ମୋ ଟିଭି ଓଡିଶା ବ୍ୟୁରୋ :
ଆରମ୍ଭ ହୋଇଛି ଜମ୍ମୁ-କାଶ୍ମୀର ଓ ହରିୟାଣା ବିଧାନସଭା ନିର୍ବାଚନ ଭୋଟ ଗଣତି । ଖୋଲିବ ଇଭିଏମ, ପ୍ରକାଶ ପାଇବ ଜନତା ଜନାର୍ଦ୍ଦନଙ୍କ ରାୟ । ଏଥର କି’ଏ ଜିତିଛି ଜନତାଙ୍କ ବିଶ୍ବାସ, ‘ଇଭିଏମ’ରେ କାହାକୁ ଭରସା କରିଛନ୍ତି ଜନତା ? ୫ ବର୍ଷ ପାଇଁ କାହାକୁ ମିଳିବ କ୍ଷମତାର ସିଂହାସନ ? ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ବିଜେପି, କଂଗ୍ରେସ ନା ଅନ୍ୟ କିଛି ଆଞ୍ଚଳିକ ଦଳ ପାଇବେ ବହୁମତ, ତାହା ଆଉ କିଛି ସମୟ ମଧ୍ୟରେ ସ୍ପଷ୍ଟ । ଉଭୟ ଜମ୍ମୁ-କାଶ୍ମୀରର ଓ ହରିୟାଣାର ମୋଟ ୯୦ଟି ଲେଖାଏଁ ବିଧାନସଭା ଆସନରେ ହୋଇଥିବା ମତଦାନର ଭୋଟ ଗଣନା ସକାଳ ୮ଟାରୁ ଆରମ୍ଭ ହୋଇଯାଇଛି । ଗଣତି କେନ୍ଦ୍ରରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ପ୍ରଥମେ ପୋଷ୍ଟାଲ ବାଲଟ ଗଣତି ପରେ ‘ଇଭିଏମ’ର ଭୋଟ ଗଣତି ହେବ । ମଧ୍ୟାହ୍ନ ସୁଦ୍ଧା ଫଳଫଳ ସ୍ପଷ୍ଟ ହୋଇଯିବ । ଏହା ହେଉଛି ଚଳିତ ବର୍ଷର ପ୍ରଥମ ବିଧାନସଭା ନିର୍ବାଚନ ଫଳାଫଳ ଆସିବ । କାହା ସପକ୍ଷରେ ଜନମତ ଯାଉଛି, ତାକୁ ହିଁ ଅପେକ୍ଷା ।
ଜମ୍ମୁ କାଶ୍ମୀରରେ ଏକଜାଟ ହୋଇପାରେ ଏକଜିଟ ପୋଲ । କାହିଁକିନା ଭୋଟ ଗଣତି ଜାରି ରହିଥିବା ବେଳେ ବର୍ତ୍ତମାନ ସୁଦ୍ଧା ଜେକେଏନସି ମେଣ୍ଟ ୪୧ ଆସନରେ ଆଗୁଆ ରହିଛି । ସେହିପରି ବିଜେପି ମାତ୍ର ୨୪ ଆସନରେ ଆଗୁଆ ରହି ପଛରେ ପଡିଯାଇଛି । ସେପଟେ ଜେକେପିଡିପି ୨ ଟି ଆସନରେ ଆଗରେ ରହିଛି ।
ହରିୟାଣାରେ ମିଛ ହେବକି ଏକଜିଟ ପୋଲ । କାହିଁକିନା ବୁଥ ବାହୁଡା ଜନମତ କଂଗ୍ରେସ ସପକ୍ଷରେ ଯାଇଥିବା ବେଳେ ଏବେ ଭୋଟ ଗଣତିରେ କିନ୍ତୁ ପରିବର୍ତ୍ତନ ଦେଇଖିବାକୁ ମିଳିଛି । ଟ୍ରେଣ୍ଡରେ ରହିଛି ବିଜେପି । ୯୦ ଆସନ ମଧ୍ୟରୁ ବିଜେପି ୫୦ ଆସନରେ ଆଗୁଆ ରହିଥିବା ବେଳେ କଂଗ୍ରେସ ୩୪ ଆସନରେ ଆଗୁଆ ରହିଛି । ଯଦି ଏପରି ଟ୍ରେଣ୍ଡ ଜାରି ରୁହେ ତେବେ ବିଜେପିର ହ୍ୟାଟ୍ରିକ ଲକ୍ଷ୍ୟ ପୂରଣ ହେବ ଏବଂ କଂଗ୍ରେସର ଶାସନ ଗାଦିକୁ ଫେରିବା ଲକ୍ଷ୍ୟ ମାଟିରେ ମିଶିବ ।
