January 8, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଜଳବାୟୁ ସହନଶୀଳତା ବୃଦ୍ଧି ପରିପ୍ରେକ୍ଷୀରେ  ଓଡ଼ିଶାରେ କଙ୍କଡ଼ା ଜଳଚାଷକୁ ଗୁରୁତ୍ୱ

                                                                            

ଭୁବନେଶ୍ୱର ତା-୧୨.୧୨.୨୦୨୪ 

ଭାରତୀୟ ଉପକୂଳ ସମୁଦାୟ (ଇସିଆରଆଇସିସି) ପ୍ରକଳ୍ପର ରାଜ୍ୟ ପ୍ରକଳ୍ପ ପରିଚାଳନା ୟୁନିଟ୍ ପକ୍ଷରୁ ଆଜି ରାଜ୍ୟ ଗ୍ରାମ୍ୟ ଉନ୍ନୟନ ପ୍ରତିଷ୍ଠାନ (ଏସଆଇଆରଡି) ପରିସରରେ  କଙ୍କଡ଼ା ଚାଷ କରୁଥିବା କୃଷକ ଓ ରପ୍ତାନିକାରୀଙ୍କ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କଙ୍କଡ଼ା ଚାଷୀ, ରପ୍ତାନିକାରୀ, ସରକାରୀ ପ୍ରତିନିଧି ଏବଂ ବୈଷୟିକ ବିଶେଷଜ୍ଞମାନେ ଏକତ୍ରିତ ହୋଇ ନିରନ୍ତର ଜଳଚାଷ ପ୍ରଣାଳୀକୁ ପ୍ରୋତ୍ସାହିତ କରିବା ସହ କିପରି ଏ କ୍ଷେତ୍ରରେ ସୁଦୃଢ଼ ବଜାର ସଂଯୋଗୀକରଣ ହୋଇପାରିବ, ସେ ସଂପର୍କରେ ଆଲୋଚନା କରିଥିଲେ ।

      ଏହି କାର୍ଯ୍ୟକ୍ରମକୁ ନିର୍ଦ୍ଦେଶକ ପରିବେଶ-ତଥା ଓଡ଼ିଶା ସରକାରଙ୍କ ସ୍ୱତନ୍ତ୍ର ଶାସନ ସଚିବ ଏବଂ  ଇସିଆରସିସି ପ୍ରକଳ୍ପ, ଓଡ଼ିଶାର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ପ୍ରେମ କୁମାର ଝା  ଉଦଘାଟନ କରି  ଓଡ଼ିଶାର ମତ୍ସ୍ୟଚାଷ କ୍ଷେତ୍ରକୁ ସୁଦୃଢ଼ କରିବାରେ ମାଟି କଙ୍କଡ଼ା ଜଳଚାଷର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବା ପ୍ରକାଶ  କରିଥିଲେ । ଏହି ପଦକ୍ଷେପ କିପରି ଉପକୂଳବର୍ତ୍ତୀ ଅଞ୍ଚଳର ସ୍ଥାନୀୟ ଗୋଷ୍ଠୀ ସମୁଦାୟର  ଆୟ ପାଇଁ ସ୍ଥାୟୀ ଉତ୍ସ ହେବା ପାଇଁ  ସୁନିଶ୍ଚିତ କରିବ, ସେ ବିଷୟରେ  ଆଲୋକପାତ କରିଥିଲେ । ପ୍ରକଳ୍ପର ଅଗ୍ରଗତି, କଙ୍କଡ଼ା ରପ୍ତାନିରେ ଆହ୍ୱାନ ଓ ସୁଯୋଗ ଏବଂ ଅଂଶୀଦାରୀମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଇତ୍ୟାଦି ବିଷୟରେ ବିସ୍ତୃତ ଭାବେ କାର୍ଯ୍ୟକ୍ରମରେ  ଆଲୋଚନା କରାଯାଇଥିଲା । କାର୍ଯ୍ୟକ୍ରମରେ ସାମୁଦ୍ରିକ ଉତ୍ପାଦ ରପ୍ତାନି ଉନ୍ନୟନ କର୍ତ୍ତୃପକ୍ଷ(ଏମ୍ପିଇଡିଏ)ର ଉପନିର୍ଦ୍ଦେଶକ ଡ. ଅର୍ଚ୍ଚିମାନ ଲାହିରୀ ଆନ୍ତର୍ଜାତିକ ବଜାରରେ ଉନ୍ନତମାନର ମାଟି କଙ୍କଡ଼ାର ଚାହିଦା ବୃଦ୍ଧି ପାଉଥିବା ଏବଂ ଓଡ଼ିଶା ଏ କ୍ଷେତ୍ରରେ ଏକ ଅଗ୍ରଣୀ ରପ୍ତାନିକାରୀ ଭାବେ ଉଭା ହେବାର ପ୍ରଚୁର ସମ୍ଭାବନା ରଖୁଥିବା  ଉପରେ ସେ ଆଲୋକପାତ କରିଥିଲେ ।

