ଅଙ୍ଗନୱାଡି ସହାୟିକା ଚୟନକୁ ନେ଼ଇ ଉତ୍ତେଜନା।
ଅଙ୍ଗନୱାଡି ଗେଟରେ ତାଲା ପକାଇ ଧାରଣାରେ ଗ୍ରାମବାସୀ।
ସୁନ୍ଦରଗଡ ( ଦେବେନ୍ଦ୍ର କୁମାର ଭିତ୍ରିଆ ): ସୁନ୍ଦରଗଡ ଜିଲ୍ଲା ସଦର ଅନ୍ତର୍ଗତ ଘଣ୍ଟିବୁଡ ଗ୍ରାମର ଚମ୍ପାପଡା ଠାରେ ଥିବl ଅଙ୍ଗନୱାଡ଼ି କେନ୍ଦ୍ରରେ ସହାୟିକା ପଦବି ଚୟନକୁ ନେଇ ଗ୍ରାମବାସୀ ମାନେ ଅଙ୍ଗନୱାଡ଼ି ଗେଟ୍ ରେ ତାଳl ପକାଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ପ୍ରଶାସନ ପକ୍ଷରୁ କରାଯାଇଥିବା ଚୟନର ସଠିକ୍ ଉତ୍ତର ନ ମିଳିବା ପର୍ଯ୍ୟନ୍ତ ଗେଟ୍ ବନ୍ଦ ରହିବ ବୋଲି କହିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ ଗତ କିଛିଦିନ ତଳେ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ବିଜ୍ଞପ୍ତି ଅନୁଯାୟୀ ଗ୍ରାମର ୫ ଜଣ ଅନଲାଇନ ଫର୍ମ ଦାଖଲ କରିଥିଲେ । ସେଥିମଧ୍ୟରୁ ଗ୍ରାମର ଜଣେ ବୋହୂ କୁନ୍ତଳା କିଶlନକୁ ଚୟନ କରିଥିଲା ବିଭାଗ, ତେବେ ଚାକିରି ପାଇଥିବା ମହିଳାଙ୍କ ବଦଳରେ ଅନ୍ୟ ଜଣେ ମହିଳା ଝରଣା କିଶାନ ଚାକିରି ପାଇବା ଉଚିତ୍ କହି ଉପଜିଲ୍ଲାପାଳ ତଥା ଜିଲ୍ଲାପାଳଙ୍କୁ ଲିଖିତ ଭାବରେ ଜଣାଇଥିଲେ ଗ୍ରାମବାସୀ। ତେବେ ପ୍ରଶାସନ ପକ୍ଷରୁ କୌଣସି ଉତ୍ତର ନ ମିଳିବାରୁ ଆଜି ଅଙ୍ଗୱାଡ଼ି କେନ୍ଦ୍ର ଗେଟ୍ ରେ ତାଲା ମାରି ଧାରଣାରେ ବସିଥିଲେ ଗ୍ରାମବାସୀ। ଅନ୍ୟପଟେ ସୁନ୍ଦରଗଡ ସିଡିପିଓଙ୍କ ସହିତ ଫୋନ ଯୋଗେ ଯୋଗାଯୋଗ କରି ପଚାରିବାରୁ ଚୟନ ପ୍ରକ୍ରିୟା ସଠିକ୍ ଭାବରେ ହୋଇଛି ବୋଲି କହିଥିଲେ l
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।