MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

କଂଗ୍ରେସ ଜାରି କଲା ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା।

୧୫ ଜଣିଆ ୩ୟ ପ୍ରାର୍ଥୀ ତାଲିକା ଜାରି କରିଛି। ଏହି ତାଲିକା ଜରିଆରେ କଂଗ୍ରେସ ମଧ୍ୟ ଗୋଟିଏ ଆସନରେ ପ୍ରାର୍ଥୀ ପରିବର୍ତ୍ତନ କରିଛି। କଂଗ୍ରେସ ଧରମ ପାଲ ଲାକ୍ରାଙ୍କୁ ମୁଣ୍ଡକା ଆସନରୁ ଟିକେଟ ଦେଇଛି। ଅନ୍ୟ ପ୍ରାର୍ଥୀମାନେ ହେଲେ କିରାରିରୁ ରାଜେଶ ଗୁପ୍ତା, ମଡେଲ ଟାଉନରୁ କୁଅଁର କରଣ ସିଂହ, ପଟେଲ ନଗର (ଏସସି)ରୁ କ୍ରିଷ୍ଣା ତୀରଥ, ହରି ନଗରରୁ ପ୍ରେମ ଶର୍ମା ଏବଂ ଜନକପୁରୀରୁ ହରବାନୀ କୌର। ଅନ୍ୟ ପ୍ରାର୍ଥୀମାନେ ହେଲେ ବିକାଶପୁରୀରୁ ଜିତେନ୍ଦ୍ର ସୋଲାଙ୍କି, ନଜଫଗଡ଼ରୁ ସୁଷମା ଯାଦବ, ପାଲାମରୁ ମଙ୍ଗେ ରାମ ଏବଂ ଆରକେ ପୁରମରୁ ବିଶ୍ୱେଶ ଟୋକସ। ଅରିବା ଖାନଙ୍କୁ ଓଖଲା ଆସନରୁ କଂଗ୍ରେସ ପ୍ରାର୍ଥୀ କରାଯାଇଛି ।

ସେହିପରି ବିଶ୍ୱାସ ନଗରରୁ ରାଜୀବ ଚୌଧୁରୀ, ଗାନ୍ଧୀ ନଗରରୁ କମଲ ଅରୋରା, ଶାହଦରାରୁ ଜଗଜିତ୍ ସିଂହ ଓ ଘୋଣ୍ଡାରୁ ଭୀଷମ ଶର୍ମାଙ୍କ ଉପରେ କଂଗ୍ରେସ ଆସ୍ଥା ପ୍ରକଟ କରିଛି। ଗୋକୁଳପୁର ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ବଦଳାଇଛି। ପ୍ରମୋଦ କୁମାର ଜୟନ୍ତଙ୍କ ସ୍ଥାନରେ ଈଶ୍ୱର ବାଗରୀଙ୍କୁ ନୂଆ ପ୍ରାର୍ଥୀ କରାଯାଇଛି। ସେହିପରି ପୂର୍ବତନ କେନ୍ଦ୍ରମନ୍ତ୍ରୀ କ୍ରିଷ୍ଣା ତୀରଥଙ୍କୁ ପଟେଲ ନଗରରୁ ଟିକେଟ ମିଳିଛି । ଏହାବ୍ୟତୀତ ପୂର୍ବତନ ବିଧାୟକ ଆସିଫ ମହମ୍ମଦଙ୍କ ଝିଅ ଅରିବା ଖାନଙ୍କୁ ଓଖଲା ଆସନରୁ ଟିକେଟ ଦିଆଯାଇଛି ।

ମୋ ଟିଭି ଓଡିଶା, ନୂଆଦିଲ୍ଲୀ

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।