ସବୁଜ ଜଳବାୟୁ ପାଣ୍ଠି ସହାୟତାରେ  ଇସିଆରଆଇସିସି ପ୍ରକଳ୍ପ ବିଶେଷ କରି ଓଡ଼ିଶା ଏବଂ ଅନ୍ୟ ଦୁଇଟି ରାଜ୍ୟ ଯଥା ମହାରାଷ୍ଟ୍ର ଏବଂ ଆନ୍ଧ୍ରପ୍ରଦେଶର ଆର୍ଥିର ଦୁର୍ବଳ ଉପକୂଳବର୍ତ୍ତୀ ଜନସଂଖ୍ୟାର ଜୀବିକାକୁ ସୁଦୃଢ଼ କରିବାର  ଲକ୍ଷ୍ୟ ରଖିଛି । ଏହି ପ୍ରକଳ୍ପ ଜଳବାୟୁ ଅନୁକୂଳ ଜୀବିକାକୁ ପ୍ରୋତ୍ସାହିତ କରିବା ଏବଂ ଜଳବାୟୁ ପରିବର୍ତ୍ତନ ପ୍ରଭାବ  ପ୍ରତି ଉପକୂଳବର୍ତ୍ତୀ ଗୋଷ୍ଠୀ ସମୁଦାୟର ସ୍ଥିରତା ବୃଦ୍ଧି ଉପରେ ଗୁରୁତ୍ୱ ପ୍ରଦାନ କରୁଛି ।

ଭାରତ ସରକାରଙ୍କ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟର ତତ୍ତ୍ୱାବଧାନରେ ଓଡ଼ିଶା ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଦ୍ୱାରା ଓଡ଼ିଶାର ପୁରୀ, ଗଞ୍ଜାମ, କେନ୍ଦ୍ରାପଡ଼ା ଓ ବାଲେଶ୍ୱର ଆଦି ୪ଟି ଜିଲ୍ଲାର ୭ଟି ଅଞ୍ଚଳରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି । ପ୍ରକଳ୍ପର ଗୁଣାତ୍ମକ ନିଶ୍ଚିତତା ସୁନିଶ୍ଚିତ କରିବା ପାଇଁ ମିଳିତ ଜାତିସଂଘ ବିକାଶ କାର୍ଯ୍ୟକ୍ରମ (ୟୁଏନଡିପି),  ସବୁଜ ଜଳବାୟୁ ପାଣ୍ଠିର କାର୍ଯ୍ୟକାରୀ  ଏଜେନ୍ସି ଅଟନ୍ତି ।  

