MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଖଣି ଖନନ ଯୋଗୁଁ ଚାଷ ଓ ଚାଷଜମି ନଷ୍ଟ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ।

ମୋ ଟିଭି ଓଡିଶା / ଖୋର୍ଦ୍ଧା :

ଖଣି ଖନନ ଯୋଗୁଁ ଚାଷ ଓ ଚାଷଜମି ନଷ୍ଟ ହୋଇଥିବା ନେଇ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ। ଖୋର୍ଦ୍ଧା ଜିଲ୍ଲା ଜଂକିଆ ଥାନା କଁପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ମଳିପଡା ଗ୍ରାମର ଚାଷୀମାନେ କଂଗ୍ରେସ ମୁଖପାତ୍ର ସୋନାଲି ସାହୁଙ୍କ ନେତୃତ୍ୱରେ କେତେକ ଚାଷୀ ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି।

ସ୍ଥାନୀୟ ଅଂଚଳର ଲୋକଙ୍କ ଚାଷ ଜମି ମଝିରେ ଡୁବୁରୀ ପାହାଡ ପଥର ଖଣି ୟ।ଖଣି ଖନନ ଦ୍ଵାରା ଆମ୍ଭ ଚାଷ ଜମି ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଉଥିବା ନେଇ ବାରମ୍ବାର ଅଭିଯୋଗ ହେଉଛି । ଡୁବୁରୀ ପାହାଡ଼ ନିଲାମ ପାଇଁ ଟେଣ୍ଡର ବାହାରିବା ପରେ ସ୍ଥାନୀୟ ଅଂଚଳର ଚାଷୀ ମାନ୍ୟବର ଉଚ୍ଚ ନ୍ୟାୟାଳୟରେ କେସ୍ ଫାଇଲ୍ କରିଥିଲ ଡୁବୁରୀ ପାହାଡ ଚାରିପାଖକୁ ଲାଗି ସ୍ଥାନୀୟ ଅଂଚଳ ଚାଷୀ ମାନଙ୍କର ପ୍ରାୟ ୧୦୦ ଏକର ଜମି ଅଛି ।

ଏହି ଚାଷ ଉପରେ ପ୍ରାୟ ୫୦୦୦ ରୁ ଉର୍ଦ୍ଧ୍ବ ଲୋକ ନିର୍ଭରଶୀଳ । ଖଣି ଖନନ ଯୋଗୁଁ ଜମିରେ ବଡ଼ ବଡ଼ ପଥର ଖଣ୍ଡ ପଡି ଫସଲ ଓ ଚାଷ ଜମି ନଷ୍ଟ ହେଉଛି। ନିୟମ ଅନୁସାରେ ଖଣି ଲିଜଧାରୀ ମାନେ ଯେତିକି ଖଣି ଖନନ କରିବା କଥା, ତା’ଠାରୁ ଢେର ଅଧୁକ ଖଣି ଖୋଳିବା ଦ୍ବାରା ଭୂତଳ ଜଳ ଶୁଝାଯାଉଛି, ଯାହାଫଳରେ ଫସଲ ମଧ୍ୟ ନଷ୍ଟ ହେଉଛି।


ଫସଲ ଉପରେ ପାଉଁଶର ଆସ୍ତରଣ ହେବା ଯୋଗୁଁ ଫସଲ ସବୁ ଜଳି ଯାଉଛି । ଖଣି ଲିଜଧାରୀ ମାନେ ମନଇଚ୍ଛା ରାତିଦିନ ବିସ୍ଫୋରଣ କରି ବିନା Y Form ରେ ଖଣି ଲୁଟି ଚାଲିଥିବା ନେଇ ଅଭିଯୋଗ ହୋଇଛି। ଚାଷ ଓ ଚାଷଜମି କୁ ଗୁରୁତ୍ୱ ଦେଇ ଜିଲ୍ଲା ପ୍ରଶାସନ ନିରପେକ୍ଷ ତଦନ୍ତ କରି ଦୋଷୀକୁ ଉପଯୁକ୍ତ ଦଣ୍ଡ ବିଧାନ କରାଯିବାକୁ ମଧ୍ଯ ଦାବି କରିଛନ୍ତି ସ୍ଥାନୀୟ ଅଂଚଳର ଚାଷୀ। ୧୫ ଦିନ ଭିତରେ ଚାଷ ଓ ଚାଷୀ ସମସ୍ୟାର ସମାଧାନ ନହୁଏ, ତେବେ ଆମ୍ଭେ ସମସ୍ତ ଚାଷୀ ଆତ୍ମାହୁତି ଦେବାକୁ ଚେତାବନୀ ଦେଇଛନ୍ତି।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।