ହରିୟାଣାରେ ଗେରୁଆ ଦଳ ଗତ ୧୦ ବର୍ଷ ଧରି କ୍ଷମତାରେ ରହିଛି । କଂଗ୍ରେସଠାରୁ କ୍ଷମତା ଛଡାଇ ବିଜେପି ୨୦୧୪ ନିର୍ବାଚନରେ ହରିୟାଣାରେ ସରକାର ଗଠନ କରିଥିଲା । ୨୦୧୯ ରେ ପୁଣି ଦଳ ଏଠାରେ କ୍ଷମତା ଦଖଲ କରିବାରେ ସଫଳ ହୋଇଥିଲା । ଉଭୟ ନିର୍ବାଚନ ପରେ ମନୋହରଲାଲ ଖଟ୍ଟର ମୁଖ୍ୟମନ୍ତ୍ରୀ ହୋଇଥିଲେ । ମାତ୍ର ୨୦୨୪ ସାଧାରଣ ନିର୍ବାଚନର ଠିକ୍ ପୂର୍ବରୁ ବିଜେପି ରାଜ୍ୟରେ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ କରିଥିଲା । ଦୁଇଥର ମୁଖ୍ୟମନ୍ତ୍ରୀ ହୋଇଥିବା ମନୋହର ଲାଲ ଖଟ୍ଟରଙ୍କୁ ଦଳ ମୁଖ୍ୟମନ୍ତ୍ରୀ ପଦରୁ ବିଶ୍ରାମ ଦେଇ ଲୋକସଭା ନିର୍ବାଚନ ଲଢାଇଲା । ତାଙ୍କ ସ୍ଥାନରେ ମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରିଥିଲେ ନାଏବ ସିଂହ ସୈନୀ । ତେବେ ଏଥର ବିଜେପି ଶାସନ ଗାଡିକୁ ଆସୁଛି ନା କଂଗ୍ରେସ ଫେରୁଛି ନା ଉପରେ ସମସ୍ତଙ୍କ ନଜର ।
ଦୀର୍ଘ ୧୦ ବର୍ଷ ପରେ ଜମ୍ମୁ ଓ କାଶ୍ମୀରରେ ବିଧାନସଭା ନିର୍ବାଚନ ହୋଇଛି । ୨୦୧୪ରେ ଶେଷ ଥର ପାଇଁ ଏଠାରେ ବିଧାନସଭା ନିର୍ବାଚନ ହୋଇଥିଲା । ଧାରା-୩୭୦ ଉଚ୍ଛେଦ ପରେ ପ୍ରାୟ ଦଶନ୍ଧି ପରେ ତିନି ପର୍ଯ୍ୟାୟରେ ମତଦାନ ହୋଇଥିଲା । ନିର୍ବାଚନ ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲାଙ୍କ ନ୍ୟାସନାଲ କନଫରେନ୍ସ (ଏନସି) ୯୦ ଆସନ ମଧ୍ୟରୁ ୫୬ ଟିରେ ପ୍ରାର୍ଥୀ ଦେଇଥିବା ବେଳେ ବିଜେପି ୬୨, କଂଗ୍ରେସ ୩୮, ମେହେବୁବା ମୁଫତିଙ୍କ ଦଳ ପିଡିପି ୬୩, ବରିଷ୍ଠ ରାଜନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଗୁଲାମନବୀ ଆଜାଦଙ୍କ ନଗଗଠିତ ଦଳ ‘ଡିପିଏପି’ ୧୩ଟି ଆସନରେ ଓ ଜେକେଏପି ୬୦ ।
More Stories
ଆଇରନ୍ ମାଇନ୍ସର ୨ ବରିଷ୍ଠ ଅଧିକାରୀଙ୍କ କ୍ବାର୍ଟର୍ସରେ CBI ରେଡ୍।
ଖାକିରେ ଦାଗ, ରକ୍ଷକ ସାଜିଲା ଭକ୍ଷକ ।
ରାଜଧାନୀର ବିଚ୍ ରାସ୍ତାରେ ଯୁବକଙ୍କୁ ବୀଭତ୍ସ ହତ୍ୟା ଘଟଣା ।