February 24, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଜୀବନ ଯୁଦ୍ଧରେ ହାରିଗଲେ ଚେତନା ।

୧୦ ଦିନ ହେଲା ବୋରୱେଲ ଭିତରେ ଜୀବନ ମରଣ ସହ ସଂଗ୍ରାମ କରୁଥିଲେ ୩ ବର୍ଷର ଝିଅ ଚେତନା । ଡିସେମ୍ବର ୨୩ ତାରିଖରେ ଖେଳୁଥିବା ବେଳେ ବୋରୱେଲରେ ଖସି ପଡିଥିଲେ ରାଜସ୍ଥାନର କୋଟପୁତଲିର ଝିଅ ଚେତନା । ଗତକାଲି ଚେତନାକୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଥିବାବେଳେ ତାକୁ ମୃତ ଘୋଷଣା କରିଛନ୍ତି ଡାକ୍ତର। ରାଜସ୍ଥାନର ଏନଡିଆରଏଫ ମୁଖ୍ୟ ଅଧିକାରୀ ଯୋଗେଶ ମୀନାଙ୍କ କହିବା ଅନୁଯାୟୀ ୧୦ ଦିନର ଅହରହ ଉଦ୍ୟମ ପରେ ଚେତନାକୁ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା।

ଏହି ୧୦ ଦିନ ଏନଡିଆରଏଫ, ଏସଡିଆରଏଫ, ଜିଲ୍ଲା ପ୍ରଶାସନ ଓ ପୁଲିସ୍‌ ଟିମ୍‌ ନାକେଦମ ହୋଇଥିଲେ। ଶିଶୁ କନ୍ୟାକୁ ବଞ୍ଚାଇବା ପାଇଁ ପାଇପ୍ ଯୋଗେ ବୋରୱେଲ ଭିତରକୁ ଅମ୍ଳଜାନ ଛଡ଼ା ଯାଇଥିଲା। ଉଦ୍ଧାର କାର୍ୟ୍ୟ ମଝିରେ ଅଦିନିଆ ବର୍ଷା ମଧ୍ୟ ବାଧକ ସାଜିଥିଲା। ଉଦ୍ଧାରକାରୀ ଦଳ ବୋରୱେଲ୍ ସହିତ ସମାନ୍ତରାଳ ଭାବେ ଏକ ଟନେଲ ଖୋଳି ଶେଷରେ ଚେତନାକୁ ଉଦ୍ଧାର କରିଥିଲେ। ୩ ବର୍ଷର ଝିଅକୁ ଉଦ୍ଧାର କରିବା ପାଇଁ ହୋଇଥିବା ଏହି ଅପରେସନ୍ ରାଜ୍ୟର ଦୀର୍ଘତମ ଉଦ୍ଧାର କାର୍ୟ୍ୟ ମଧ୍ୟରୁ ଗୋଟିଏ। ଅନ୍ୟପଟେ ଝିଅର ମୃତ୍ୟୁ ପରେ ପରିବାର ସଦସ୍ୟ ପ୍ରଶାସନର ଅବହେଳାକୁ ଦାୟୀ କରିଛନ୍ତି। ସୂଚନା ଅନୁସାରେ, ରାଜସ୍ଥାନ କୋଟପୁତଲି ଜିଲ୍ଲାର ସରୁଣ୍ଡ ଥାନା ଅଞ୍ଚଳରେ ଭୁପେନ୍ଦ୍ର ଚୌଧୁରୀ ନିଜ ବିଲରେ ଥିବା ବୋରୱେଲରୁ ପ୍ଲାଷ୍ଟିକ୍‌ ପାଇପ୍‌କୁ କିଛିଦିନ ତଳେ ବାହାର କରିଥିଲେ। ଏହି ମୁକୁଳା ବୋରୱେଲ ଭିତରେ ତାଙ୍କର ତିନି ବର୍ଷର ଝିଅ ଚେତନା ଖସି ପଡ଼ିଥିଲା।

ବ୍ୟୁରୋ ରିପୋର୍ଟ : ମୋ ଟିଭି ଓଡିଶା

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।