February 23, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ସ୍ମାର୍ଟ ସିଟିରେ ମାତିଛନ୍ତି ନକଲି ହଲ ମାର୍କ ସୁନା ବେପାରୀ ।

ଅସଲି ସୁନା କହି ନକଲି ସୁନା ଦେଇ ଦୋକାନୀଙ୍କୁ ଚୂନା ମରୁଛନ୍ତି । ଏଭଳି ଏକ ଠକ ଗ୍ୟାଙ୍ଗର ପର୍ଦାଫାଷ ହୋଇଛି ରାଉରକେଲାରେ । ଝାରଖଣ୍ଡ ଅଂଚଳରେ ଏମାନଙ୍କ ନେଟୱାର୍କ ରହିଥିବା ବେଳେ ଘଟଣାରେ ଜଣେ ଠକକୁ ଗିରଫ ପରେ କୋର୍ଟ ଚାଲାଣ କରିଛି ପୋଲିସ । ପ୍ଲାଣ୍ଟ ସାଇଟ ଥାନା ଷ୍ଟେସନ ରୋଡରେ ଥିବା ଏମଏନ୍ ଜ୍ୱଲାରୀରେ ଠକ ଜଣକ ସାଙ୍ଗରେ ଆଣିଥିବା କିଛି ନକଲି ହାଲମାର୍କ ସୁନା ବଦଳାଇ ନୂଆ ସୁନା ନେବାକୁ ଯୋଜନା କରିଥିଲା । ଦୋକାନୀ ଜଣକ ସୁନା ଦେଖି ସନ୍ଦେହ କରିଥିଲେ । ଏନେଇ ସୁନାର ଯାଞ୍ଚ କରିବାରୁ ଏହା ଡୁପ୍ଲିକେଟ୍ ବୋଲି ଜାଣିବାକୁ ପାଇଥିଲେ ଦୋକାନୀ ଜଣଙ୍କ । ଠକ ଜଣକ ହେଉଛି ଝାରଖଣ୍ଡ ଅଂଚଳର ସନ୍ତୋଷ ସା । ତା ନିକଟରୁ ୬ ଗ୍ରାମ ସୁନା ଓ ୨୫୦ ଗ୍ରାମ ରୁପା ସହ ନଗଦ ୨୦ ହଜାର ଟଙ୍କା ଜବତ କରିଛି ପୋଲିସ । ଏପଟେ ସନ୍ତୋଷକୁ ଗିରଫ କରିବା ପରେ କୋର୍ଟ ଚାଲାଣ କରିଛି ପୋଲିସ । ଏପରିକି ପୋଲିସର ଏକ ସ୍ୱତନ୍ତ୍ର ସ୍କାର୍ଡ ଝାରଖଣ୍ଡ ଯାଇ ଏହି ନେଟୱର୍କର ଚେର ଖୋଜୁଛି ।

ମୋ ଟିଭି ଓଡିଶା, ରାଉରକେଲା

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।