January 31, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ରାସ୍ତା ନିର୍ମାଣ ନିମ୍ନମାନର ଅଭିଯୋଗ, ଭିଜିଲାନ୍ସ ତଦନ୍ତ ଦାବିରେ ଉପଜିଲ୍ଲାପାଳ କାର୍ଯ୍ୟାଳୟ ନିକଟରେ ଗଣଧାରଣା ।

ମୋ ଟିଭି ଓଡିଶା / କଳାହାଣ୍ଡି :୨୬/୦୬(ସନତ ପ୍ରଧାନୀ)


କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ବାବେଗୁଡା ଗଣ୍ଡାମେର ପ୍ରଧାନମନ୍ତ୍ରୀ ସଡକ ଯୋଜନା ରାସ୍ତା କାର୍ଯ୍ୟ ଧର୍ମଗଡ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ହେଉଥିବା ବେଳେ ପିଚୁ କାମ ନିମ୍ନମାନର ନେଇ ଭିଜିଲାନ୍ସ ତଦନ୍ତ ଓ ପୁନଃ ରାସ୍ତା ନିର୍ମାଣ ଏବଂ ଦୋଷୀ ଠିକାସଂସ୍ଥା ଓ ଅଧିକାରୀ ବିରୋଧ ରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରି ଆଜି ଜନ ସଂଗ୍ରାମ ସମିତି ର ଆବାହକ ସାଉଲ ମଙ୍ଗରାଜ ଙ୍କ ନେତୃତ୍ୱରେ ଧର୍ମଗଡ ଉପଜିଲ୍ଲାପାଳ କାର୍ଯ୍ୟାଳୟ ନିକଟରେ ଗଣଧାରଣା ଦିଆଯାଇଛି। ଏହି ରାସ୍ତା କାମ ୫ କିମି ଦୂରତା ପର୍ଯ୍ୟନ୍ତ ହେଉଥିବା ବେଳେ ଏହାର ବିଭାଗୀୟ ବ୍ୟୟ ଅଟକଳ ପରିମାଣ ହେଉଛି ୩ କୋଟି ୫୮ ଲକ୍ଷ ୯୩ ହଜାର ସୂଚନା ଫଳକରେ ଉଲ୍ଲେଖ କରାଯାଇଛି।

ଏହି ପିଚୁ ରାସ୍ତା କାମ ଏଷ୍ଟିମେଣ୍ଟ ହିସାବରେ କାମ ହେଉନ ଥିବା ବେଳେ କାମ ସାରିକି ୫ ଦିନ ମଧ୍ୟରେ ପିଚୁ ଉପୁଡି ଯାଇଛି। ଏ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଉଦବେଗ ପ୍ରକାଶ ପାଇଛି। ରାସ୍ତା କାର୍ଯ୍ୟରେ ବିଭଗୀୟ ଅଧିକାରୀ ମାନେ ମଧ୍ୟ ଆସୁନଥିବା ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି। ଫଳରେ ଠିକାଦାର ଓ ବିଭାଗୀୟ ଯନ୍ତ୍ରୀଙ୍କ ସଳାସୁତୁରା ଥିବାରୁ ଅଭିଯୋଗ କଲେ ମଧ୍ୟ କିଛି ମୂଲ୍ୟ ରହୁନ ଥିଵା ପ୍ରକାଶ କରିଛନ୍ତି।ତେଣୁ ତୁରନ୍ତ ଜିଲ୍ଲା ପ୍ରଶାସନ ଏହାର ଏକ ଭିଜିଲାନ୍ସ ସ୍ତରୀୟ ତଦନ୍ତ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟ ରେ ଦାବିପତ୍ର ପ୍ରଦାନ କରିଵା ପାଇଁ ଧର୍ମଗଡ ଉପ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ନିକଟରେ ଧାରଣା ରେ ବସିଛନ୍ତି।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।