ମୋଟିଭି ଓଡିଶା
ରିପୋର୍ଟ – ତାଜୁଦ୍ଦିନ, ସୋର
ତା ୩୦/୦୫/୨୪
ବାଲେଶ୍ୱର ସିମୁଳିଆ ନିର୍ବାଚନୀ ସଭା ରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆରମ୍ଭରୁ ବିଜେପି ଓ ବିଜେଡି ଉପରେ ବର୍ଷିଥିଲେ। ବିଜେପି ସରକାର ତାଙ୍କୁ ଇଡି ଲଗାଇ ପଚାଶ ଘଣ୍ଟା ଜେରା କରିଥିଲେ। ବିଜେଡି ଉପରେ ବର୍ଷୀ କହିଥିଲେ ଓଡିଶା ସରକାରକୁ ନବୀନ ପଟ୍ଟନାୟକ ନୁହେଁ ପାଣ୍ଡିଆନ ଚଳାଉଛନ୍ତି। ଓଡିଶାରେ କଂଗ୍ରେସ ଆସିଲେ ମହାଲକ୍ଷ୍ମୀ ଯୋଜନା ଆରମ୍ଭ କରିବ। ମହିଳାଙ୍କ ବେଙ୍କ ଆକାଉଣ୍ଟକୁ ସିଧା ଟଙ୍କା ପହଂଚିବ। କଂଗ୍ରେସ ଓ ଇଣ୍ଡିଆ ମେଣ୍ଟ ସରକାର କୁ ଆସିଲେ ଅମ୍ବାନୀ ଓ ଅଦାନୀ ଲୁଟି ଥିବା ଟଙ୍କା ସିଧା ଲୋକଙ୍କ ଆକାଉଣ୍ଟକୁ ଆସିବ। ଚାଷୀ ଋଣ ମାଫ କରିବା ସହ ଧାନ, ଗହମ, ଆଖୁ ଆଦିରେ msp ବଢେଇବ। ସରକାରକୁ ଆସିଲେ କଂଗ୍ରେସ ଅଗ୍ନିବିର ଯୋଜନାକୁ କୁଡାଦନକୁ ଫିଙ୍ଗିଵା ସହ ଓଡିଶାରେ ଖାଲି ଥିବା ସରକାରୀ ପଦବୀକୁ ପୂରଣ କରି ଓଡିଶାରୁ ବେରୋଜଗାରୀ ଦୂର କରିବ। ମିଡ଼ିଆ କୁ କଟାକ୍ଷ କରି ମୋଦିଙ୍କ ଇଣ୍ଟରଭ୍ୟୁରେ କିଛି ମିଡ଼ିଆ ମୋଦିଙ୍କୁ ଆମ୍ବ ଖାଆନ୍ତି କି ନାହିଁ ପଚାରୁଛନ୍ତି। ଜୁନ ୪ ରେ ବିଜେପି ର expaire ଡେଟ ବୋଲି କହିଥିଲେ।
ବାଲେଶ୍ୱର ଜିଲ୍ଲା ସିମୁଳିଆରେ ନିର୍ବାଚନୀ ସଭାରେ କଂଗ୍ରେସ ନେତା, ରାହୁଲ ଗାନ୍ଧୀ

More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।