February 2, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

କଂଗ୍ରେସ ପ୍ରାର୍ଥୀନୀ ରଶ୍ମିରେଖାଙ୍କ କୋକସରା ବ୍ଲକରେ ଭୋଟ ପ୍ରଚାର।

କଳାହାଣ୍ଡି:୨୦/୦୪: ଧର୍ମଗଡ ନିର୍ବାଚନ ମଣ୍ଡଳୀ ରେ କଂଗ୍ରେସ ଦଳ ଜଣେ ସ୍ଥାନୀୟ ଓବିସି ବର୍ଗର ମହିଳାଙ୍କୁ ଟିକେଟ ଦେଇ ମହିଳା କାର୍ଡ ଖେଳିଥିବା ବେଳେ ଶନିବାର ଧର୍ମଗଡ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୋକସରା ବ୍ଲକର କୋକସରା ଓ ଗମ୍ଭାରୀଗୁଡା ପଞ୍ଚାୟତରେ କଂଗ୍ରେସ ଦଳରୁ ଟିକେଟ ପାଇଥିବା ମହିଳା ପ୍ରାର୍ଥନି ରଶ୍ମିରେଖା ରାଉତ ବିଭିନ୍ନ ଗ୍ରାମରେ ଦଲୀୟ ସମର୍ଥକଙ୍କ ସହ ଭୋଟ ପ୍ରଚାର ଆରମ୍ଭ କରିଛନ୍ତି।

କୋକସରା କଂଗ୍ରେସ ରାଜୀବ ଭବନ ଠାରେ ଦଲୀୟ କର୍ମକର୍ତ୍ତା ମାନେ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦେବାପରେ ଚିଲିଗୁଡାର ଅଧିଷ୍ଠାତ୍ରୀ ଦେବୀ ମା ସର୍ଵ ମଙ୍ଗଳା ମନ୍ଦିର ଦର୍ଶନ କରି ଚିଲିଗୁଡା, ଗଡ୍ରାମାଲ, ନୂଆପଡା ଓ ଗମ୍ଭାରୀଗୁଡା ପଞ୍ଚାୟତର ଗମ୍ଭାରୀଗୁଡା, ଓଲମା,ଚିକିଲି ଗ୍ରାମରେ ରଶ୍ମିରେଖା ପହଞ୍ଚି ଜନ ସାଧାରଣଙ୍କୁ ଭେଟି କଂଗ୍ରେସ ସରକାର ଦେଇଥିବା ୯ ଗ୍ୟାରେଣ୍ଟି ଯୋଜନାର ପ୍ରତିଶ୍ରୁତି ଦେଇ ଭୋଟ ପ୍ରଚାର ଓ ଆଶ୍ରିବାଦ କରିବାକୁ ଅନୁରୋଧ କରିଛନ୍ତି। ପ୍ରଚାରରେ କଂଗ୍ରେସ ଦଳ ବ୍ଲକ ସଭାପତି ଲିଙ୍ଗରାଜ ବେହେରା, ତ୍ରିଭୁବନ ନାଏକ, ନବୀନ ନାଏକ, ଅରୁଣ ମାଝୀ, ହରିଶ୍ଚନ୍ଦ୍ର ନାଏକ, ମହେନ୍ଦ୍ର ଧରୁଆ, ନାରାୟଣ ଶର୍ମା, ମହେନ୍ଦ୍ର ଗୋପାଳ, କମଳ ଲୋଚନ ନାଏକ, ମହିଳା ନେତ୍ରୀ ମାଧୁରୀ ନିଆଲ ପ୍ରମୁଖ ସାମିଲ ରହି କଂଗ୍ରେସ ବିଧାୟିକା ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ଜନ ସାଧାରଣ ଙ୍କୁ ଅନୁରୋଧ କରିଥିଲେ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।