ସୁନ୍ଦରଗଡ଼:(ଦେବେନ୍ଦ୍ର କୁମାର ଭିତ୍ରିଆ ) -ସଦର ବ୍ଲକ ଅଧକ୍ଷଙ୍କ ଅନୁପସ୍ଥିତି ରେ ବିଭିନ୍ନ ମନମୁଖୀ କାର୍ଯ୍ୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମୋତିଲାଲ ସୁଲିଆଙ୍କ ଜାଣତ ରେ ହଉଥିବା ଯୋଗୁଁ ଏହାକୁ ବିରୁଦ୍ଧ କରି ବ୍ଲକ ଉପାଧ୍ୟାକ୍ଷା ଚନ୍ଦ୍ରମା ମେହେର ଓ କେତେକ ସମିତି ସଦସ୍ୟ ଆଜି ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନଙ୍କୁ ଭେଟି ଏକ ସ୍ମାରକ ପତ୍ର ଦେଇ ଏହାର ଉପଯୁକ୍ତ ତଦନ୍ତ ବିଚାର କରିବାକୁ ଦାବୀ ରଖିଛନ୍ତି l
ସୂଚନାଯୋଗ୍ୟ ଯେ ସଦର ବ୍ଲକ ଅଧକ୍ଷ ସୁବ୍ରତ ମାଝୀ ମୁଖ କର୍କଟ ଯୋଗୁଁ ଦୀର୍ଘ ଦିନ ହେଲା ଭୁବନେଶ୍ୱରରେ ଚିକିତ୍ସିତ ହଉଛନ୍ତି, ତାଙ୍କର ଅନୁପସ୍ଥିତିରେ ବ୍ଲକ ଉପାଧ୍ୟାକ୍ଷା ଚନ୍ଦ୍ରମା ମେହେରଙ୍କୁ ଅଣଦେଖା କରି ବ୍ଲକ ଅଧକ୍ଷ ସୁବ୍ରତ ମାଝୀଙ୍କ ଜଣେ ସହଯୋଗୀ ଭୀମସେନ ନାୟକ ଙ୍କ ଇସାରାରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସମିତି ବୈଠକ ନ ଡାକି ବିଭିନ୍ନ ଉନ୍ନୟନମୂଳକ ପ୍ରସ୍ତାବ ଗୁଡିକ ପାରିତ କରେଇ ନେଇଛନ୍ତି l ଭୀମସେନଙ୍କ ପ୍ରସ୍ତାବ ମୁତାବକ ତାଙ୍କ ସମର୍ଥିତଙ୍କ ପଞ୍ଚାୟତ ଗୁଡିକରେ ମୋଟା ଅଙ୍କରର ଅର୍ଥ ବ୍ୟାୟବରାଦ ହୋଇଥିଲା ବେଳେ ଉପାଧ୍ୟାକ୍ଷା ଓ ତାଙ୍କ ସମର୍ଥିତ ସମିତି ସଦସ୍ୟଙ୍କ ପଞ୍ଚାୟତ ଗୁଡିକରେ କମ ଅର୍ଥ ବ୍ୟାୟ ପ୍ରକଳ୍ପ ଦିଆଯାଇଛି l
ଏପରିକି ବ୍ଲକ ରେ ଉପାଧ୍ୟାକ୍ଷା ଓ ନିର୍ବାଚିତ ପ୍ରତିନିଧି ମାନଂକୁ କୌଣସି ସୂଚନା ପ୍ରଦାନ କରାଯାଉ ନାହିଁ l ଏ ନେଇ ଅଧିକାରୀ ମାନେ ରୋକଠୋକ ମନା କରୁଥିବା ନେଇ ଆଜି ଅଭିଯୋଗ ଉଠିଛି l ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଭୀମସେନ ନାୟକ ଜଣେ ବାହାର ବ୍ୟକ୍ତି ସେ କିଭଳି କାର୍ଯ୍ୟଳୟ ରେ ହସ୍ତକ୍ଷେପ କରୁଛନ୍ତି ବୋଲି କିଏ ପ୍ରଶ୍ନ କଲେ ସେ ବ୍ଲକ ଅଧକ୍ଷଙ୍କ ପ୍ରତିନିଧି ବୋଲି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଯୁକ୍ତି ରଖୁଛନ୍ତି l ଏଭଳିକି ନିର୍ବାଚିତ ସମିତି ସଦସ୍ୟଙ୍କୁ ବାଦ ଦେଇ ଭୀମସେନ ନାୟକ ବିଭିନ୍ନ ଠିକା କାମ କୁ ବିକ୍ରି କରୁଥିବା ନେଇ ଅଭିଯୋଗ ଉଠିଛି l ଆଜି ଏ ନେଇ ସଦର ବ୍ଲକ ଅଧକ୍ଷା ଚନ୍ଦ୍ରମା ମେହେର ଙ୍କ ନେତୃତ୍ୱ ରେ ବିଭିନ୍ନ ସମିତି ସଦସ୍ୟ /ସରପଞ୍ଚ ଜିଲ୍ଲାପାଳଙ୍କୁ ଭେଟି ଏହି ମାମଲାରେ ହସ୍ତକ୍ଷେପ କରି ବ୍ଲକରୁ ବାହାର ବ୍ୟକ୍ତିଙ୍କୁ ବାହାର କରି ବ୍ଲକ ଅଧକ୍ଷ ଙ୍କ ଅନୁପସ୍ଥିତି ରେ ଉପାଧ୍ୟାକ୍ଷା ଓ ନିର୍ବାଚିତ ପ୍ରତିନିଧି ଙ୍କ ସହ ଆଲୋଚନା କରି କାର୍ଯ୍ୟ କରାଯିବା ନେଇ ଦାବୀ ରଖିଛନ୍ତି l
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।