୨୦୨୫ ର ଯୋଜନାଗୁଡ଼ିକ ମଧ୍ୟରେ ଏ କ୍ଷେତ୍ରରେ ଆହୁରି ଅଧିକ କୃଷକମାନଙ୍କୁ ଚିହ୍ନଟ , କଙ୍କଡ଼ା ଜଳଚାଷ ପ୍ରଣାଳୀ ଅଭ୍ୟାସ ବୃଦ୍ଧି ଏବଂ ଓଡ଼ିଶାରେ ଏକ ଉତ୍ସର୍ଗୀକୃତ କଙ୍କଡ଼ା ହାଚେରୀ  ପ୍ରତିଷ୍ଠା କରିବା ଅନ୍ତର୍ଭୁକ୍ତ ଯାହା ଦ୍ୱାରା ସମସ୍ତ ଅଂଶୀଦାରଙ୍କ ସହ ଆଲୋଚନା କରି କଙ୍କଡ଼ା ଯାଆଁଳ  ଯୋଗାଣ ନିରନ୍ତରତାକୁ ସୁନିଶ୍ଚିତ କରିବ । କୃଷକଙ୍କ ସମେତ ସମ୍ପୃକ୍ତ ସମସ୍ତଙ୍କ ଦକ୍ଷତା ବୃଦ୍ଧି ଏହି ପ୍ରକଳ୍ପର ଅନ୍ୟତମ ପ୍ରମୁଖ କାର୍ଯ୍ୟ ହେବ। ଅନ୍ତର୍ଜାତୀୟ ବଜାରରେ କୃଷକଙ୍କ ପ୍ରବେଶକୁ ସହଜ କରିବା, ଗୁଣବତ୍ତା ଯାଞ୍ଚ ଏବଂ ରପ୍ତାନି ଇତ୍ୟାଦିରେ ଉନ୍ନତି ଆଣିବା ପାଇଁ ରଣନୀତି ପ୍ରସ୍ତିତ ସଂପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା ।

ଏହି କର୍ମଶାଳାରେ ସାମୁଦ୍ରିକ ଉତ୍ପାଦ ରପ୍ତାନି ବିକାଶ ପ୍ରାଧିକରଣ (ଏମ୍ପିଇଡିଏ), ଓଡ଼ିଶା ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗର ଅଧିକାରୀ, ପଶ୍ଚିମବଙ୍ଗ ଓ ତାମିଲନାଡୁର ରପ୍ତାନିକାରୀମାନେ ଯୋଗଦେଇଥିଲେ । ଇସିଆରଆଇସିସିର ରାଜ୍ୟ ପ୍ରକଳ୍ପ ପରିଚାଳିକା ଡ. ସ୍ପନ୍ଦିତା କର ଓ ତାଙ୍କ ଟିମ୍ କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ପରିଚାଳନା କରିଥିଲେ । ସରକାର, ସ୍ୱେଚ୍ଛାସେବୀ ଅନୁଷ୍ଠାନ ଓ ରପ୍ତାନିକାରୀଙ୍କ ମଧ୍ୟରେ ଭାଗିଦାରୀ ସ୍ଥାପନ ଓଡ଼ିଶାର ଉପକୂଳବର୍ତ୍ତୀ ସମୁଦାୟ ଉପରେ ସକାରାତ୍ମକ ପ୍ରଭାବ ପକାଇବ ବୋଲି ଦୃଢ ଆଶା ପ୍ରକାଶ ପାଇଛି  ।

Latest news
ଆଜିଠାରୁ ତିନି ଦିନିଆ ଜାତୀୟ ପ୍ରବାସୀ ଭାରତୀୟ ଦିବସ । ସମସ୍ତଙ୍କ ସୁରକ୍ଷା ଓ ନିରାପଦକୁ ଦୃଷ୍ଟି ଦିଆଯାଉଛି ବୋଲି କହିଲ... ପ୍ରବାସୀ ଭାରତୀୟ ସମ୍ମେଳନ: ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱର ଯୁବକଙ୍କୁ ବୀଭତ୍ସ ହତ୍ୟା । ଇସ୍ରୋର ନୂଆ ଅଧ୍ୟକ୍ଷ ହେଲେ ଭି.ନାରାୟଣନ । ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଦିଲ୍ଲୀର ରାଷ୍ଟ୍ରୀୟ ସ୍ମୃତି ପରିସରରେ ନିର୍ମାଣ ହେବ ଦିବଙ୍ଗତ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସମାଧି । ଆଜିଠୁ ଆରମ୍ଭ ହେଉଛି ପ୍ରବାସୀ ଭାରତୀୟ ଦିବସ। ଏକକାଳୀନ ୧୪୮ଜଣ ବରିଷ୍ଠ ଓଏଏସ୍ ଅଫିସରଙ୍କୁ ବଦଳି । ପୁଣି ବାଘକୁ ନେଇ ମୁହାଁମୁହିଁ ଓଡ଼ିଶା ପଶ୍ଚିମବଙ୍ଗ। ୪-୫ଦିନ ମଧ୍ୟରେ ଚାଷୀଙ୍କୁ ମିଳିବ କ୍ଷତିପୂରଣ ରାଶି ।