January 5, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଇଂରାଜୀ ନୂଆବର୍ଷରେ ମନ୍ଦିର ଓ ପର୍ଯ୍ୟଟନ ସ୍ଥଳୀରେ ଭିଡ଼


ବାଲିଗୁଡା,୦୧/୦୧: (ମୋ ଟିଭି ଓଡିଶା/ସଞ୍ଜୟ କୁମାର ପାଣିଗ୍ରାହୀ):

ପବିତ୍ର ଇଂରାଜୀ ନୂଆବର୍ଷ ଅବସରରେ ବୁଧବାର କନ୍ଧମାଳ ଜିଲାର ବିଭିନ୍ନ ମନ୍ଦିର ଏବଂ ପର୍ଯ୍ୟଟନ ସ୍ଥଳୀରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି। ବର୍ଷର ପ୍ରଥମ ଦିନ ଦେବାଦେବୀଙ୍କୁ ଦର୍ଶନ କରି ଆଶିଷ ଲଭିବାକୁ ସକାଳୁ ମନ୍ଦିର ମାନଙ୍କରେ ଭକ୍ତଙ୍କ ଭିଡ଼ ଜମିଥିଲା। କନ୍ଧମାଳ ଜିଲ୍ଲାର ବିଭିନ୍ନ ଆରାଧ୍ୟା ଦେବୀ ମା’ ପାଟଖଣ୍ଡା, ବରାଳ ଦେବୀ, ବଲସ କୁମ୍ପା, ଡୁଙ୍ଗୀ ପୀଠ ସମେତ ଶ୍ରୀ ଜଗନ୍ନାଥ ମନ୍ଦିର, ହନୁମାନ ମନ୍ଦିର, ଧବଳେଶ୍ୱର ମନ୍ଦିର ଭଳି ବିଭିନ୍ନ ଦେବା ଦେବୀ ପୀଠରେ ସକାଳୁ ଭକ୍ତଙ୍କ ଭିଡ଼ ଲାଗିଥିଲା। ଏତଦ ବ୍ୟତୀତ ବିଭିନ୍ନ ପର୍ଯ୍ୟଟନ କ୍ଷେତ୍ର ଦାରିଙ୍ଗବାଡି, ଲୁଦୁ ଜଳ ପ୍ରପାତ, ସହିତ ନିକଟସ୍ଥ ପାର୍କରେ ବର୍ଷର ପ୍ରଥମ ଦିନଟି ପରିବାର, ସାଙ୍ଗସାଥିଙ୍କ ସହ ଖୁସି ମନେଇବାକୁ ବହୁ ଦୂର ଦୂରାନ୍ତରୁ ଲୋକେ ଆସି ବୁଲୁଥିବା ପରିଲକ୍ଷିତ ହୋଇଛି।

ଆଜି କାର୍ଯ୍ୟ ଦିବସ ହେଇଥିଲେ ମଧ୍ୟ ସରକାରୀ ତଥା ବେସରକାରୀ କାର୍ଯ୍ୟାଳୟ ମାନଙ୍କରେ ଉପସ୍ଥାନ କମ୍ ରହିଛି। ଆଜି ଇଂରାଜୀ ନୂଆ ବର୍ଷର ପ୍ରଥମ ଦିନ ହିଁ ବୁଧବାର ହୋଇଥିବାରୁ ଆମିଷ ପ୍ରିୟ ଜନସାଧାରଣଙ୍କ ପାଇଁ ବହୁତ ଖୁସିର ଦିନ ହୋଇଥିଲା l ସକାଳୁ ସକାଳୁ ଦେଶୀ ମଟନ, ଚିକେନ, ମାଛ, ଅଣ୍ଡା ଓ ଶୁଖୁଆ ଦୋକାନରେ ଏବଂ ନିରାମିଷ ଜନସାଧାରଣ ଙ୍କ ପାଇଁ ଛତୁ ପନିର ଦୋକାନରେ ମଧ୍ୟ ପ୍ରବଳ ଭିଡ଼ ଜମିଥିବା ଦେଖିବାକୁ ମିଳିଥିଲା l ଏତଦ ବ୍ୟତୀତ ବିଭିନ୍ନ ମନ୍ଦିର ଓ ପର୍ଯ୍ୟଟନ କ୍ଷେତ୍ର ଭଳି ବିଭିନ୍ନ ସ୍ଥାନରେ ଏକତ୍ରିତ ଭୋଜି ଭାତର ଆସର ଜମି ଥିବା ଦେଖିବାକୁ ମିଳିଥିଲା l

Latest news
ପୁରୀ ବଡ଼ଦାଣ୍ଡରେ ମହାପ୍ରସାଦ ନାଁରେ ଖଜା ବିକ୍ରି କରିପାରିବେ ନାହିଁ। ହାଇୱା ଧକ୍କାରେ ସମ୍ବଲପୁରର ୨ ବରିଷ୍ଠ ବିଜେପି ନେତାଙ୍କ ମୃତ୍ୟୁ ସୋର,ଦୀର୍ଘ ଦିନର ଦାବି ସୋରବାସୀଙ୍କ ଗତକାଲି ପୂରଣ ହୋଇଛି l 36 ଗୋରୁ ଉଦ୍ଧାର କଲା ପୋଲିସ, ଡ୍ରାଇଭର ହେଲ୍ପର ଫେରାର ପ୍ରବାସୀ ଭାରତୀୟ ଦିବସରେ ମାନ୍ୟବର ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଯୋଗଦାନ ପରିପ୍ରେକ୍ଷୀରେ ମୁଖ୍ୟ ଶାସନ ସଚିବଙ୍କ ... ଲିଫ୍ଟ କେନାଲ ରୁ ଜଳସେଚନ ଓ ଡିପିଆର ପରିବର୍ତ୍ତନ ନେଇ ଜିଲ୍ଲାପାଳ ଙ୍କୁ ଭେଟିଲେ ସଚେତନ କୃଷକ ମଞ୍ଚ କର୍ମକର୍ତ୍ତା। ରେଙ୍ଗାଳପାଲି ମଣ୍ଡି ଉଦଘାଟିତ, ଉତ୍ସାହ ର ସହ ଧାନ ବିକ୍ରି କଲେ ଚାଷି। କଳାହାଣ୍ଡି ଉତ୍ସବ ଘୁମୁରା ସାଂସ୍କୃତିକ ଉପ କମିଟି ର ବୈଠକ। ମୁଖ୍ୟମନ୍ତ୍ରୀ ମୋହନଙ୍କ ବ୍ୟକ୍ତିଗତ ସଚିବ ହେଲେ ମନୋଜ କୁମାର ସାହୁ ଦିଲ୍ଲୀ ନିର୍ବାଚନ ପାଇଁ ବିଜେପିର ପ୍ରଥମ ପ୍ରାର୍ଥୀ ତାଲିକା