ମୋ ଟିଭି ଓଡିଶା / କଲହାଣ୍ଡି :୨୨/୦୬(ସନତ ପ୍ରଧାନୀ)
ନବନିର୍ବାଚିତ ଧର୍ମଗଡ଼ ବିଧାୟକ ସୁଧୀର ପଟ୍ଟଯୋଶୀଙ୍କୁ ଧର୍ମଗଡ଼ ଓକିଲ ସଂଘ ପକ୍ଷରୁ ଆଜି ସ୍ଥାନୀୟ କୋର୍ଟ ପରିସରରେ ଆଜି ଭଵ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା।

ଓକିଲ ସଂଘ, ମୁନସୀ ସଂଘ ମଧ୍ୟ ନବନିର୍ବାଚିତ ଧର୍ମଗଡ଼ ବିଧାୟକ ଶ୍ରୀ ପଟ୍ଟଯୋଶୀଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ।

ସଂଘର ସଭାପତି ତୁଷାର ରଞ୍ଜନ ପଟ୍ଟଯୋଶୀଙ୍କ ସଭାପତିତ୍ବରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ
ସାଧାରଣ ସମ୍ପାଦକ ଥଵିର ପ୍ରସାଦ ସାହୁ, ଆଇନଜୀବୀ ଚିନ୍ତାମଣି ପାତ୍ର, ପ୍ରସନ୍ନ ଅଗସ୍ତି, ପ୍ରଦୀପ ଦାସ, ଦେବି ପ୍ରସାଦ ମିଶ୍ର, ଆଦିତ୍ୟ କୁମାର ପଣ୍ଡା, ଲିଙ୍ଗରାଜ ବେହେରା, ସନ୍ତୋଷ ମେହେର, ସୁବାସ ଚନ୍ଦ୍ର ପାଣିଗ୍ରାହୀ, ରାଜେନ୍ଦ୍ର ମୁନି ପ୍ରମୁଖ ଉପସ୍ଥିତ ଥିଲେ।
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।