MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ରାସ୍ତା ଅବରୋଧ ହଟାଇବା ପାଇଁ ଜିଲ୍ଲାପାଳଙ୍କୁ ଅଭିଯୋଗ


ନିରାକାରପୁର,୭/୧୧ :

ଟାଙ୍ଗୀ ତହସିଲ ନିରାକାରପୁର ରାଜସ୍ବ ସର୍କଲ ନନପଡା ମୌଜାରେ ରାସ୍ତା ଜବରଦଖଲ କୁ ନେଇ ଆଜି ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ ହୋଇଛି।

ସୂଚନାଯୋଗ୍ୟ କି ନନପଡା ମୌଜା ଖାତା ନମ୍ବର ୭୪୫/୧୭୦୧ ଓ ପ୍ଳଟ ନମ୍ବର ୭୬୫ କୁ ଲାଗିଥିବା ରାସ୍ତା କୁ ପଦ୍ମପୁର ଗ୍ରାମର ବିକ୍ରମ କେଶରୀ ବଳିୟାରସିଂହ ନିଅଁ ଖୋଳି ଅବରୋଧ କରିଛନ୍ତି।ଉକ୍ତ ନନପଡା ମୌଜାର ପଚାସ ପରିବାର ରୁ ଉର୍ଦ୍ଧ୍ବ ଏହି ରାସ୍ତା ଉପରେ ଦୈନିକ ଯାତାୟାତ କରି ଜୀବନ ଜୀବିକା ନିର୍ଭାହ କରନ୍ତି। କୋଡିଏ ଫୁଟର ଉକ୍ତ ରାସ୍ତା ରୁ ଦଶ ଫୁଟରୁ ଉର୍ଦ୍ଧ୍ବ ବିକ୍ରମ ଜବରଦଖଲ କରି ଘର କରିବାକୁ ନିଅଁ ଖୋଳିଛନ୍ତି।

୧୫୩ ଡିସିମିଲି ବିକ୍ରମ କେଶରୀ ବଳିୟାରସିଂହ ଙ୍କ ନାମରେ ସରକାରୀ ପଟ୍ଟା ରେ ଥିବା ଯାଗାକୁ ଅଧିକା ଜବରଦଖଲ କରି ସର୍ବସାଧାରଣ ରାସ୍ତା କୁ ଅବରୋଧ କରିବାରୁ ୫୦ ପରିବାର ଜବରଦଖଲ ହଟାଇବା ପାଇଁ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଥିବା ଆଜି ଜିଲ୍ଲାପାଳଙ୍କ କାର୍ଯାଳୟ ରେ ଚର୍ଚ୍ଚା ର ବିଷୟ ହୋଇଛି।ଅଭିଯୋଗକାରୀମାନେ ଉକ୍ତ ଯାଗାକୁ ସରକାରୀ ମାପ ଚିହ୍ନଟ ପାଇଁ ମଧ୍ଯ ଦାବୀ କରିଛନ୍ତି।ଜିଲ୍ଲାପାଳ ଓ ଟାଙ୍ଗୀ ତହସିଲଦାର ଏ ବାବଦରେ ଅବଗତ ଥାଇ କି କାର୍ଯନୁଷ୍ଠାନ ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।