February 1, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଠିକାଦାର ଓ ଯନ୍ତ୍ରୀ ମଧୁଚଦ୍ରିକା: ବେଲଘର ଠାରେ ପୂର୍ତ୍ତ ବିଭାଗର ନିମ୍ନ ମାନର ଗାର୍ଡୱାଲ ନିର୍ମାଣ


ବାଲିଗୁଡ଼ା,(ମୋ ଟିଭି ଓଡିଶା/ସଞ୍ଜୟ କୁମାର ପାଣିଗ୍ରାହୀ):

କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ବ୍ଲକର ମାତୃଗାଁ ଠାରୁ ବେଲଘର ୨୭ କିଲୋମିଟର ଓ ବେଲଘର ଠାରୁ ଝିରିପାଣି ୧୧ କିଲୋମିଟର ରାସ୍ତା ବାଲିଗୁଡ଼ା ପୂର୍ତ୍ତ ବିଭାଗ ବିଭାଜନ ଅଧୀନରେ ରହିଛି। ଏହି ରାସ୍ତାରେ ବିଭାଗ ପକ୍ଷରୁ କରାଯାଉ ଥିବା ବିଭିନ୍ନ କାମ ଅତ୍ୟନ୍ତ ନିମ୍ନ ମାନର ନିର୍ମାଣ କାର୍ଯ୍ୟ କରାଯାଉଥିବା ସ୍ଥାନୀୟ ଲୋକ ପ୍ରତିନିଧି ମାନେ ଅଭିଯୋଗ କରିଛନ୍ତି।

ବେଲଘର ବ୍ରିଜ ନିକଟରୁ ମେଡ଼ିକାଲ ପର୍ଯ୍ୟନ୍ତ ରାସ୍ତା ପାର୍ଶ୍ଵ ରେ କଂକ୍ରିଟ ଗାର୍ଡ ୱାଲ ନିର୍ମାଣ ପାଇଁ ଲକ୍ଷାଧିକ ଟଙ୍କା ବ୍ୟୟ ବରାଦ କରାଯାଇଛି। ଏଥିରେ କ୍ରଶର ମେଟାଲ ସହ ଭଲ ବାଲି ଓ ସିମେଣ୍ଟ ବ୍ୟବହାର ପାଇଁ ଚୁକ୍ତି ନାମା ଠିକାଦାର କରିଥିବା ବେଳେ ଅତ୍ୟନ୍ତ ନିମ୍ନ ମାନର ମେଟାଲ ଓ ବାଲି ବ୍ୟବହାର କରାଯାଉଥିବା ଦେଖିବାକୁ ମିଳିଛି। ରାସ୍ତା ପାର୍ଶ୍ବରେ ନାଳ କଡରେ ପଡିଥିବା ସାନ ସାନ ଗେଟି କୁ ଆଣି ମେଟେଲ ଭାବେ ଠିକାଦାର ବ୍ୟବହାର କରୁଛନ୍ତି।

ଠିକାଦାର ଓ ଯନ୍ତ୍ରୀ ଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଚାଲିଥିବା କୁହାଯାଉଛି। ଏହି ରାସ୍ତା ର ରକ୍ଷଣବେକ୍ଷଣ ପାଇଁ ଏଠାରେ ଗୋଟିଏ ଯନ୍ତ୍ରୀ ଓ ସହକାରୀ ଯନ୍ତ୍ରୀ ରହିବା କଥା କିନ୍ତୁ ତାହା ଖାଲି ପଡ଼ିଛି। ଯାହାରି ଫଳରେ ବାଲିଗୁଡ଼ା ର ପୂର୍ତ୍ତ ବିଭାଗ ଯନ୍ତ୍ରୀ ପ୍ରଶାନ୍ତ କୁମାର ବେହେରା ସେହି କାର୍ଯ୍ୟ ତଦାରଖ କରୁଛନ୍ତି। ଉକ୍ତ ଗାର୍ଡ ୱାଲ ନିମ୍ନ ମାନର ନିର୍ମାଣ ସମ୍ପର୍କ ରେ ସ୍ଥାନୀୟ ଲୋକ ପ୍ରତିନିଧି ମାନେ ନିର୍ବାହୀ ଅଧିକ୍ଷଣ ଯନ୍ତ୍ରୀ ସନ୍ତୋଷ କୁମାର ପାତ୍ର ଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ସେ ଏହା ଉପରେ ଦୃଷ୍ଟି ଦେବେ ବୋଲି କହିଛନ୍ତି।

ଏହା ସହ ଉକ୍ତ ରାସ୍ତାରେ ବର୍ଷା ଦିନେ ପାହାଡ଼ ର ମାଟି ଅତଡ଼ା ଖସି ରାସ୍ତା ରେ ପଡ଼ୁଥିବା ବେଳେ ବିଭାଗୀୟ ଅଧିକାରୀ ମାନେ ଦେଖୁନଥିବାରୁ ଲୋକେ ଯାତାୟାତ ରେ ସମସ୍ୟା ସୃଷ୍ଟି ହେଉଥିବା ଅଞ୍ଚଳ ବାସୀ ଘଞ୍ଚ ଜଙ୍ଗଲ ମଧ୍ୟରେ ଏହି ଘାଟି ରାସ୍ତା ଟିଏ ରହିଥିବା ବେଳେ ବର୍ଷା ଦିନେ ବେଳେ ଅଙ୍କା ବଙ୍କା ରାସ୍ତାର ଉଭୟ ପାର୍ଶ୍ବରେ କୌଣସି ସୂଚକ ନଥିବାରୁ ଦୁର୍ଘଟଣା ବୃଦ୍ଧି ପାଉଛି। ତେବେ କେବେ ପୂର୍ତ୍ତ ବିଭାଗ ଅଞ୍ଚଳ ବାସୀଙ୍କ ଅଭିଯୋଗ ଶୁଣୁଛନ୍ତି ଓ ଏହାର ତଦାରଖ କରୁଛନ୍ତି ତାହା ଅଞ୍ଚଳ ବାସୀ ଅପେକ୍ଷା କରିଛନ୍ତି। ଯଦି ନିମ୍ନମାନର କାର୍ଯ୍ୟ କୁ ବନ୍ଦ କରାନଯାଇ ତାହାକୁ କାଢି ନୂତନ ଓ ଭଲ ମେଟାଲ ବ୍ୟବହାର ନ କରନ୍ତି ଏହାର ସମ୍ପୂର୍ଣ୍ଣ ଫୋଟ ଓ ତଥ୍ୟ ସହ ପୂର୍ତ୍ତ ବିଭାଗ ମନ୍ତ୍ରୀ ଙ୍କୁ ସାକ୍ଷାତ କରି ଅଭିଯୋଗ କରିବେ ବୋଲି କହିଛନ୍ତି।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।