହୋଇ ପାଣି ସେଣ୍ଟ୍ରିଂ ତଳକୁ ଆସିଯିବାରୁ ଏହି ଦୁର୍ଘଟଣା ଘଟିଥିଲା । ପୋଲ ଭୁଶୁଡିବା ନେଇ ଇଞ୍ଜିନିୟର ଓ ଶ୍ରମିକ ଜାଣିବା ପରେ ତୁରନ୍ତ ସାଇଡ ଖାଲି କରିଦେଇଥଲେ । ଡ୍ରେନରେ ପଡ଼ିଥିବା ଲୁହା ରଡ କାଟି ବାହାର କରାଯିବା ସହ ଭିତରେ ସଫା କରାଯାଉଛି । ଶୀଘ୍ର ପୋଲ ତିଆରି ପ୍ରକ୍ରିୟା ଆରମ୍ଭ ହେବ ବୋଲି ନିର୍ବାହୀ ଯନ୍ତ୍ରୀ ସୂଚନା ଦେଇଛନ୍ତି । ପୂର୍ବରୁ ଏଭଳି ଅନେକ ଡ୍ରେନ ଦୁର୍ଘଟଣା ଦେଖିବାକୁ ମିଳିଛି । ଗତ ଡିସେମ୍ବର ୮ ତାରିଖରେ କଟକ ବିଡ଼ାନାସୀରେ ସିଏମସି ପକ୍ଷରୁ ଡ୍ରେନ କାମ ଚାଲିଥିବା ବେଳେ କାନ୍ଥ ଭୁଶୁଡ଼ି ଥିଲା । ଏଥିରେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା ।
ମୋ ଟିଭି ଓଡିଶା, କଟକ
More Stories
ହତ୍ୟା ମାମଲାରେ ନିର୍ଦ୍ଦୋଷରେ ଖଲାସ ହେଲେ ଭଟଲି ବିଧାୟକ ଇରାଶିଷ ଆଚାର୍ଯ୍ୟ।
ବେଙ୍ଗାଲୁରୁ ପରେ ଅହମଦାବାଦରେ ଚାଇନାର ନୂଆ ଭାଇରସ୍ ଚିହ୍ନଟ।
କାଉଡୋଳା ନିକଟରେ କାର ଦୁର୍ଘଟଣା ଶିଶୁ ସମେତ ୩ ଗୁରୁତର।