ମୋ ଟିଭି ଓଡିଶା / ଖୋର୍ଦ୍ଧା : ୦୯/୦୭ :
ଖୋର୍ଦ୍ଧା ଜିଲ୍ଲା ଜଂକିଆ ଗ୍ରାମପଞ୍ଚାୟତ ମୁଣ୍ଡାଆମ୍ବ ଠାରେ ହୋଇଥିବା ବରୁଣ ବେଭରେଜ କଂମ୍ପାନୀ ସମ୍ମୁଖରେ ଧାରଣା ଓ ପ୍ରତିବାଦ କରିଛନ୍ତି ସ୍ଥାନୀୟ ଲୋକେ ଓ ଛଟେଇ କର୍ମଚାରୀ। ସୂଚନାରୁ ଜଣାପଡିଛି ଜଂକିଆ ଗ୍ରାମପଞ୍ଚାୟତ ମୁଣ୍ଡାଆମ୍ବ ମୈ।ଜାରେ ଥିବା ସରକାରୀ ଜମିରେ କେତେକ ଜାତୀୟ ସ୍ତରୀୟ କଂମ୍ପାନୀ ପୁଜିଂ ନେବେଶ କରିବାକୁ ତତକାଳୀନ ସରକାରଙ୍କ ଠାରୁ ଅନୁମତି ନେଇଥିଲେ। ଉକ୍ତ ଜମି ଉପରେ ଜଂକିଆ ଗ୍ରାମପଞ୍ଚାୟତ ର ଲୋକେ ଚାଷବାସ କରି ନିଜର ପରିବାର ପ୍ରତିପୋଷଣ କରୁଥିଲେ। ସେହି ଜମିରେ କମ୍ପାନୀ ପ୍ରତିଷ୍ଠା ହେବା ଜାଣି ସ୍ଥାନୀୟ ଗ୍ରାମପଞ୍ଚାୟତ ଲୋକେ ବିରୋଧ କରିଥିଲେ। ସେ ସମୟରେ ଖୋର୍ଦ୍ଧାର ତତ୍କାଳୀନ ଜିଲ୍ଲାପାଳ, ଖୋର୍ଦ୍ଧା ଏସ୍ପି ସ୍ଥାନୀୟ ଲୋକ ପ୍ରତିନିଧି ମାନଙ୍କ ସହିତ ଆଲୋଚନା କରିଥିଲେ। ସ୍ଥାନୀୟ ଲୋକଙ୍କ ପ୍ରସ୍ଥାବ ଥିଲା କମ୍ପାନୀ ହେଲେ ସ୍ଥାନୀୟ ଅଂଚଳର ଯୁବକ ମାନେ ଶିକ୍ଷାଗତ ଯୋଗ୍ୟତା ଅନୁଯାୟୀ ନିଯୁକ୍ତି ପାଇବେ। ହେଲେ କଂମ୍ପାନୀ କାର୍ଯ୍ୟ ସରିବା ପରେ କମ୍ପନୀ ତାର ମନୋମୁଖି ଭାବରେ କାର୍ଯ୍ୟ କଲା। କମ୍ପାନୀ ଖୋର୍ଦ୍ଧା ଜିଲ୍ଲା ଲୋକ ମାନଙ୍କୁ କଂମ୍ପାନୀ ରେ ନିଯୁକ୍ତି ନ ଦେଇ ବାହାର ରାଜ୍ୟର ପିଲା ମାନଙ୍କୁ ନିଯୁକ୍ତି ଦେଇ କାମ ଆରମ୍ଭ କଲା।
ସ୍ଥାନୀୟ ଅଂଚଳର ହାତଗଣତି କେତେକ ପିଲା ଠିକାଦାର ମାଧ୍ୟମରେ କାମକଲେ ହେଲେ ସେମାନେ କଂମ୍ପାନୀ ରେ ଅଧିକ ସମୟ କାର୍ଯ୍ୟ କଲେ ଶ୍ରମିକ ମାନଙ୍କୁ ଉଚିତ ପାରିଶ୍ରମିକ ମିଳିଲା ନାହିଁ। ଶ୍ରମିକ ମାନେ ଏନେଇ କଂମ୍ପାନୀ ର ବରିଷ୍ଠ ଅଧିକାରୀ ମାନଙ୍କ ସହିତ ଆଲୋଚନା କରିବାରେ ସେମାନେ ଶ୍ରମିକ ମାନଙ୍କୁ କାର୍ଯ୍ୟ କରିବା ପାଇଁ ବାରଣ କରି ଗେଟ ମଧ୍ୟରେ ପ୍ରବେଶ କରାଇଲେ ନାହିଁ। ଏନେଇ ଶ୍ରମିକ ମାନେ ଜଂକିଆ ଗ୍ରାମ୍ୟ କମିଟିରେ ଅଭିଯୋଗ କରିବା ପରେ ଜଂକିଆ ଗ୍ରାମ୍ୟ କମିଟି ଏହାକୁ ଗୁରୁତର ସହ ନେଇଥିଲେ। ଆଜି ଜଂକିଆ ଗ୍ରାମପଞ୍ଚାୟତ କମିଟିର ସଂଯୋଜକ ମହେଶ ରାଉତରାୟ(ଗତି)ଙ୍କ ନେତୃତ୍ୱରେ ପୂର୍ବତନ ସରପଞ୍ଚ କେଳୁଚରଣ ଜଗଦ୍ଦେବ, ଅକ୍ଷୟ ଉଦୟସିଂହ ଓ ରାଜୁ ମାନସିଂହଙ୍କ ନେତୃତ୍ୱରେ ଶତାଧିକ ଗ୍ରାମବାସୀ ଓ କାର୍ଯ୍ୟ ରୁ ବାହାରିଥିବା କର୍ମଚାରୀ ମାନେ ଏକତ୍ରିତ ହୋଇ କଂମ୍ପାନୀ ର ମୂଖ୍ୟ ଫାଟକ ସମ୍ମୁଖରେ ବସି ରହି ପ୍ରତିବାଦ କରିଥିଲେ।ଖଵର ପାଇ ଜଂକିଆ ଥାନା ଆଇଆଇସି, ଖୋର୍ଦ୍ଧା ଏସଡିପିଓ, ଖୋର୍ଦ୍ଧା ତହସିଲଦାର ଓ ଖୋର୍ଦ୍ଧା ଉପଜିଲ୍ଲାପାଳ ଘଟଣା ସ୍ଥଳରେ ପହଞ୍ଚି ଆନ୍ଦୋଳନ ରତ ଲୋକଙ୍କ ସହିତ ଆଲୋଚନା କରିବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା। ଚଳିତ ମାସ ୨୩ତାରିଖରେ ଜିଲ୍ଲା ପ୍ରଶାସନ, କଂମ୍ପାନୀ କର୍ତ୍ତୃପକ୍ଷ ଓ ସ୍ଥାନୀୟ ଜଂକିଆ ଗ୍ରାମବାସୀ ମାନଙ୍କ ସହିତ ଆଲୋଚନା କରି ବିବାଦର ସ୍ଥାୟୀ ସମାଧାନ କରିବା ପାଇଁ ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି।
More Stories
ଭୁବନେଶ୍ବରରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।
ଦେଶର ବିଭିନ୍ନ ତୀର୍ଥସ୍ଥାନକୁ ଗଡ଼ିବ ବସ୍।
ରାସନ କାର୍ଡକୁ ନେଇ ଆସିଲା ବଡ ଖବର ।