MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଜମିବାଡ଼ି ବିବାଦ କୁ ନେଇ ଗଣ୍ଡଗୋଳ

ମୋ ଟିଭି ଓଡିଶା / ସୋର : ଜମିବାଡ଼ି ବିବାଦ କୁ ନେଇ ଗଣ୍ଡଗୋଳଜମିବାଡ଼ି ବିବାଦ କୁ ନେଇ ଗଣ୍ଡଗୋଳ ଉଭୟ ପକ୍ଷରୁ 9 ଜଣ ଗୁରୁତର ଅବସ୍ଥା ରେ ଖଇରା ମେଡିକାଲ ରେ ଭର୍ତ୍ତି l ସୂଚନା ରୁ ଜଣା ଯାଏ ନୂଆଗାଁ ଗ୍ରାମ ଗଜେନ୍ଦ୍ର ଦାସ ପଙ୍କପାଳ ଗ୍ରାମ ରେ ଏକ ଜମି କିଣିଥିଲେ l ଜମି କିଣିବା ପରେ ମାପି ନିଜର ଜମି ବାହାର କରିଥିଲେ ଯାହାକୁ ନେଇ ପଙ୍କପାଳ ର ଗ୍ରାମ ରେ କିଛି ଗ୍ରାମବାସୀ ଏହି ମାପ କୁ ମାନିନଥିଲେ l ଯାହାକୁ ନେଇ ଉଭୟ ଙ୍କ ମଧ୍ୟ ରେ ବିବାଦ ଲାଗିରହିଥିଲା l

ଆଜି ଉଭୟ ପକ୍ଷରୁ ଭଦ୍ର ଲୋକ ବସାଇ ସମାଧାନ ପାଇଁ ଚେଷ୍ଟା ହୋଇଥିଲେ ମଧ୍ୟ ସମାଧାନ ହୋଇନଥିଲା l ଆଜି ଉକ୍ତ ସ୍ଥାନ ରେ ଗଜେନ୍ଦ୍ର ଦାସ ଓ ତାଙ୍କ ପୁଅ ବାଡ଼ ବୁଜୁଥିବା ବେଳେ ପଙ୍କପାଳ ର ଗ୍ରାମବାସି ମାନେ ବିରୋଧ କରିଥିଲେ l ପରେ ଉଭୟ ଙ୍କ ମଧ୍ୟ ରେ ଠେଙ୍ଗା ଓ ବାଡ଼ି ରେ ଆକ୍ରମଣ ହୋଇଥିଲା l ଉଭୟ ଙ୍କ ପକ୍ଷରୁ 9 ଜଣ ଗୁରୁତର ହୋଇ ଖଇରା ମେଡିକାଲ ରେ ଭର୍ତ୍ତି ହୋଇଥିଲେ l ତା ମଧ୍ୟ ରୁ ଗୁରୁତର ମଧ୍ୟ ରେ 2 ଜଣ ଙ୍କ ଅବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ ଭଦ୍ରକ ମେଡିକାଲ ଙ୍କୁ ସ୍ଥାନାନ୍ତର କରାଯାଇଛି l

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।