ମୋଟିଭି ଓଡ଼ିଶା, ଦାରିଙ୍ଗବାଡି:୨୬/୭(ସୁଶାନ୍ତ କୁମାର ସାହୁ)
ଅବ୍ଯବସ୍ମା ଘେରରେ ଗୋଷ୍ଠୀ ସ୍ବାସ୍ଫ୍ୟ୍ୟ କେନ୍ଦ୍ର ସାରଙ୍ଗଗଡ। ବାଲିଗୁଡ଼। ନିର୍ବାଚନ ମଣ୍ଡଳୀର ବିଜେଡ଼ି ବିଧାୟକ ଚକ୍ରମଣି କହଁରଙ୍କ ନିଜ କନୂଆଗାଁ ବ୍ଲକ ଅନ୍ତର୍ଗତ ସାରଙ୍ଗଡ ଗୋଷ୍ଠୀ ସ୍ଵାସ୍ଥ୍ୟ୍ୟ କେନ୍ଦ୍ର ପରିସର ରେ ରହିଛି ହେଲେ ଗୋଷ୍ଠୀସ୍ଵାସ୍ଥ୍ୟ କେନ୍ଦ୍ର ଭିତର ଲହଡି ମାରୁଛି ବର୍ଷା ଜଳ, ରୋଗୀ ହେଉଛନ୍ତି ହନ୍ତସନ୍ତ। ସ୍ଵାସ୍ଥ୍ୟ ଅବସ୍ଥା ର ବିକଳ ଚିତ୍ର। ପୂର୍ବରୁ ଏକ ୨୪ ବର୍ଷ ର ସ୍ଥିର ସରକାର ଥିଲା କିନ୍ତୁ ସାରଙ୍ଗତ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରର ଭୌଗଳିକ ଅବସ୍ଥିତି ରେ କୌଣସି ପରିବର୍ଭନ ହୋଇ ପାରିଲା ନାହିଁ । ୫ ଟି ଯୋଜନା ମାଧ୍ଯମ ରେ ମେଡ଼ିକାଲ ର ରୂପାନ୍ତରଣ ହେବ ବୋଲି ପ୍ରଚାର ପ୍ରସାର କରାଗଲା କିନ୍ତୁ ବାସ୍ତବ ରୂପ ଟିକେ ଅଲଗା।
ସାରଙ୍ଗଡ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ଉପରେ ପାଖାପାଖୂ ୪ ଟି ପଞ୍ଚାୟତ ବାସି ସ୍ବାସ୍ଥ୍ୟ ସେବା ପାଇଁ ନିର୍ଭର କରନ୍ତି କିନ୍ତୁ ସ୍ଵାସ୍ଥ୍ୟ କେନ୍ଦ୍ର କୁ ଆସି ନିରାଶ ହୁଅନ୍ତି। ଦୁର୍ଗମ ଅଞ୍ଚଳ ରେ ସ୍ଵାସ୍ଥ୍ୟ ସେବା ଯୋଗାଇବା ପାଇଁ । ସରକାର କୋଟି କୋଟି ଟଙ୍କା ବ୍ୟୟ ବରାଦ କରୁଛନ୍ତି, କିନ୍ତୁ ସାରଙ୍ଗଡ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ର ଅବସ୍ଥା ନ କହିବା ଭଲ ହେବ। ପୁରୁଷ ଇଣ୍ଡୋର୍ ହଲ, ମହିଳା ଇଣ୍ଡୋର ହଲ, ସେବିକା କକ୍ଷ, ରକ୍ତ ନମୁନା ପରୀକ୍ଷାଗାର, ଏମିତିକି ପ୍ରତୀକ୍ଷା କକ୍ଷ ରେ ଛାତ ରୁ ପାଣି ଗଳୁଛି। ରୋଗୀ ଯଦି ଆସେ ମେଡ଼ିକାଲ ପରିସର ରେ ଏକ ଘଣ୍ଟା ମଧ୍ଯ ରହି ପାରନ୍ତି ନାହିଁ, ନିଳେ ନିଜ ଇଚ୍ଛାରେ ରେଫର କରିବାକୁ ଅନୁରୋଧ କରୁଛନ୍ତି । ଏହାର ସ୍ଥାଇ ସମାଧାନ ପାଇଁ ନୂତନ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି ଏହି ଅଞ୍ଚଳବାସୀ ।
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।